Advertisment

ଶାହିସ୍ତା, ଗୁଡ୍ଡୁ ମୁସଲିମ୍‌ ନାଁରେ ଲୁକ୍‌ ଆଉଟ୍‌ ନୋଟିସ୍‌; ବିଦେଶ ଫେରାର ହେବା ଆଶା ମଉଳିଲା

ଏହି ୩ ଜଣଙ୍କ ନାଁରେ ଉତ୍ତରପ୍ରଦେଶର ପ୍ରୟାଗରାଜ ପୁଲିସ୍‌ ଜାରି କରିଛି ଲୁକ୍‌ଆଉଟ୍‌ ନୋଟିସ୍‌। ଫଳରେ ଏବେ ଏହି ୩ ଅଭିଯୁକ୍ତଙ୍କ ବିଦେଶ ଫେରାର ହେବା ଆଶା ମଉଳି ଯାଇଛି।

Sahista & Guddu Muslim

Sahista & Guddu Muslim

Advertisment

ଉମେଶ ପାଲ ହତ୍ୟା ମାମଲାକୁ ୨ ମାସରୁ ଊର୍ଦ୍ଧ୍ୱ ସମୟ ବିତି ସାରିଲାଣି। ହେଲେ ଏ ଯାବତ ନିହତ ଅତିକ୍‌ର ପତ୍ନୀ ଶାହିସ୍ତା, ଶୁଟର ଗୁଡ୍ଡୁ ମୁସଲିମ ଓ ସବିରଙ୍କ ନାଁ ଗନ୍ଧ ପାଉନି ପୁଲିସ୍‌ । ସେମାନେ ପୁଲିସ୍‌କୁ ଚକମା ଦେଖାଇ ବିଦେଶ ଫେରାର ହେବାକୁ ଯୋଜନା କରୁଥିବା ଜାଣି ପୁଲିସ୍‌ ଜାରି କରିଛି ଲୁକ୍‌ ଆଉଟ୍‌ ନୋଟିସ୍‌ । ଏହି ୩ ଜଣଙ୍କ ନାଁରେ ଉତ୍ତରପ୍ରଦେଶର ପ୍ରୟାଗରାଜ ପୁଲିସ୍‌ ଜାରି କରିଛି ଲୁକ୍‌ଆଉଟ୍‌ ନୋଟିସ୍‌। ଫଳରେ ଏବେ ଏହି ୩ ଅଭିଯୁକ୍ତଙ୍କ ବିଦେଶ ଫେରାର ହେବା ଆଶା ମଉଳି ଯାଇଛି।

Advertisment

ପୁଲିସ୍‌ ହେପାଜତରେ ଥିବା ଅତିକ ଓ ତାଙ୍କ ଭାଇ ଅଶରଫଙ୍କୁ ଗତ ମାସ ୩ ଯୁବକ ପ୍ରୟାଗରାଜରେ ଗୁଳି କରି ହତ୍ୟା କରିଥିଲେ।  ଅତିକର ମୃତ୍ୟୁ ପରେ ପୁଲିସ୍‌ ସହ ଲୁଚକାଳି ଖେଳୁଥିବା ତା’ର ପତ୍ନୀ ଶାହିସ୍ତା ସମେତ ସାର୍ପ ସୁଟ୍ ଗୁଡ୍ଡୁ ମୁସଲିମ ଓ ସବିର ବିଦେଶ ଫେରାର ହୋଇଯିବ ବୋଲି ଆଶଙ୍କା କରାଯାଉଥିଲା।  

ପୂର୍ବରୁ ଶାହିସ୍ତା ମୁଣ୍ଡରେ ୫୦ ହଜାର ଟଙ୍କାର ପୁରସ୍କାର ରାଶି ଥିବା ବେଳେ ଏବେ ତାହାକୁ ବଢ଼ାଯାଇ ଲକ୍ଷେ ଟଙ୍କା କରାଯାଇଛି। ଗୁଡ୍ଡୁ ମୁସଲିମ୍‌କୁ ପୁଲିସ୍‌ ଖୋଜିବାକୁ ନାକେଦମ ହେଉଥିବା ବେଳେ ସେ କେତେବେଳେ ଓଡ଼ିଶାରେ ତ କେତେବେଳେ କର୍ଣ୍ଣାଟକାରେ ଲୁଚିଥିବା ଜଣାପଡ଼ିଥିଲା। ଏପରିକି ସେ ରାଜ୍ୟରୁ ରାଜ୍ୟ ଡେଇଁ ଚାଲିଥିବା ବେଳେ ତାକୁ ଧରିବା ପୁଲିସ୍‌ ପାଇଁ କାଠିକର ପାଠ ହେଉଛି।

Advertisment

ୟୁପି ପୁଲିସ୍‌ ଓ ଏସଟିଏଫ ଟିମ୍‌ ଗୁଡ୍ଡୁ ମୁସଲିମଶାହିସ୍ତା ଙ୍କ ଲୋକେସନ ଚିହ୍ନଟ କରି ତାଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା ଜାରି ରଖିଥିଲେ ବି ସବୁବେଳେ ନିରାଶ ହେବାକୁ ପଡ଼ୁଛି । 

ସୂଚନାଯୋଗ୍ୟ, ଉମେଶ ପାଲ ଓ ତାଙ୍କ ଦୁଇ ସୁରକ୍ଷା କର୍ମୀଙ୍କୁ ପ୍ରୟାଗରାଜସ୍ଥିତ ତାଙ୍କ ବାସଭବନ ସାମ୍ନାରେ ଗୁଳି କରି ହତ୍ୟା କରାଯାଇଥିଲା।  ଉମେଶ ପାଲଙ୍କୁ ଗୁଳି କରାଯାଉଥିବା ବେଳେ ଘଟଣାସ୍ଥଳରେ ଗୁଡ୍ଡୁ ମୁସଲିମ ବୋମା ପକାଇଥିଲା। ଏହି ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଏହା ପରଠୁ ଗୁଡ୍ଡୁ ମୁସଲିମ ଫେରାର ଥିବା ବେଳେ ତା’ ମୁଣ୍ଡରେ ରହିଛି ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି।

ଉମେଶ ପାଲ  ହତ୍ୟାକାଣ୍ଡର ଦୁଇ ମାସରୁ କମ୍ ସମୟ ମଧ୍ୟରେ ଏଥିରେ ସମ୍ପୃକ୍ତ ଥିବା ୬ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇ ସାରିଲାଣି। କେବଳ ଗୁଡ୍ଡୁ ମୁସଲିମ ଏହି ମାମଲାରେ ଜୀବିତ ଥିବା ଏକ ମାତ୍ର ଆକ୍ରମଣକାରୀ।

ସେହିପରି ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ସବିର ମୁଣ୍ଡରେ ବି ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲେ ବି ତା’ର ଟେର ପାଇପାରୁନି ପୁଲିସ୍‌।

Atiq Ahmed Uttar Pradesh Guddu Muslim Umesh Pal Murder Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe