ପୁଣି ଜଣେ ଅଧିକାରୀଙ୍କ ଘରେ ପଶିଲା ଭିଜିଲାନ୍ସ, ୬ଟି ସ୍ଥାନରେ ରେଡ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁଣି ଜଣେ ଅଧିକାରୀଙ୍କ ଘରେ ପଶିଛି ଭିଜିଲାନ୍ସ। ଏଥର ଭିଜିଲାନ୍ସ ସ୍କାନରରେ ପଡ଼ିଥିବା ଅଧିକାରୀଜଣକ ହେଉଛନ୍ତି ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ଭୁବନେଶ୍ୱର ସର୍କଲର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାର ରଞ୍ଜନ ଦାସ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକ ସଙ୍ଗରେ  ଖୋର୍ଦ୍ଧା, ସମ୍ବଲପୁର ଓ ବରଗ଼ଡ଼ ଜିଲ୍ଲାର ୬ଟି ସ୍ଥାନରେ ଚଢ଼ଉ କରାଯାଉଛି । ଭୁବନେଶ୍ୱର ଖାରବେଳନଗରର ଶ୍ରୀରାମ ମାନସନରେ ଥିବା […]

pic

  • Published: Friday, 28 October 2022
  • , Updated: 28 October 2022, 10:16 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁଣି ଜଣେ ଅଧିକାରୀଙ୍କ ଘରେ ପଶିଛି ଭିଜିଲାନ୍ସ। ଏଥର ଭିଜିଲାନ୍ସ ସ୍କାନରରେ ପଡ଼ିଥିବା ଅଧିକାରୀଜଣକ ହେଉଛନ୍ତି ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ଭୁବନେଶ୍ୱର ସର୍କଲର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିହାର ରଞ୍ଜନ ଦାସ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକ ସଙ୍ଗରେ  ଖୋର୍ଦ୍ଧା, ସମ୍ବଲପୁର ଓ ବରଗ଼ଡ଼ ଜିଲ୍ଲାର ୬ଟି ସ୍ଥାନରେ ଚଢ଼ଉ କରାଯାଉଛି ।

ଭୁବନେଶ୍ୱର ଖାରବେଳନଗରର ଶ୍ରୀରାମ ମାନସନରେ ଥିବା ଫ୍ଲାଟ, ଖାରବେଳନଗରରେ ଥିବା ସଂପର୍କୀୟଙ୍କ ଘର, ଖୋର୍ଦ୍ଧା ସାନପଲରେ ଥିବା ସଂପର୍କୀୟଙ୍କ ଘର, ସମ୍ବଲପୁର ମୁଦିପଡ଼ାର ପୈତୃକ ବାସଭବନ, ବରଗଡ଼ରେ ଥିବା ନିଜ ଘର ଓ ଭୁବନେଶ୍ୱର ଅଫିସରେ ଏକ ସଙ୍ଗରେ ଚଢ଼ଉ ଜାରି ରହିଛି  । ଚଢ଼ଉରେ ୫ ଜଣ ଡିଏସ୍‌ପି, ୧୨ ଜଣ ଇନ୍ସପେକ୍ଟର, ଜଣେ ଇନ୍ସପେକ୍ଟର ଓ ୧୧ ଜଣ ଏଏସ୍ଆଇ ଏବଂ ଅନ୍ୟ କର୍ମଚାରୀମାନେ ସାମିଲ ହୋଇଛନ୍ତି ।

ତେବେ ଚଢ଼ଉ ଜାରି ରହିଥିବାରୁ ଠାବ ହୋଇଥିବା ସମ୍ପତ୍ତି ସମ୍ପର୍କରେ ସବିଷେଶ ତଥ୍ୟ ମିଳିପାରିନି।

Related story