କରୋନାରେ ଗଲା ୧୦ ଜୀବନ, ମୃତ୍ୟୁ ସଂଖ୍ୟା ଛୁଇଁଲା ୧୩୦

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୧୦  ମୁଣ୍ଡ ନେଲା କରୋନା। ଫଳରେ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୩୦ ରେ ପହଞ୍ଚି ଯାଇଛି। ମୃତକଙ୍କ ଧ୍ୟରେ ୯ ଜଣ ପୁରୁଷ ଥିବା ବେଳେ ଜଣେ ମହିଳା ଅଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। Regret to inform the demise of 10 Covid positive patients while under treatment in hospitals. 1. A […]

corona--44

Niharika Rout
  • Published: Saturday, 25 July 2020
  • , Updated: 25 July 2020, 12:10 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୧୦  ମୁଣ୍ଡ ନେଲା କରୋନା। ଫଳରେ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୩୦ ରେ ପହଞ୍ଚି ଯାଇଛି। ମୃତକଙ୍କ ଧ୍ୟରେ ୯ ଜଣ ପୁରୁଷ ଥିବା ବେଳେ ଜଣେ ମହିଳା ଅଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

୧୦ ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ  ୩, ସୁନ୍ଦରଗଡ଼, ବାଲେଶ୍ୱରରେ ୨ ଜଣ ଲେଖା, ଗଜପତି, ଝାରସୁଗୁଡ଼ା ଓ ରାୟଗଡ଼ାରେ ଜଣେ ଲେଖାଏ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।

କରୋନା ଯୋଗୁ ଗଞ୍ଜାମ ଜିଲ୍ଲାରେ ୩ ଜଣ ଆଖି ବୁଜିଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ବୟସ ୬୦ ବର୍ଷ ଓ ଅନ୍ୟ ଜଣଙ୍କ ବୟସ ୩୦ ବର୍ଷ। ୩୦ ବର୍ଷୀୟ ଯୁବକ ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ଥିବା ଜଣାଯାଇଛି।

ବାଲେଶ୍ୱର ଜିଲ୍ଲାରେ ମଧୁମେହ ଓ ମେଦବହୁଳତା ରୋଗରେ ପୀଡ଼ିତ ଜଣେ ୬୦ ବର୍ଷୀୟା ମହିଳାଙ୍କ ସମେତ ଜଣେ ୩୭ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଛି।

ସୁନ୍ଦରଗଡ଼ ଜିଲ୍ଲାରେ ମଧୁମେହରେ ପୀଡ଼ିତ ଜଣେ ୫୪ ବର୍ଷୀୟ ବ୍ୟକ୍ତିଙ୍କ ସମତେ ୬୦ ବର୍ଷୀୟ ବୃଦ୍ଧ କରୋନାରେ ଆଖି ବୁଜିଛନ୍ତି।

ଗଜପତି ଜିଲ୍ଲାରେ ମଧୁମେହ ଓ ଉଚ୍ଚ ରକ୍ତଚାପରେ ପୀଡ଼ିତ ଜଣେ ୩୭ ବର୍ଷୀୟ ଯୁବକ କରୋନାରେ ଆଖି ବୁଜିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏହାବ୍ୟତୀତ ଝାରସୁଗୁଡ଼ାରେ ଜଣେ ୬୧ ବର୍ଷୀୟ ବୃଦ୍ଧ, ରାୟଗଡ଼ାରେ ଜଣେ ୪୭ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି।

 ରାଜ୍ୟରେ ସମୁଦାୟ ୧୩୦ ଜଣ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ବେଳେ ସେଥିମଧ୍ୟରୁ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୭୩ ଜଣ କରୋନାରେ ଆଖି ବୁଜିଛନ୍ତି।  ବାଲେଶ୍ୱରରେ ପ୍ରଥମ ଥର ୨ କରୋନା ରୋଗୀ ଆଖି ବୁଜିଥିବା ବେଳେ ଝାରସୁଗୁଡ଼ାରେ ମଧ୍ୟ ପ୍ରଥମ କରୋନା ମୃତ୍ୟୁ ହୋଇଛି।  ଏହାବ୍ୟତୀତ ଗଜପତି ଜିଲ୍ଲାରେ ଏହି ସଂଖ୍ୟା ୭ ଛୁଇଁଛି।  ସେହିପରି ରାୟଗଡ଼ା ଓ ସୁନ୍ଦରଗଡ଼ରେ ୪ ଜଣ ଲେଖାଏ କରୋନାରେ ଆଖି ବୁଜିଛନ୍ତି।

Related story