ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍‌, ୧୦ ଆହତ

କେନ୍ଦୁଝର (ଓଡ଼ିଶା ରିପୋର୍ଟର): କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଥାନା ଅନ୍ତର୍ଗତ କୁଆଁର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୧୦ଜଣ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ କେନ୍ଦୁଝର ସ୍ଥାନାନ୍ତର କରାଯାଇଛି। ଆଜି ସକାଳେ ଯାତ୍ରୀବାହୀ ବସ୍‌ଟି କାମାକ୍ଷାନଗରରୁ ଯାତ୍ରୀମାନଙ୍କୁ ନେଇ କେନ୍ଦୁଝର ଅଭିମୁଖେ ଆସୁଥିଲା। ଏହି ସମୟରେ କୁଆଁର ନିକଟରେ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ୧୦ଜଣ ଯାତ୍ରୀ ଆହତ ହୋଇଥିଲେ। ବସ୍‌ରେ […]

bus accident

  • Published: Monday, 05 December 2022
  • , Updated: 05 December 2022, 10:44 AM IST

କେନ୍ଦୁଝର (ଓଡ଼ିଶା ରିପୋର୍ଟର): କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଥାନା ଅନ୍ତର୍ଗତ କୁଆଁର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୧୦ଜଣ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ କେନ୍ଦୁଝର ସ୍ଥାନାନ୍ତର କରାଯାଇଛି।

ଆଜି ସକାଳେ ଯାତ୍ରୀବାହୀ ବସ୍‌ଟି କାମାକ୍ଷାନଗରରୁ ଯାତ୍ରୀମାନଙ୍କୁ ନେଇ କେନ୍ଦୁଝର ଅଭିମୁଖେ ଆସୁଥିଲା। ଏହି ସମୟରେ କୁଆଁର ନିକଟରେ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ୧୦ଜଣ ଯାତ୍ରୀ ଆହତ ହୋଇଥିଲେ।

ବସ୍‌ରେ ୪୦ଜଣ ଯାତ୍ରୀ ଥିଲେ। ପୁଲିସ ପହଞ୍ଚି ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ଏହାସହ ଯାତ୍ରୀମାନଙ୍କୁ  ଅନ୍ୟ ଏକ ବସ୍‌ରେ ସେମାନଙ୍କ ଗନ୍ତବ୍ୟସ୍ଥଳକୁ ପଠାଇଥିଲା।

 

 

Related story