Advertisment

ରାତିରେ ଘରେ ଶୋଇଥିଲା ବର୍ଷକର ଛୁଆ, ସକାଳୁ ଖାଲରୁ ମିଳିଲା ମୃତଦେହ

ଉଦଳା(ମାନସ ପାଣି): ରାତିରେ ମା’ବାପାଙ୍କ ପାଖରେ ଶୋଇଥିବା ବର୍ଷକର ଛୁଆର ମୃତଦେହ ସକାଳୁ ଘର ନିକଟ ପାଣି ଭର୍ତ୍ତି ଖାଲରୁ ଉଦ୍ଧାର ହୋଇଛି। ଏପରି ହୃଦୟ ବିଦାରକ ଘଟଣା ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଜାମପଦାରେ ଘଟିଛି। ଶିଶୁଟି କିପରି ଘରୁ ବାହାରି ରାତିରେ ବାହାରକୁ ଗଲା, ସେ ସମ୍ପର୍କରେ ପରିବାର ଲୋକ କିଛି କହିପାରୁ ନ ଥିବା ବେଳେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନାଯୋଗ୍ୟ, ଜାମପଦା ଗାଁ  ଉପରସାହିର ଥଳ ହେମ୍ବ୍ରମ ଏବଂ […]

ଅଦ୍ୟତନ ହୋଇଛି
ରାତିରେ ଘରେ ଶୋଇଥିଲା ବର୍ଷକର ଛୁଆ, ସକାଳୁ ଖାଲରୁ ମିଳିଲା ମୃତଦେହ

baby

Advertisment

ଉଦଳା(ମାନସ ପାଣି): ରାତିରେ ମା’ବାପାଙ୍କ ପାଖରେ ଶୋଇଥିବା ବର୍ଷକର ଛୁଆର ମୃତଦେହ ସକାଳୁ ଘର ନିକଟ ପାଣି ଭର୍ତ୍ତି ଖାଲରୁ ଉଦ୍ଧାର ହୋଇଛି। ଏପରି ହୃଦୟ ବିଦାରକ ଘଟଣା ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଜାମପଦାରେ ଘଟିଛି। ଶିଶୁଟି କିପରି ଘରୁ ବାହାରି ରାତିରେ ବାହାରକୁ ଗଲା, ସେ ସମ୍ପର୍କରେ ପରିବାର ଲୋକ କିଛି କହିପାରୁ ନ ଥିବା ବେଳେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment

ସୂଚନାଯୋଗ୍ୟ, ଜାମପଦା ଗାଁ  ଉପରସାହିର ଥଳ ହେମ୍ବ୍ରମ ଏବଂ ପତ୍ନୀ ଫୁଲ ହେମ୍ୱ୍ରମ ଗତକାଲି ରାତିରେ ଖାଇସାରି ସାଙ୍ଗରେ ଏକ ବର୍ଷର ଶିଶୁପୁତ୍ର ମାଙ୍ଗାତ ହେମ୍ୱ୍ରମକୁ ଧରି ଶୋଇଥିଲେ। ହେଲେ ବିଳମ୍ୱିତ ରାତିରେ ଫୁଲ ଉଠିବାରୁ ପାଖରେ ଶିଶୁପୁତ୍ର ମାଙ୍ଗାତକୁ ପାଇନଥିଲେ। ପରେ ଅନେକ ଖୋଜାଖୋଜି କରିବା ପରେ ଶିଶୁପୁତ୍ରଟି ଘର ବାଡି ନିକଟ ଖାଲରେ ଥିବା ପାଣିରେ ପଡିଥିବା ଦେଖିବାକୁ ପାଇଥିଲେ। ତେବେ ପାଣିରୁ ଶିଶୁପୁତ୍ରଟିକୁ ଉଦ୍ଧାର କରିଥିବା ବେଳେ ଶିଶୁପୁତ୍ରର ମୃତ୍ୟୁ ହୋଇ ସାରିଥିଲା।

ଏହି ଘଟଣା ଜଣାପଡିବା ପରେ କପ୍ତିପଦା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମାତ୍ର ବର୍ଷକର ମାଙ୍ଗାତ ରାତିରେ ଶୋଇଥିବା ବେଳେ ହଠାତ୍‌ କିପରି ଯାଇ ଖାଲରେ ପଡିଲା ତାହା ଏବେ ସବୁଠାରୁ ବଡ ପ୍ରଶ୍ନ। ମାଙ୍ଗାତ ନିଜେ ରାତିରେ ଖାଲ ପର୍ଯ୍ୟନ୍ତ ଯିବା ସମ୍ଭବ ହୋଇ ନ ଥିବା ବେଳେ ଶିଶୁପୁତ୍ରର ମୃତ୍ୟୁ ଅପମୃତ୍ୟୁ ନା ହତ୍ୟାକାଣ୍ଡ ତାହା ଏବେ ବି ସନ୍ଦେହ ଘେରରେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe