ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠାରୁ ଓଡିଶା ସମେତ ସାରା ଦେଶରେ ୧୨ରୁ ୧୪ ବର୍ଷ ପିଲାଙ୍କୁ ଦିଆଯାଇଛି କୋଭିଡ୍ ଟିକା।୨୦୧୦ ମାର୍ଚ୍ଚ ୧୫ ତାରିଖ ପୂର୍ବରୁ ଯେଉଁମାନଙ୍କର ଜନ୍ମ ହୋଇଛି, ସେମାନଙ୍କୁ ଏହି କୋଭିଡ୍ ଟିକା ଦିଆଯାଉଛି। ତେବେ ଏହି ବର୍ଗର ପିଲାମାନଙ୍କୁ କେବଳ କୋର୍ବେଭାକ୍ସ ଟିକା ଦିଆଯାଉଛି।
https://twitter.com/bmcbbsr/status/1504034290719469570?s=20&t=qD0CD8vF2GvSv2myU0ZNow
ଟିକା ନେବା ଲାଗି ଜନ୍ମ ପ୍ରମାଣପତ୍ର ଦେଖାଇବାକୁ କୁହାଯାଉଛି। ଉଭୟ ଅନଲାଇନ୍ ଓ ଅଫ୍ଲାଇନ୍ ପଞ୍ଜିକରଣ ଜରିଆରେ ଟିକା ଦିଆଯାଉଛି। ପିଲାମାନଙ୍କୁ ଟିକାର ଦ୍ୱିତୀୟ ଡୋଜ୍ ୨୮ ଦିନ ବ୍ୟବଧାନରେ ଦିଆଯିବ। ଏହି ବୟସ ବର୍ଗରେ ପ୍ରାୟ ୭ କୋଟି ୧୧ ଲକ୍ଷ ପିଲା ଅଛନ୍ତି। ଏହି ଅଭିଯାନ ପାଇଁ ପ୍ରାୟ ୫ କୋଟି ଡୋଜ ଟିକା ଦିଆଯାଇଥିବା ଭ୍ୟାକସିନ୍ ନିର୍ମାଣକାରୀ ସଂସ୍ଥା ବାୟୋଲଜିକାଲ-ଇ ପକ୍ଷରୁ ସୂଚନା ଦିଆଯାଇଛି।
ସେପଟେ ଆଜି ଟିକା ଦେବା ପାଇଁ ଭୁବନେଶ୍ୱରରେ ଆଇଆରସି ଭିଲେଜ ସରକାରୀ ହାଇସ୍କୁଲରେ ଭିଡ ଦେଖିବାକୁ ମିଳିଛି। ଆସନ୍ତାକାଲି ଆସନ୍ତାକାଲି ଶିଖରଚଣ୍ଡୀ ୟୁପିଏଚ୍ସି, ନୀଳାଦ୍ରୀବିହାର ୟୁପିଏଚ୍ସି, ସାମନ୍ତରାପୁର ୟୁପିଏଚ୍ସି, ନହରକଣ୍ଟା ୟୁପିଏଚ୍ସି, ସତ୍ୟନଗର ୟୁପିଏଚ୍ସି, ୟୁନିଟ୍-୩ ୟୁପିଏଚ୍ସି, ୟୁନିଟ୍-୪ ୟୁପିଏଚ୍ସି, ଝାରପଡ଼ା ୟୁପିଏଚ୍ସି, ବ୍ରହ୍ମେଶ୍ୱର ପାଟଣା ୟୁପିଏଚ୍ସି, ପୋଖରୀପୁଟ୍ ୟୁପିଏଚ୍ସି, ସେଣ୍ଟ୍ରାଲ୍ ଆୟୁର୍ବେଦିକ ଇନ୍ଷ୍ଟିଚ୍ୟୁଟ୍, କ୍ୟାପିଟାଲ୍ ହସ୍ପିଟାଲ, ଗାଡ଼କଣ ୟୁପିଏଚ୍ସି ଓ ଏମ୍ସରେ କୋଭିଡ୍ ଟିକା ଦିଆଯିବ। ତେଣୁ ଅଭିଭାବକମାନେ ସେମାନଙ୍କୁ ପିଲାଙ୍କୁ ସେଠାକୁ ନେଇ ଟିକେ ଦେଇପାରିବେ। ଏହାଛଡ଼ା ଅନ୍ଲାଇନ୍ ବୁକିଂ କରି ମଧ୍ୟ ଟିକା ନେଇପାରିବେ ବୋଲି ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ଟ୍ୱିଟ୍ କରିଛି।
https://twitter.com/bmcbbsr/status/1504082445473390599?s=20&t=qD0CD8vF2GvSv2myU0ZNow
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।