ବରଗଡ଼(ଦୀପକ ଶର୍ମା) : କୋଭିଡ ନିୟମ ଉଲ୍ଲଘଂନ ଅଭିଯୋଗରେ ସରପଞ୍ଚଙ୍କ ଉପରେ ହେଲା ୧ ଲକ୍ଷ ଟଙ୍କାର ଜରିମାନା ଳଗାଇଲେ ବିଡିଓ ବରଗଡ଼ ଜିଲ୍ଲା ଗାଇସିଲଟ ବ୍ଲକ ବିଡିଓ ରଞ୍ଜନ ସା ସ୍ଥାନୀୟ ସରପଞ୍ଚ ମାଲବ ସାହୁଙ୍କୁ ୧ ଲକ୍ଷ ଟଙ୍କା ଜରିମାନା କରିଛନ୍ତି ।
କିରାସିନି ଘୋଟାଲା ଅଭିଯୋଗ କରି ବିଡିଓ ଅଫିସଙ୍କୁ ଘେରାଉ କରିଥିଲେ ଗ୍ରାମବାସୀ। ସ୍ଥାନୀୟ ସରପଞ୍ଚ ମାଲବ ସାହୁ ପ୍ରାୟ ଦେଢଶହ ଗ୍ରାମବାସୀଙ୍କୁ ନେଇ ବିଡିଓଙ୍କ କାର୍ଯ୍ୟାଳୟକୁ ଯାଇ ପ୍ରତିବାଦ କରିଥିଲେ । ଏହି ଘଟଣାରେ କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ଏହି ଅର୍ଥଦଣ୍ଡ କରିଛନ୍ତି ଗାଇସିଲଟ ବିଡିଓ।