ସ୍ୱାଭାବିକ ହେଲା ଘାଟି ରାସ୍ତା ; ଟିମ୍‌ ଆସିଲାନି, ଯାତ୍ରୀ ଉଠାଇଲେ ମାଟି

କୋରାପୁଟ(ସୂର୍ଯ୍ୟ ପଣ୍ଡା): ମାଟି ଅତଡ଼ା ଧସି ରାସ୍ତା ଉପରେ ପଡ଼ିଥିବାରୁ ଗତରାତିଠୁ ଜାମ୍‌ ହୋଇ ପଡ଼ିଥିବା ଆନ୍ଧ୍ର-ଓଡିଶା ସୀମାନ୍ତ ସାଲୁର ଘାଟି ଆଜି ସ୍ୱାଭାବିକ ହେଲା । ଗତକାଲି ବିଳମ୍ବିତ ରାତିରେ ହଠାତ୍‌  ପାହାଡରୁ ମାଟି ଅତଡ଼ା ଧସି ରାସ୍ତା ଉପରେ ପଡିରହିଥିଲା । ଏଥିଯୋଗୁ ୨୬ନମ୍ବର ଜାତୀୟ ରାଜପଥରେ ଶହଶହ ଗାଡ଼ି ଅଟକି ରହିଥିଲା। ଆଜି ସକାଳ ସୁଦ୍ଧା ଘଟଣାସ୍ଥଳରେ ଏନ୍ଏଚ୍ଆଇ କର୍ତ୍ତୃପକ୍ଷ କିମ୍ବା କୌଣସି ଟିମ୍ ପହଞ୍ଚି ନଥିଲେ । ଫଳରେ ରାସ୍ତାରେ ଅଟକି […]

koraput-1-1-1

koraput-1-1-1

Niharika Rout
  • Published: Thursday, 03 October 2019
  • Updated: 03 October 2019, 10:08 AM IST

Sports

Latest News

କୋରାପୁଟ(ସୂର୍ଯ୍ୟ ପଣ୍ଡା): ମାଟି ଅତଡ଼ା ଧସି ରାସ୍ତା ଉପରେ ପଡ଼ିଥିବାରୁ ଗତରାତିଠୁ ଜାମ୍‌ ହୋଇ ପଡ଼ିଥିବା ଆନ୍ଧ୍ର-ଓଡିଶା ସୀମାନ୍ତ ସାଲୁର ଘାଟି ଆଜି ସ୍ୱାଭାବିକ ହେଲା । ଗତକାଲି ବିଳମ୍ବିତ ରାତିରେ ହଠାତ୍‌  ପାହାଡରୁ ମାଟି ଅତଡ଼ା ଧସି ରାସ୍ତା ଉପରେ ପଡିରହିଥିଲା । ଏଥିଯୋଗୁ ୨୬ନମ୍ବର ଜାତୀୟ ରାଜପଥରେ ଶହଶହ ଗାଡ଼ି ଅଟକି ରହିଥିଲା।

ଆଜି ସକାଳ ସୁଦ୍ଧା ଘଟଣାସ୍ଥଳରେ ଏନ୍ଏଚ୍ଆଇ କର୍ତ୍ତୃପକ୍ଷ କିମ୍ବା କୌଣସି ଟିମ୍ ପହଞ୍ଚି ନଥିଲେ । ଫଳରେ ରାସ୍ତାରେ ଅଟକି ରହିଥିବା ଟ୍ରକ ଚାଳକ ଏବଂ ଯାତ୍ରୀ ହିଁ ରାସ୍ତାରୁ ମାଟି ହଟାଇଥିଲେ । ଏହାପରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା।

ମାଟି ଅତଡ଼ା ଧସି ପଡ଼ିବାରୁ ଭୁବନେଶ୍ୱରରୁ ଜୟପୁର ଅଭିମୁଖେ ଯାଉଥିବା ଗାଡ଼ି ଓ ଆନ୍ଧ୍ରରୁ ଓଡ଼ିଶା ଆସୁଥିବା ଗାଡ଼ି  ଘାଟିରେ କାଲି  ରାତିରୁ ଅଟକି ରହିଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos