Advertisment

ଚୋରି ବେଳେ କାନ୍ଥରେ ଦେଖିଲେ କବିଙ୍କ ଫଟୋ, ଫେରାଇଲେ ଜିନିଷ ପତ୍ର

ଜଣେ ମହାନ ସାହିତ୍ୟିକଙ୍କ ଘରୁ ଚୋରି କରିବା ମୋର ଭୁଲ୍ ହୋଇଛି କହି ଚିଠି ଲେଖିଛନ୍ତି ଚୋର।

ଅଦ୍ୟତନ ହୋଇଛି
Thief

Thief

Advertisment

ଚତୁରତାର ସହ ରାତିରେ ବହୁ ମୂଲ୍ୟବାନ ସାମଗ୍ରୀ ଚୋରି କରିନେବା ପରେ ସେ ସବୁକୁ ଫେରାଇ ଦେଇଛି ଜଣେ ଚୋର। ଯେଉଁ ଘରୁ ଚୋରି କରିଥିଲା ସେ ବ୍ୟକ୍ତିଙ୍କ ବିଷୟରେ ଜାଣି ଅନୁତାପ କରିଛି, ଆଉ ଶେଷରେ ସମସ୍ତ ସାମଗ୍ରୀକୁ ଫେରାଇ ଦେଇଛି। ଏଥିସହ ଏକ ଭାବପୂର୍ଣ୍ଣ ଚିଠି ଲେଖି ମଧ୍ୟ ପ୍ରାର୍ଥନା କରିଛି।

Advertisment

ଏପରି ଏକ ଘଟଣ ମହାରାଷ୍ଟ୍ର ରାୟଗଡ଼ ଜିଲ୍ଲାର ନେରାଲରେ ଦେଖିବାକୁ ମିଳିଛି। ପୁଲିସ କହିବା ଅନୁସାରେ, ଚୋର ଜଣକ LED TV ସାଙ୍ଗକୁ ବହୁ ମୂଲ୍ୟବାନ ସାମଗ୍ରୀ ଚୋରି କରି ନେଇ ଯାଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଉକ୍ତ ଘରଟି ପ୍ରସିଦ୍ଧ ମରାଠୀ ଲେଖକ ନାରାୟଣ ସୁର୍ବେଙ୍କର ଜାଣିବା ପରେ ସେ ସବୁକୁ ଫେରାଇ ଦେଇଛି। 

ସୂଚନା ଅନୁସାରେ, 16 ଅଗଷ୍ଟ 2010ରେ 84 ବର୍ଷ ବୟସରେ ଲେଖକ ସୁର୍ବେଙ୍କର ଦେହାନ୍ତ ହୋଇଥିଲା। ବର୍ତ୍ତମାନ ତାଙ୍କ ଘରେ ଝିଅ ସୁଜାତା ଏବଂ ସ୍ୱାମୀ ଗଣେଶ ଓ ତାଙ୍କ ପୁଅ ରହୁଛନ୍ତି। କିନ୍ତୁ ସେମାନେ 10 ଦିନ ପାଇଁ ପାଲଘର ଜିଲ୍ଲାର ବିରାରକୁ ଯାଇଥିଲେ। ଏହି ସମୟରେ ଜଣେ ଚୋର ଲୁଟ୍ ଉଦ୍ଦେଶ୍ୟରେ ତାଙ୍କ ଘରକୁ ପ୍ରବେଶ କରିଥିଲେ।

Advertisment

ପ୍ରଥମ ଦିନ LED TV ସମେତ ବହୁ ମୂଲ୍ୟବାନ ସାମଗ୍ରୀ ଚୋରି କରିବା ପରେ ପର ଦିନ ପୁଣି ଚୋରି ଉଦ୍ଦେଶ୍ୟରେ ସ୍ୱର୍ଗତ ନାରାୟଣ ସୁର୍ବେଙ୍କ ଘରକୁ ଯାଇଥିଲେ। କିନ୍ତୁ ସେଠାରେ ଏକ କଠୋରୀରରେ ନାରାୟଣ ସୁର୍ବେଙ୍କ ଫଟୋ ଏବଂ କିଛି ସ୍ମାରକପତ୍ର ଦେଖି ଆଶ୍ଚର୍ଯ୍ୟ ହୋଇଯିବା ସହ କାହିଁକି ଚୋରି କଲି ଭାବି ଖୁବ୍ ଅନୁତାପ କରିଥିଲେ। 

ଶେଷରେ ପର ଦିନ ଚୋରି କରିଥିବା ସମସ୍ତ ସାମଗ୍ରୀ ଫେରାଇ ଦେବା ସହ କାନ୍ଥରେ ଏକ ଚିଠି ଲେଖି ଘର ମାଲିକଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି। ଜଣେ ମହାନ ସାହିତ୍ୟିକଙ୍କ ଘରୁ ଚୋରି କରିବା ମୋର ଭୁଲ୍ ହୋଇଛି, ମୋତେ କ୍ଷମା କରିଦେବେ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି। 

ରବିବାର ନାରାୟଣ ସୁର୍ବେଙ୍କ ଝିଅ ଏବଂ ଜ୍ୱାଇଁ ଘରକୁ ଫରି ଜିନିଷ ପତ୍ର ଏପଟ ସେପଟ ଦେଖି ସନ୍ଦେହ କରିଥିଲେ। ଏହାପରେ କାନ୍ଥରେ ଚିଠି ଦେଖିବା ପରେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଚିଠିକୁ ଜବତ କରିବା ସହ ଫିଙ୍ଗର ପ୍ରିଣ୍ଟ ଆଧାରରେ ତଦନ୍ତ ଆରମ୍ଭ କରିଛି। 

ପ୍ରକାଶ ଥାଉକି, ସୁର୍ବେ ଜଣେ ପ୍ରସିଦ୍ଧ ମରାଠୀ କବି। ସେ ସମାଜ ସଂସ୍କାର କ୍ଷେତ୍ରରେ ଅନେକ କବିତା ଓ ଗଳ୍ପ ଲେଖିଛନ୍ତି। ତାଙ୍କ ବାଲ୍ୟ ଜୀବନ ଖୁବ୍ ଯନ୍ତ୍ରଣାଦାୟକ ଥିଲା। ତାଙ୍କର ବାପା ମାଆ କେହି ନଥିଲେ। ମୁମ୍ବାଇର ରାସ୍ତାକଡ଼ରେ କାହା ଘରେ, ହୋଟେଲରେ କାମ କରି, କାହାର ପିଲା ଛୁଆ କିମ୍ବା ପୋଷା କୁକୁରଙ୍କ ଯତ୍ନ ନେଇ ଏବଂ ଘରକୁ ଘର ବୁଲି କ୍ଷୀର ବିକ୍ରି କରି ବଡ଼ ହୋଇଥିଲେ ନାରାୟଣ ସୁର୍ବି। 

ସେ ଅନେକ କ୍ରାନ୍ତିକାରୀ କବିତା ଓ ଗଳ୍ପ ଲେଖିଛନ୍ତି। ସେ ଲେଖା ମାଧ୍ୟମରେ ଶ୍ରମର ଗୌରବଗାନ କରିଥିଲେ ଏବଂ ମରାଠୀ ସାହ୍ୟତରେ ପ୍ରଚଳିତ ପରମ୍ପରାକୁ ଆହ୍ୱାନ ଦେଇଥିଲେ। 

Loot Maharashtra Marathi Author
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe