ଘର ଭିତରେ ପଶିଗଲା ସ୍କର୍ପିଓ; ସ୍ତ୍ରୀ ମୃତ, ସ୍ୱାମୀ-ପୁଅ ଗୁରୁତର

ନୂଆପଡ଼ା(ମାୟାଧର ସରାଫ): ଏମିତି ବି ଆସେ ମୃତ୍ୟୁ। ଘର ଭିତରେ ଥିବା ବେଳେ ପଶିଗଲା ସ୍କର୍ପିଓ। ଆଉ ଘର ଭିତରେ ଥିବା ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଏମିତି ଭୟଙ୍କର ଦୁର୍ଘଟଣା ନୂଆପଡ଼ା ଜିଲ୍ଲା ଖଡିଆଳ ଥାନା ଅଞ୍ଚଳରେ ଘଟିଛି। ଖଡିଆଳ-ବୋଡେନ ରାସ୍ତା ପାର୍ଶ୍ୱ ଗଡ଼ରାମୁଣ୍ଡା ଗାଁରେ ନରେଶ ସିଂହଙ୍କ ଘର। ଆଜି ଦି’ପରେ ଘରେ ନରେଶ, ତାଙ୍କ ପତ୍ନୀ ନମିତା ଓ ୮ ବର୍ଷର ପୁଅ ଥିଲେ। […]

nuapada.jpg1

Manoranjan Sial
  • Published: Saturday, 09 January 2021
  • , Updated: 09 January 2021, 05:38 PM IST

ନୂଆପଡ଼ା(ମାୟାଧର ସରାଫ): ଏମିତି ବି ଆସେ ମୃତ୍ୟୁ। ଘର ଭିତରେ ଥିବା ବେଳେ ପଶିଗଲା ସ୍କର୍ପିଓ। ଆଉ ଘର ଭିତରେ ଥିବା ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ଆଜି ଏମିତି ଭୟଙ୍କର ଦୁର୍ଘଟଣା ନୂଆପଡ଼ା ଜିଲ୍ଲା ଖଡିଆଳ ଥାନା ଅଞ୍ଚଳରେ ଘଟିଛି।

ଖଡିଆଳ-ବୋଡେନ ରାସ୍ତା ପାର୍ଶ୍ୱ ଗଡ଼ରାମୁଣ୍ଡା ଗାଁରେ ନରେଶ ସିଂହଙ୍କ ଘର। ଆଜି ଦି’ପରେ ଘରେ ନରେଶ, ତାଙ୍କ ପତ୍ନୀ ନମିତା ଓ ୮ ବର୍ଷର ପୁଅ ଥିଲେ। ଏହି ସମୟରେ ଖଡିଆଳରୁ ବୋଡେନ୍‌ ଅଭିମୁଖେ ଯାଉଥିବା ସ୍କର୍ପିଓ କାନ୍ଥ ଭାଙ୍ଗି ନରେଶଙ୍କ ଘର ଭିତରେ ପଶି ଯାଇଥିଲା। ଫଳରେ ଘଟଣାସ୍ଥଳରେ ନମିତାଙ୍କ ମୃତ୍ୟୁ ଘଟିଥିଲା। ତେବେ ନରେଶ ଓ ତାଙ୍କ ପୁଅ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

ଦୁର୍ଘଟଣା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ଦୁର୍ଘଟଣା ଘଟାଇଥିବା ସ୍କର୍ପିଓ ଚାଳକଙ୍କୁ ବେହେ ଛେଚିବା ସହିତ ରାସ୍ତା ରୋକ କରିଥିଲେ। ଖବର ପାଇ ଖଡିଆଳ ଥାନା ପୁଲିସ ଗାଁରେ ପହଞ୍ଚି ସ୍କର୍ପିଓଙ୍କୁ ଉଦ୍ଧାର କରିଥିଲେ। ମାତ୍ର ଗାଁ ଲୋକେ ପୁଲିସ ଗାଡ଼ିକୁ ଛାଡ଼ି ନଥିଲେ। କ୍ଷତିପୂରଣ ବାବଦକୁ ୫୦ ଲକ୍ଷ ଟଙ୍କା ଦାବି କରିଥିଲେ। ଖବର ଲେଖାହେବା ପର୍ଯ୍ୟନ୍ତ ଗାଁରେ ଉତ୍ତେଜନା ଲାଗି ରହିଛି।

Related story