ନୂଆପଡା: ଗଜା ଧାନ ବିହନକୁ ନେଇ ଚାଷୀ ମହଲରେ ଅସନ୍ତୋଷ

ନୂଆପଡା: ନୂଆପଡା ଜିଲ୍ଲାରେ ଚାଷୀଙ୍କୁ ଯୋଗାଇ ଦିଆଯାଇଥିବା ଧାନ ବିହନ ନିମ୍ନମାନର ବୋଲି ଅଭିଯୋଗ ହେଉଛି । ଏକାଧିକ ବ୍ଲକରେ ଚାଷୀଙ୍କୁ ଯୋଗାଇ ଦିଆଯାଇଥିବା ବିହନ ପ୍ୟାକେଟରେ ଧାନ ଗଜା ହୋଇ ଯାଇଥିବା ଅଭିଯୋଗ ହେଉଛି । ଏପରି ସ୍ଥିତିରେ ଚାଷ ଲାଗି ପ୍ରସ୍ତୁତି ଚଳାଇ ଥିବା ଚାଷୀମାନ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି ।

nuapada

nuapada

Rakesh Mallick
  • Published: Sunday, 05 July 2015
  • Updated: 05 July 2015, 08:50 AM IST

Sports

Latest News

ନୂଆପଡା: ନୂଆପଡା ଜିଲ୍ଲାରେ ଚାଷୀଙ୍କୁ ଯୋଗାଇ ଦିଆଯାଇଥିବା ଧାନ ବିହନ ନିମ୍ନମାନର ବୋଲି ଅଭିଯୋଗ ହେଉଛି । ଏକାଧିକ ବ୍ଲକରେ ଚାଷୀଙ୍କୁ ଯୋଗାଇ ଦିଆଯାଇଥିବା ବିହନ ପ୍ୟାକେଟରେ ଧାନ ଗଜା ହୋଇ ଯାଇଥିବା ଅଭିଯୋଗ ହେଉଛି । ଏପରି ସ୍ଥିତିରେ ଚାଷ ଲାଗି ପ୍ରସ୍ତୁତି ଚଳାଇ ଥିବା ଚାଷୀମାନ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି ।nuapada1

ରୁଣ୍ଡି ଗାଁ ଚାଷୀ ଭୂତ ମାଝି ଏବଂ ଓଙ୍କାର ସିଂ ମାଝି କହିଛନ୍ତି ଯେ, ସେମାନେ ବୋଡେନ ସେବା ସମବାୟ ସମିତିରୁ ୩ ପ୍ୟାକେଟ ସ୍ୱର୍ଣ୍ଣ ଧାନ ବିହନ କିଣିଥିଲେ । ବିହନ ବୁଣିବାକୁ ଖୋଲି ଗଜା ହୋଇଯାଇଥିବା ଦେଖିବାକୁ ପାଇଥିଲେ । ଚଳିତବର୍ଷ ଜିଲ୍ଲାରେ ୧ଲକ୍ଷ ୯୦ହଜାର ହେକ୍ଟର ଚାଷ ଜମିରୁ ୮୨ ହଜାର ହେକ୍ଟର ଚାଷ ଜମିରେ ଧାନ ଚାଷ କରିବା ପାଇଁ ଜିଲ୍ଲା କୃଷି ବିଭାଗ ପକ୍ଷରୁ ଯୋଜନା କରାଯାଇଛି । ଜିଲ୍ଲାର ଚାଷୀଙ୍କୁ ୪୭ହଜାର ୮୪୫ କୁଇଣ୍ଟାଲ ବିହନ ଧାନ ଯୋଗାଇ ଦେବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିଲେ । ଏଥିପାଇଁ ସିଡସ୍ କର୍ପୋରେସନ ଓ ଏଗ୍ରୋ ଇଣ୍ଡଷ୍ଟ୍ରିଜକୁ ଦାୟିତ୍ୱ ଦିଆଯାଇଛି । ଉଭୟ ସଂସ୍ଥା ପକ୍ଷରୁ ଚାଷୀଙ୍କୁ ୨୫୦ ପ୍ରାଇଭେଟ ଡିଲର ଓ ୨୬ଟି ସେବା ସବବାୟ ସମିତି ଦ୍ୱାରା ବିହନ ଯୋଗାଇ ଦିଆଯାଇଥିଲା। ଚାଷୀଙ୍କୁ ଠିକ୍ ସମୟରେ ଚାଷୀଙ୍କୁ ବିହନ ମିଳି ନ ଥିଲା। ଏବେ ଅଧିକାଂଶ ଚାଷୀଙ୍କୁ ମିଳିଥିବା ବିହନ ଗଜା ହୋଇଯାଇଥିବାରୁ ଏବେ ଚାଷ କାର୍ଯ୍ୟ ପାଇଁ କେଉଁଠୁ ବିହନ ଆଣିବେ ସେହି ଚିନ୍ତାରେ ଘାରି ହେଉଛନ୍ତି ଚାଷୀ। କୋମାନା ସେବା ସମବାୟ ସମିତି ସଭାପତି ଦୁର୍ଯ୍ୟୋଧନ ପ୍ରଧାନ କହିଛନ୍ତି ଯେ, ସରକାରଙ୍କ ପକ୍ଷରୁ ୧୦୦୧ କିସମ ଧାନ ପ୍ରଦାନ କରାଯାଇଛି । ଅନ୍ୟପକ୍ଷରେ ଘରୋଇ ଡିଲରଙ୍କୁ ସବୁ କିସମର ଧାନ ଯୋଗାଇ ଦେଇଛନ୍ତି। ଏହି ଘରୋଇ ଡିଲରମାନେ ଚଢ଼ା ଦରରେ ବିହନ ବିକୁଛନ୍ତି। ସରକାର ଯେଉଁ କିଛି ଧାନ ଆମକୁ ଯୋଗାଇଛନ୍ତି ସେଥିରେ ୩ରୁ ୪ଟି ପକେଟ ଧାନ ଆସିଥିଲା। ଚାଷୀମାନେ ଅଜାଣତରେ ନେଇଯାଇଥିଲେ ଏବେ ଫରେଇ ଦେଇଛନ୍ତି।  ଏ ନେଇ ନୂଆପଡ଼ା ଉପ କୃଷି ନିର୍ଦ୍ଦେଶକ ଅନ୍ତର୍ଯ୍ୟାମୀ ମଣ୍ଡଳ କହିଛନ୍ତି ଯେ, ଜିଲ୍ଲାର ବିଭିନ୍ନ ସ୍ଥାନକୁ ୨ଟି ସଂସ୍ଥା ଜରିଆରେ ବିହନ ଯୋଗାଇ ଦିଆଯାଇଛି । ଧାନ ଗଜା ହେବା ନେଇ ତାଙ୍କ ପାଖକୁ କୌଣସି  ଅଭିଯୋଗ ଆସି ନ ଥିବା ସେ କହିଛନ୍ତି । ଅଭିଯୋଗ ଆସିଲେ ଘଟଣାର ତଦନ୍ତ କରାଯିବ ବୋଲି ସେ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos