୧୦ ଆଇଏଏସଙ୍କୁ ମେଡିକାଲ କଲେଜ ତଦାରଖ ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗାନ୍ଧି ଜୟନ୍ତୀରୁ ମେଡିକାଲରେ ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ କରିଥିବା ରାଜ୍ୟ ସରକାର ଆଜି ୧୦ଟି ମେଡିକାଲ କଲେଜ ଓ ହସ୍ପିଟାଲର ତଦାରଖ ଦାୟିତ୍ୱ ନ୍ୟସ୍ତ କରିଛନ୍ତି। ତେବେ ଏହି ତାଲିକାରେ କଟକ, ସମ୍ବଲପୁର ଓ ବ୍ରହ୍ମପୁରରେ ଥିବା ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ନିମନ୍ତେ କୌଣସି ଆଇଏଏସଙ୍କୁ ଦାୟିତ୍ୱ ଆବଣ୍ଟନ କରାଯାଇନି। ଏପରିକି ଯେଉଁସବୁ ମେଡିକାଲ କଲେଜ ଏପର୍ଯ୍ୟନ୍ତ ଆରମ୍ଭ ବି ହୋଇନି ତା’ର ଭିତ୍ତିଭୂମି ସୁଧାର, ସାମଗ୍ରିକ ପ୍ରଦର୍ଶନ ଓ […]

xcv

xcv

Hemant Lenka
  • Published: Wednesday, 30 October 2019
  • Updated: 30 October 2019, 07:42 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗାନ୍ଧି ଜୟନ୍ତୀରୁ ମେଡିକାଲରେ ‘ମୋ ସରକାର’ କାର୍ଯ୍ୟକ୍ରମ ଆରମ୍ଭ କରିଥିବା ରାଜ୍ୟ ସରକାର ଆଜି ୧୦ଟି ମେଡିକାଲ କଲେଜ ଓ ହସ୍ପିଟାଲର ତଦାରଖ ଦାୟିତ୍ୱ ନ୍ୟସ୍ତ କରିଛନ୍ତି। ତେବେ ଏହି ତାଲିକାରେ କଟକ, ସମ୍ବଲପୁର ଓ ବ୍ରହ୍ମପୁରରେ ଥିବା ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ନିମନ୍ତେ କୌଣସି ଆଇଏଏସଙ୍କୁ ଦାୟିତ୍ୱ ଆବଣ୍ଟନ କରାଯାଇନି। ଏପରିକି ଯେଉଁସବୁ ମେଡିକାଲ କଲେଜ ଏପର୍ଯ୍ୟନ୍ତ ଆରମ୍ଭ ବି ହୋଇନି ତା’ର ଭିତ୍ତିଭୂମି ସୁଧାର, ସାମଗ୍ରିକ ପ୍ରଦର୍ଶନ ଓ ପରିଚାଳନା ତଦାରଖ କରିବା ପାଇଁ ଏହି ଆଇଏଏସମାନଙ୍କୁ କୁହାଯାଇଛି।

ମିଳିଥିବା ସୂଚନା ଅନୁସାରେ କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାଏକ ମେଡିକାଲ କଲେଜ ଓ ହସ୍ପିଟାଲ ଦାୟିତ୍ୱ ଅର୍ଥ ସଚିବ ଏକେକେ ମୀନାଙ୍କୁ ମିଳିଥିବାବେଳେ, ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲ ଦାୟିତ୍ୱରେ ଜଳସମ୍ପଦ ସଚିବ ସୁରେନ୍ଦ୍ର କୁମାର, ବାଲେଶ୍ୱରସ୍ଥିତ ଫକୀର ମୋହନ କଲେଜ ଓ ହସ୍ପିଟାଲ ଦାୟିତ୍ୱରେ କୃଷି ଉତ୍ପାଦନ କମିଶନର ପ୍ରଦୀପ୍ତ କୁମାର ମହାପାତ୍ର, ଏନଟିପିସି ଦ୍ୱାରା ନିର୍ମିତ ସୁନ୍ଦରଗଡ଼ ମେଡିକାଲ କଲେଜ ଓ ହସ୍ପିଟାଲ ଦାୟିତ୍ୱରେ ଉନ୍ନୟନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଦାୟିତ୍ୱ ନ୍ୟସ୍ତ ହୋଇଛି। ସେହିପରି କେନ୍ଦୁଝର, ଯାଜପୁର, କନ୍ଧମାଳ, ପୁରୀ, ଅନୁଗୋଳ, ଭବାନୀପାଟଣାରେ ପ୍ରସ୍ତାବିତ ମେଡିକାଲ କଲେଜ ଓ ହସ୍ପିଟାଲ ଦାୟିତ୍ୱ ମଧ୍ୟ ଯଥାକ୍ରମେ ଆଇଏଏସ୍ ଆରକେ ଶର୍ମା,ମୋନା ଶର୍ମା, ନିକୁଞ୍ଜ ବିହାରୀ ଧଳ, କ୍ରିଷନ କୁମାର, ଅନୁ ଗର୍ଗ ଓ ହେମନ୍ତ ଶର୍ମାଙ୍କୁ ଦାୟିତ୍ୱ ଦିଆଯାଇଛି।

ତେବେ ବଲାଙ୍ଗିରସ୍ଥିତ ସନ୍ଥ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ, ବୁର୍ଲାସ୍ଥିତ ବୀରସୁରେନ୍ଦ୍ର ସାଏ ମେଡିକାଲ କଲେଜ ଓ ରିସର୍ଚ୍ଚ, ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲ ଓ ହସ୍ପିଟାଲ ଏବଂ କଟକସ୍ଥିତ ଏସସିବି ମେଡିକାଲ କଲେଜ ଦାୟିତ୍ୱ କୌଣସି ଆଇଏଏସଙ୍କୁ ନ୍ୟସ୍ତ ହୋଇନାହିଁ।
ଯଦିଓ କଟକ, ବ୍ରହ୍ମପୁର ଓ ବୁର୍ଲାରେ ଥିବା ୩ ପ୍ରମୁଖ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ସର୍ବାଧିକ ରୋଗୀ ସେବା ଯୋଗାଉଛନ୍ତି ଏବଂ ସେଠାରେ ଭିତ୍ତିଭୂମି ସୁଧାର, ସାମଗ୍ରିକ ପ୍ରଦର୍ଶନ ଓ ପରିଚାଳନାରେ ତ୍ୱରିତ୍ ସୁଧାର ଆସିବା ଜରୁରୀ, ତଥାପି ସରକାର ଏଠାରେ କୌଣସି ଆଇଏଏସଙ୍କୁ ଦାୟିତ୍ୱ ନ୍ୟସ୍ତ କରିନାହାନ୍ତି। ଏହି ୩ ମେଡିକାଲ କଲେଜ ସହ ବଲାଙ୍ଗିର ମେଡିକାଲ କଲେଜ ଓ ହସ୍ପିଟାଲ ଦାୟିତ୍ୱରେ ସ୍ଥାନୀୟ ଆରଡିସିମାନେ ରହିବେ ବୋଲି ମଧ୍ୟ ଆଜି ପ୍ରକାଶ ପାଇଥିବା ତାଲିକାରେ ବି ସ୍ପଷ୍ଟ କରିନଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story