ଉଡ଼ିଲା ୧ କିଲୋମିଟର ଲମ୍ବା ତ୍ରିରଙ୍ଗା

ବରଗଡ଼(ଦୀପକ ଶର୍ମା): ବରଗଡ଼ ସହରରେ ଉଡ଼ିଛି ୧ କିଲୋମିଟର ଲମ୍ବା ତ୍ରିରଙ୍ଗା। ଏହି ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହୋଇଥିଲେ ଶହ ଶହ ଛାତ୍ରଛାତ୍ରୀ ଓ ସାଧାରଣ ବ୍ୟକ୍ତି। ବିଶାଳ ତ୍ରିରଙ୍ଗାକୁ ଧରି ସମସ୍ତେ ଶୋଭାଯାତ୍ରାରେ ଚାଲିଥିଲେ। ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଏହି ତ୍ରିରଙ୍ଗା ଶୋଭାଯାତ୍ରା ହୋଇଥିଲା। ୨୫୨୬ଟି ସଂଗଠନ ଏହି ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଶୋଭଯାତ୍ରା ସମୟରେ ମୁଖ୍ୟ ରାସ୍ତା ତ୍ରିରଙ୍ଗା ମୟ ହୋଇଯାଇଥିଲା। ଏହି ସମୟରେ ବିଭିନ୍ନ ସାଂସ୍କୃତିକ ନୃତ୍ୟ ଗୀତ […]

Triranga

  • Published: Tuesday, 09 August 2022
  • , Updated: 09 August 2022, 09:59 PM IST

ବରଗଡ଼(ଦୀପକ ଶର୍ମା): ବରଗଡ଼ ସହରରେ ଉଡ଼ିଛି ୧ କିଲୋମିଟର ଲମ୍ବା ତ୍ରିରଙ୍ଗା। ଏହି ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହୋଇଥିଲେ ଶହ ଶହ ଛାତ୍ରଛାତ୍ରୀ ଓ ସାଧାରଣ ବ୍ୟକ୍ତି। ବିଶାଳ ତ୍ରିରଙ୍ଗାକୁ ଧରି ସମସ୍ତେ ଶୋଭାଯାତ୍ରାରେ ଚାଲିଥିଲେ। ସ୍ଵାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଏହି ତ୍ରିରଙ୍ଗା ଶୋଭାଯାତ୍ରା ହୋଇଥିଲା। ୨୫୨୬ଟି ସଂଗଠନ ଏହି ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ଶୋଭଯାତ୍ରା ସମୟରେ ମୁଖ୍ୟ ରାସ୍ତା ତ୍ରିରଙ୍ଗା ମୟ ହୋଇଯାଇଥିଲା। ଏହି ସମୟରେ ବିଭିନ୍ନ ସାଂସ୍କୃତିକ ନୃତ୍ୟ ଗୀତ ସାଙ୍ଗକୁ ପଥପ୍ରାନ୍ତ ନାଟକ ଦେଖିବାକୁ ମିଳିଥିଲା। ଯାହାକୁ ନେଇ ବରଗଡ଼ ସହର  ଉତ୍ସବ ମୁଖରିତ ହୋଇ ଉଠିଥିଲା।

ବିଜେପି ଆହ୍ୱାନ କ୍ରମେ ଚାଲିଥିବା ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି ବିଶାଳ ତ୍ରିରଙ୍ଗା ଉଡ଼ିଛି। ବରଗଡ଼ ବିକାଶ ଗ୍ରୁପ୍ ଏହାର ନେତୃତ୍ୱ ନେଇଛି। ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବରଗଡ଼ ବିଧାୟକ  ଦେବେଶ ଆଚାର୍ଯ୍ୟ, ବିଜେପି ନେତା ଅଶ୍ୱିନୀ ଷଡଙ୍ଗୀ, କଂଗ୍ରେସ ନେତା ପ୍ରଦୀପ ଦେବତା ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

[caption id="attachment_756345" align="aligncenter" width="650"] ତ୍ରିରଙ୍ଗ ଶୋଭାଯାତ୍ରାରେ ସାମିଲ ନେତାମାନେ।[/caption]

ଏହି ଶୋଭାଯାତ୍ରା ବରଗଡ଼ର ଲେଙ୍ଗୁ ମିଶ୍ର ଛକଠାରୁ ବାହାରି ବରାହଗୋଡ଼ା ପର୍ଯ୍ୟନ୍ତ ଯାଇଥିଲା। ଶୋଭାଯାତ୍ରା ନେଇ ବରଗଡ଼ ବିକାଶ ଗ୍ରୁପ୍‌ର ଚେୟାରମେନ ଡି.ମୂରଳୀ କ୍ରିଷ୍ଣା କହିଛନ୍ତି, ଓଡ଼ିଶାରେ ପ୍ରଥମ ଥର ପାଇଁ ଏହି ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ଏହାର ଏକମାତ୍ର ଉଦ୍ଦେଶ୍ୟ ଘର ଘର ତ୍ରିରଙ୍ଗା ହର ଘର ତ୍ରିରଙ୍ଗା। ସ୍ୱାଧୀନତାର ୭୫ ବର୍ଷ ଅବସରେ ପାଳନ ହେଉଥିବା ଅମୃତ ମହୋତ୍ସବକୁ ବିରାଟ ଆକାରରେ ପାଳନ କରିବା ସହ ସମଗ୍ର ବିଶ୍ୱକୁ ଏହା ଜରିଆରେ ବାର୍ତ୍ତା ପଠାଇଛୁ ଯେ ଆମେ ସମସ୍ତେ ଏକ।

ଗୋଟିଏ ପଟେ ଏହି ବିଶାଳ ତ୍ରିରଙ୍ଗା ଉତ୍ସବରେ ବିଜେଡି ଓ କଂଗ୍ରେସର ନେତାମାନେ ଯୋଗଦେଇଥିବା ବେଳେ ଅନ୍ୟପଟେ ଏନେଇ ଟ୍ୱିଟ କରି କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

https://twitter.com/dpradhanbjp/status/1556997133517324289?s=20&t=cYICv9mSNeB0mm9fG9ZpFA

Related story