୧୦ ଦଫା ଦାବିରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଦେବଗଡ଼ ବନ୍ଦ

ଦେବଗଡ଼: ୧୦ ଦଫା ଦାବି ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ଦେବଗଡ଼ ବନ୍ଦ ଡାକରା ଦିଆଯାଇଛି। ଫଳରେ ଯାନବାହାନ ଚଳାଚଳ ଓ ଦୋକାନ ବଜାର ବନ୍ଦ ରହିଛି। ଚାଷୀଙ୍କୁ ଇନପୁଟ୍ ସବସିଡ଼ି ପ୍ରଦାନ, ଡାକ୍ତର ନିଯୁକ୍ତି ଦାବିରେ ଜିଲ୍ଲା କଂଗ୍ରେସ ଏହି ବନ୍ଦ ପାଳନ କରିଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି  କଂଗ୍ରେସ କର୍ମୀଙ୍କୁ ବୁଝାଶୁଝା କରିବା ସହ ରାସ୍ତା ଅବରୋଧ ହଟାଇବାକୁ  ଚେଷ୍ଟା କରିଥିଲା। ଫଳରେ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଯାଇଥିଲା। ପୋଲିସ୍ […]

dabagrah

Rakesh Mallick
  • Published: Monday, 20 June 2016
  • , Updated: 20 June 2016, 11:01 PM IST

ଦେବଗଡ଼: ୧୦ ଦଫା ଦାବି ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ଆଜି ଦେବଗଡ଼ ବନ୍ଦ ଡାକରା ଦିଆଯାଇଛି। ଫଳରେ ଯାନବାହାନ ଚଳାଚଳ ଓ ଦୋକାନ ବଜାର ବନ୍ଦ ରହିଛି। ଚାଷୀଙ୍କୁ ଇନପୁଟ୍ ସବସିଡ଼ି ପ୍ରଦାନ, ଡାକ୍ତର ନିଯୁକ୍ତି ଦାବିରେ ଜିଲ୍ଲା କଂଗ୍ରେସ ଏହି ବନ୍ଦ ପାଳନ କରିଛି।

ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି  କଂଗ୍ରେସ କର୍ମୀଙ୍କୁ ବୁଝାଶୁଝା କରିବା ସହ ରାସ୍ତା ଅବରୋଧ ହଟାଇବାକୁ  ଚେଷ୍ଟା କରିଥିଲା। ଫଳରେ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଯାଇଥିଲା। ପୋଲିସ୍ କଂଗ୍ରେସ ଜିଲ୍ଲା ସଭାପତିଙ୍କ ସହିତ ୧୫ ଜଣ କର୍ମୀଙ୍କୁ ଗିରଫ କରିଛି। ଏପରି ଗିରଫଦାରୀକୁ କଂଗ୍ରେସ ନିନ୍ଦା କରିବା ସହିତ ଆଗାମୀ ଦିନରେ ଦେବଗଡ଼ ଜିଲ୍ଲାବାସୀଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି  କଂଗ୍ରେସ ପକ୍ଷରୁ କୁହାଯାଇଛି।

Related story