ପତ୍ନୀ ସହ ଅପ୍ରାକୃତିକ ଶାରୀରିକ ସମ୍ପର୍କ ଦୁଷ୍କର୍ମ ନୁହେଁ: କୋର୍ଟ

ଜଣେ ପତ୍ନୀ ତାଙ୍କ ସ୍ୱାମୀଙ୍କ ବିରୁଦ୍ଧରେ ଆଣିଥିବା ଦୁଷ୍କର୍ମ ଅଭିଯୋଗ ଉପରେ ଶୁଣାଣି କରି ଏପରି କହିଛନ୍ତି କୋର୍ଟ।

ପ୍ରତିକାତ୍ମକ ଚିତ୍ର

  • Published: Saturday, 04 May 2024
  • , Updated: 04 May 2024, 01:17 PM IST

ପତ୍ନୀ ସହ ସ୍ୱାମୀର ଅପ୍ରାକୃତିକ ସମ୍ପର୍କକୁ ଦୁଷ୍କର୍ମ ବୋଲି ବିବେଚନା କରାଯିବ ନାହିଁ। କାରଣ ଭାରତୀୟ ଆଇନ ଅନୁସାରେ ବିବାହ ପରେ ସ୍ତ୍ରୀ ସହ ଶାରୀରିକ ସମ୍ପର୍କ ଅନୈତିକ ନୁହେଁ, ଏପରି କ୍ଷେତ୍ରରେ ସ୍ତ୍ରୀର ସହମତି ମଧ୍ୟ ବିଶେଷ ଗୁରୁତ୍ୱ ବହନ କରେ ନାହିଁ ବୋଲି ମଧ୍ୟପ୍ରଦେଶ ହାଇକୋର୍ଟ କହିଛନ୍ତି।

ଜଣେ ପତ୍ନୀ ତାଙ୍କ ସ୍ୱାମୀଙ୍କ ବିରୁଦ୍ଧରେ ଆଣିଥିବା ଦୁଷ୍କର୍ମ ଅଭିଯୋଗ ଉପରେ ଶୁଣାଣି କରି ଏପରି କହିଛନ୍ତି କୋର୍ଟ। କୋର୍ଟ ପତ୍ନୀଙ୍କ ଆବେଦନକୁ ଖାରଜ କରିବା ସହ ପତ୍ନୀ ସହ ସ୍ୱାମୀର ଅପ୍ରାକୃତିକ ସମ୍ପର୍କ ଦୁଷ୍କର୍ମ ନୁହେଁ ବୋଲି କହିଛନ୍ତି।  

ହାଇକୋର୍ଟର ବିଚାରପତି ଜଷ୍ଟିସ ଗୁରୁପାଲ ସିଂହ ଅହଲୁୱାଲିଆଙ୍କୁ ନେଇ ଗଠିତ ଏକକ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି। ବିଚାରପତି କହିଛନ୍ତି, ଯଦି ପତ୍ନୀର ବୟସ ୧୫ ବର୍ଷରୁ କମ୍ ହୋଇନଥାଏ ତେବେ ସ୍ୱାମୀର ପତ୍ନୀ ସହ ଶାରୀରିକ ସମ୍ପର୍କକୁ ଦୁଷ୍କର୍ମ ଭାବେ ବିବେଚନା କରାଯିବ ନାହିଁ। 

ପ୍ରକାଶ ଥାଉକି, ୨୦୧୯ରେ ଏହି ମାମଲା ରୁଜୁ ହୋଇଥିଲା। ଅଭିଯୋଗ ଅନୁସାରେ, ଜଣେ ପତ୍ନୀ ତାଙ୍କ ସ୍ୱାମୀଙ୍କ ବିରୋଧରେ ଏଫଆଇଆରରେ କରିଥିଲେ ଯେ, ବିବାହ ପରେ ଯେତେବେଳେ ସେ ଦ୍ୱିତୀୟ ଥର ତାଙ୍କ ବାପଘରୁ ଫେରିଥିଲେ, ସେତେବେଳେ ତାଙ୍କ ସ୍ୱାମୀ ଏକାଧିକ ଥର ତାଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲେ।

ଏହା ପରେ ସମ୍ପୃକ୍ତ ମହିଳା ସ୍ୱାମୀ ଅଭିଯୋଗକୁ ମଧ୍ୟପ୍ରଦେଶ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଏହି ଅଭିଯୋଗକୁ ଖଣ୍ଡନ କରିବା ପାଇଁ ସେ ଆବେଦନ କରିଥିଲେ।  ଆଇପିସିର ଧାରା ୩୭୭ଅନୁଯାୟୀ ପତ୍ନୀଙ୍କ ସହ ଅପ୍ରାକୃତିକ ଶାରୀରିକ ସମ୍ପର୍କ ଅପରାଧ ନୁହେଁ ବୋଲି ସେ କହିଥିଲେ। କୋର୍ଟ ମଧ୍ୟ ଏହି ମାମଲାରେ ସ୍ତ୍ରୀଙ୍କ ଆବେଦନକୁ ଖାରଜ କରି ସ୍ୱାମୀଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି। 

Related story