୭ ଜିଲ୍ଲାକୁ ଗଲା ୧.୧୪ଲକ୍ଷ ଡୋଜ୍ କୋଭିଶିଲଡ୍ ଟିକା, ୫ଦିନ ସୁଦ୍ଧା ସାରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମୁହିକ ଟିକାକରଣ ମାଧ୍ୟମରେ କରୋନା ମହାମାରୀ ସଂକ୍ରମଣକୁ ନିୟନ୍ତ୍ରଣ ପାଇଁ ଲକ୍ଷ୍ୟ ରଖିଥିବା ରାଜ୍ୟ ସରକାର ଆଜି ୭ଟି ଜିଲ୍ଲାକୁ ୧ଲକ୍ଷ ୧୩ହଜାର ୮୦୦ ଡୋଜ୍ କୋଭିଶିଲଡ୍ ଟିକା ପଠାଇଛନ୍ତି। ଏହି ସମସ୍ତ ଟିକା ସମ୍ପୃକ୍ତ ଜିଲ୍ଲାର ୯ଟି ପୌରାଂଚଳ ଓ ଏନଏସିରେ ରହୁଥିବା ୧୮ରୁ ୪୪ ବର୍ଷ ବୟସର ଲୋକଙ୍କ ଟିକାକରଣ କାର୍ଯ୍ୟରେ ଉପଯୋଗ ହେବ। ଏହି ୯ଟି ସହରାଂଚଳର ଜନସଂଖ୍ୟା ୧ଲକ୍ଷ ୯୦ହଜାର ୨୨୦ ହୋଇଥିବାବେଳେ ସରକାର ୬୦ ପ୍ରତିଶତ ଟିକା […]

covishield

Ordigital Desk
  • Published: Friday, 18 June 2021
  • , Updated: 18 June 2021, 09:05 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାମୁହିକ ଟିକାକରଣ ମାଧ୍ୟମରେ କରୋନା ମହାମାରୀ ସଂକ୍ରମଣକୁ ନିୟନ୍ତ୍ରଣ ପାଇଁ ଲକ୍ଷ୍ୟ ରଖିଥିବା ରାଜ୍ୟ ସରକାର ଆଜି ୭ଟି ଜିଲ୍ଲାକୁ ୧ଲକ୍ଷ ୧୩ହଜାର ୮୦୦ ଡୋଜ୍ କୋଭିଶିଲଡ୍ ଟିକା ପଠାଇଛନ୍ତି। ଏହି ସମସ୍ତ ଟିକା ସମ୍ପୃକ୍ତ ଜିଲ୍ଲାର ୯ଟି ପୌରାଂଚଳ ଓ ଏନଏସିରେ ରହୁଥିବା ୧୮ରୁ ୪୪ ବର୍ଷ ବୟସର ଲୋକଙ୍କ ଟିକାକରଣ କାର୍ଯ୍ୟରେ ଉପଯୋଗ ହେବ। ଏହି ୯ଟି ସହରାଂଚଳର ଜନସଂଖ୍ୟା ୧ଲକ୍ଷ ୯୦ହଜାର ୨୨୦ ହୋଇଥିବାବେଳେ ସରକାର ୬୦ ପ୍ରତିଶତ ଟିକା ଅର୍ଥାତ୍ ୧ଲକ୍ଷ ୧୩ହଜାର ୮୦୦ ପଠାଇଛନ୍ତି।

ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗଞ୍ଜାମ, ଜଗତସିଂହପୁର, ଯାଜପୁର, ଖୋର୍ଦ୍ଧା, କୋରାପୁଟ, ନୂଆପଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାର ଜିଲ୍ଲାପାଳ ଓ ମୁଖ୍ୟ ଚିକିତ୍ସାଅଧିକାରୀଙ୍କୁ ଏହି ଟିକା ଯୋଗାଣ ସମ୍ପର୍କରେ ସୂଚନା ଦିଆଯାଇଛି। ହିଞ୍ଜିଳି, ପୋଲସରା, ପାରାଦୀପ, ବ୍ୟାସନଗର, ଜଟଣୀ, ଜୟପୁର, ସୁନାବେଡ଼ା, ଖଡ଼ିଆଳ ରୋଡ୍‌, ରାଜଗାଙ୍ଗପୁର ପୌରାଂଚଳରେ ଥିବା ୧୮ରୁ ୪୪ବର୍ଷ ବୟସର ବ୍ୟକ୍ତିଙ୍କୁ ଟିକାକରଣ ପାଇଁ ଏହି ଟିକା ପଠାଯାଇଥିବା ସୂଚନା ଦିଆଯାଇଛି।

ଏହି ସମସ୍ତ ଟିକାକୁ ଆସନ୍ତା ସୋମବାରଠୁ ପ୍ରକ୍ରିୟା ଆରମ୍ଭ କରି ୫ଦିନ ମଧ୍ୟରେ ଶେଷ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ଆବଶ୍ୟକ ପଡ଼ିଲେ ସେସବୁ ସହରାଂଚଳରେ ଅଧିକ ସଂଖ୍ୟକ ଟିକାଦାନ କେନ୍ଦ୍ର ଖୋଲି ଟିକାକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ କୁହାଯାଇଛି।

ଏହି ପର୍ଯ୍ୟାୟରେ କୋରାପୁଟ ଜିଲ୍ଲାର ୨ଟି ପୌରାଂଚଳ ପାଇଁ ସର୍ବାଧିକ ୩୫୧୦୦ ଡୋଜ୍ କୋଭିଶିଲଡ୍ ଟିକା ଦିଆଯାଇଛି। ଏହି ସମସ୍ତ ଟିକା ରାଜ୍ୟ ସରକାର ନିଜସ୍ୱ ଅର୍ଥରେ କ୍ରୟ କରିଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି।

Related story