ରାଜଧାନୀରେ ସିରିଜ୍ ଦୁର୍ଘଟଣା, କାର୍‌ ଉପରେ ମାଡ଼ିଗଲା ହାଇୱା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରର ପଳାଶୁଣି ବସ୍‌ଷ୍ଟପ୍‌ ନିକଟରେ ସିରିଜ୍ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ରାସ୍ତାଜାମ ଯୋଗୁ ଉଭୟ ପାଖରେ ଶହ ଶହ ଗାଡ଼ି ଅଟକି ରହିଥିଲା। ଆଜି ସକାଳେ ପଳାଶୁଣି ଛକରେ ଜଣେ ବ୍ୟକ୍ତି  ରାସ୍ତା ପାର୍‌ ହେଉଥିଲେ। ଏହି ସମୟରେ ଡମ୍ଫରଟିଏ ଆସିଯାଇଥିଲା। ସମ୍ପୃକ୍ତ ବ୍ୟକ୍ତିଙ୍କୁ ବଞ୍ଚାଇବାକୁ ଯାଇ ଡମ୍ଫରଟି ବ୍ରେକ୍‌ ମାରି ରହିଯାଇଥିଲା। ଏହି ସମୟରେ ଡମ୍ଫର ପଛରେ ଯାଉଥିବା ଦୁଇଟି କାର୍‌ ଅଟକି […]

Accident

Tapaswini Nayak
  • Published: Monday, 04 April 2022
  • , Updated: 04 April 2022, 05:34 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରର ପଳାଶୁଣି ବସ୍‌ଷ୍ଟପ୍‌ ନିକଟରେ ସିରିଜ୍ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ରାସ୍ତାଜାମ ଯୋଗୁ ଉଭୟ ପାଖରେ ଶହ ଶହ ଗାଡ଼ି ଅଟକି ରହିଥିଲା।

ଆଜି ସକାଳେ ପଳାଶୁଣି ଛକରେ ଜଣେ ବ୍ୟକ୍ତି  ରାସ୍ତା ପାର୍‌ ହେଉଥିଲେ। ଏହି ସମୟରେ ଡମ୍ଫରଟିଏ ଆସିଯାଇଥିଲା। ସମ୍ପୃକ୍ତ ବ୍ୟକ୍ତିଙ୍କୁ ବଞ୍ଚାଇବାକୁ ଯାଇ ଡମ୍ଫରଟି ବ୍ରେକ୍‌ ମାରି ରହିଯାଇଥିଲା। ଏହି ସମୟରେ ଡମ୍ଫର ପଛରେ ଯାଉଥିବା ଦୁଇଟି କାର୍‌ ଅଟକି ଯାଇଥିଲେ। ତେବେ ପଛରୁ ଦ୍ରୁତଗତିରେ ଆସୁଥିବା ଏକ ହାଇଓ୍ୱା ଦୁଇଟି କାର୍ ମଧ୍ୟରୁ ଗୋଟିଏକୁ ଧକ୍କା ଦେଇଥିଲା। କାର୍‌ଟି ଭାରସାମ୍ୟ ହରାଇ ଡିଭାଇଡର ଡେଇଁ ଜଣେ ବାଇକ ଆରୋହୀଙ୍କୁ ଧକ୍କା ଦେଇଥିଲା। ପରେ ହାଇଓ୍ୱାଟି ଡମ୍ଫର ପଛରେ ଥିବା ଅନ୍ୟ କାର୍ ଉପରେ ଚଢ଼ିଯାଇଥିଲା। କାର୍‌ରେ ଥିବା ବ୍ୟକ୍ତି ଜଣଙ୍କ ତା’ ଭିତରେ ଚାପି ହୋଇଯାଇଥିଲେ।  ପୁଲିସ ଓ ଅଗ୍ନିଶମ କର୍ମଚାରୀ ତାଙ୍କୁ କାର୍‌ ଭିତରୁ ଉଦ୍ଧାର କରିଥିଲେ। ତେବେ  ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

Related story