୧ ରୁ ବଢିବ ବର୍ଷା

ଭୁବନେଶ୍ୱର: ଆସନ୍ତା ୧ ତାରିଖରୁ ବଢିପାରେ ବର୍ଷାର ପରିମାଣ। ଆଜି ଏହି ସୂଚନା ଦେଇଛି ଭୁବନେଶ୍ୱର ପାଣିପାଗ ବିଭାଗ। ତେବେ ଆଜି ଏବଂ ଆସନ୍ତାକାଲି ରାଜ୍ୟର କିଛି ସ୍ଥାନରେ ସାମାନ୍ୟ ବର୍ଷା ହେବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ରାଜ୍ୟରେ ମୌସୁମୀ ସକ୍ରିୟ ଥିବା ବେଳେ ଏବେ ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ଗତ ୨୭ ତାରିଖରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଥିବା ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଥିଲା। ଯାହା ବର୍ତ୍ତମାନ ଆନ୍ଧ୍ର ଓ ଦକ୍ଷିଣ […]

rain fall

Rakesh Mallick
  • Published: Wednesday, 29 June 2016
  • , Updated: 29 June 2016, 04:21 PM IST

ଭୁବନେଶ୍ୱର: ଆସନ୍ତା ୧ ତାରିଖରୁ ବଢିପାରେ ବର୍ଷାର ପରିମାଣ। ଆଜି ଏହି ସୂଚନା ଦେଇଛି ଭୁବନେଶ୍ୱର ପାଣିପାଗ ବିଭାଗ। ତେବେ ଆଜି ଏବଂ ଆସନ୍ତାକାଲି ରାଜ୍ୟର କିଛି ସ୍ଥାନରେ ସାମାନ୍ୟ ବର୍ଷା ହେବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ରାଜ୍ୟରେ ମୌସୁମୀ ସକ୍ରିୟ ଥିବା ବେଳେ ଏବେ ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି।

ଗତ ୨୭ ତାରିଖରେ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଥିବା ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଥିଲା। ଯାହା ବର୍ତ୍ତମାନ ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପକୂଳ ଦେଇ ଗତି କରୁଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ସୋମବାର କଟକରେ ସର୍ବାଧିକ ୯୨.୨ ମି.ମି. ବର୍ଷା ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ୱରରେ ୬୯.୨ ମି.ମି., ପାରାଦୀପରେ ୧୪.୫ ମି.ମି. ଓ ଚାନ୍ଦବାଲିରେ ୧୩.୫ ମି.ମି. ବର୍ଷା ରେକର୍ଡ କରାଯାଇଛି। ସେହିପରି ବାଲେଶ୍ୱରରେ ୨୬.୮ ମି.ମି. ବର୍ଷା ରେକର୍ଡ କରାଯାଇଛି। ଆଜି ଦିନ ତମାମ ବର୍ଷା ଲାଗି ରହିବ ବୋଲି ପାଣି ପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା।

Related story