୧୦ ଲକ୍ଷ ଟଙ୍କାର ବାଣ ତିଆରି ସାମଗ୍ରୀ ଜବତ
- Published: Monday, 23 October 2017
- , Updated: 23 October 2017, 07:55 AM IST
<p>ପିପିଲି: ପୁରୀ ଜିଲ୍ଲା ପିପିଲିରେ ବାଣ ବିସ୍ଫୋରଣରେ ଦୁଇ ଜଣଙ୍କ ଜୀବନ ଯିବା ପରେ ପୋଲିସର ତନାଘଡ଼ା ଆରମ୍ଭ ହୋଇଛି। ଏସପିଙ୍କ ନିର୍ଦ୍ଦେଶରେ ଗତକାଲି ରାତିରେ ପିପିଲି ଜୟପୁର ଶାସନ ଗାଁରେ ପୋଲିସ୍ ହଠାତ୍ ଚଢ଼ାଉ କରିଥିଲା। ଚଢାଉ ବେଳେ ପ୍ରାୟ ୧୦ ଲକ୍ଷ ଟଙ୍କାର ବାଣ ଏବଂ ବାଣ ତିଆରି ସାମଗ୍ରୀ ଜବତ ହୋଇଛି।</p>
<p>ବେଆଇନ ବାଣ ତିଆରି କରୁଥିବା ରବି ସାହୁଙ୍କ ପୁଅ ସନ୍ତୋଷ ଓ ତାଙ୍କ ଜ୍ୱାଇଁ ସ୍ୱାଧୀନ ସାହୁଙ୍କୁ ପୋଲିସ ଅଟକ ରଖିଛି। ଘଟଣାସ୍ଥଳରୁ ରବି ଫେରାର ହୋଇଯାଇଥିବା ପୋଲିସ କହିଛି। ସ୍ୱାଧୀନଙ୍କ ଘର ଡେଲାଙ୍ଗ ଘୋରଡିଆ ଗାଁରେ ବୋଲି ଜଣାପଡ଼ିଛି।</p>