ଲମତାପୁଟ(ଜଗତ ଜୀବନ): କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ଅନ୍ତର୍ଗତ କୂଲାରସିଂ ପଂଚାୟତର କଡ଼ାପୁଟ ଗାଁରେ ଝାଡାବାନ୍ତି ବ୍ୟାପୀଛି। ଝାଡ଼ାବାନ୍ତିରେ ଏହି ଗ୍ରାମରେ ଜଣେ ବ୍ୟକ୍ତିଙ୍କ ମୃତ ହୋଇଥିବା ବେଳେ ୬ରୁ ଅଧିକ ଆକ୍ରାନ୍ତ ଗୁରୁତର ହୋଇପଡ଼ିଛନ୍ତି। ଯାହାକୁ ନେଇ ଅଞ୍ଚଳବାସୀ ଛାନିଆ ହୋଇପଡ଼ିଛନ୍ତି। ମୃତକଙ୍କ ପରିଚୟ ହସ୍ତଗତ ହୋଇପାରିନି।
ତେବେ ଝାଡ଼ାବାନ୍ତିର କାରଣ ଜଣାପଡ଼ିନି। ଦୂଷିତ ପାଣି ପିଇ ଲୋକମାନେ ଝାଡ଼ାବାନ୍ତିରେ ପଡ଼ିଥିବା ଆଶଙ୍କା କରାଯାଉଛି। ସେପଟେ ଆଜି ଘଟଣା ସମ୍ପର୍କରେ ଜିଲା ସ୍ୱାସ୍ଥ୍ୟ ବିଭାଗ ଜାଣିବା ପରେ ଏକ ଡାକ୍ତରୀ ଦଳ ଏହି ଗାଁକୁ ପଠାଇଛି। ଡାକ୍ତରୀ ଟିମ୍ ଏହି ଗାଁରେ ପହଞ୍ଚି ଝାଡାବାନ୍ତିରେ ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସା ଆରମ୍ଭ କରିଛନ୍ତି। ଅନ୍ୟପଟେ ନନ୍ଦପୁର ବ୍ଲକ ପ୍ରଶାସନିକ ଅଧିକାରୀମାନେ ମଧ୍ୟ କଡାପୁଟ ଗାଁରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଥିବା ଜଣାପଡ଼ିଛି।
ତେବେ ଏନେଇ ସ୍ୱାସ୍ଥ୍ୟ ବିଭାଗ କିମ୍ବା ବ୍ଲକ ପ୍ରଶାସନିକ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଆଜିଠୁ ସ୍ଥଗିତ ରହିବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ
ଡିସେମ୍ବର ୧୭ ତାରିଖରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ ଆରମ୍ଭ ହୋଇଥିଲା।
Accident
ଭାଇ ସହ ଖେଳୁଥିଲା କୁନି ଝିଅ, ଝୁଣି ମାରିଦେଲେ କୁକୁର ପଲ
ଗତକାଲି ଦିନବେଳା ଘର ବାହାରେ ଥିବା ଏକ ଜମିରେ ନାବାଳିକାଜଣକ ଭାଇ ସହ ଖେଳୁଲେ। ଉକ୍ତ ସମୟରେ ୫ଟି କୁକୁର ଉଭୟ ଭାଭଉଣୀଙ୍କୁ ଆକ୍ରମଣ କରିଥିଲେ।
Events & Festivals
ଆଜି ପବିତ୍ର ବଡ଼ଦିନ; ଧରା ଅବତରଣ କଲେ ପ୍ରଭୁ ଯୀଶୁ
କ୍ରିସମାସ ଉପଲକ୍ଷେ ପୁରୀ ବେଳାଭୂମିରେ ବିଶ୍ୱର ସର୍ବବୃହତ ବାଲୁକା କଳା ହୋଇଛି। ଯାହା ୱାଲ୍ଡ ରେକର୍ଡ BOOKS OF INDIAରେ ସ୍ଥାନ ପାଇଛି।
Politics
ଆମ୍ବେଦକରଙ୍କୁ ନେଇ କଂଗ୍ରେସ କୁମ୍ଭୀର କାନ୍ଦଣା କାନ୍ଦୁଛି: ମୁଖ୍ୟମନ୍ତ୍ରୀ
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିବୃତିକୁ କଦର୍ଥ ଏବଂ ବିକୃତ କରି କଂଗ୍ରେସ ନିଜର ରାଜନୈତିକ ଆଶା ପୂରଣ କରିବାକୁ ଚେଷ୍ଟା କରୁଛି କହିଲେ ମୁଖ୍ୟମନ୍ତ୍ରୀ।
Crime
ରିଟାର୍ଡ ଆଇଏଏସ୍ ବିନୋଦ କୁମାର ଓ ଅନ୍ୟ ୨ଜଣଙ୍କୁ ୩ବର୍ଷ ସଶ୍ରମ ଜେଲ୍
୧୯୮୯ ବ୍ୟାଚ୍ ଆଇଏଏସ୍ ବିନୋଦ କୁମାରଙ୍କୁ ରାଜ୍ୟ ସରକାର ୨୦୨୨ ମସିହାରେ ଚାକିରିରୁ ବହିଷ୍କୃତ କରିଥିଲେ। ଓଆରଏଚଡିସି ଦୁର୍ନୀତି ଓ ଅର୍ଥ ତୋଷାରପାତ ମାମଲାରେ ଏହି ସଂସ୍ଥାର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ବିନୋଦ କୁମାର ଦଶମ ଥର ପାଇଁ ଦୋଷୀସାବ୍ୟସ୍ତ ହୋଇଛନ୍ତି।