ବନ୍ଧୁକ ଦେଖାଇ ୧୦ଲକ୍ଷ ଟଙ୍କା ଲୁଟି ନେଲେ

Ordigital Desk
  • Published: Thursday, 14 June 2018
  • , Updated: 14 June 2018, 06:52 PM IST
<p>ଅନୁଗୋଳ (ବିରଜା ଦାସ): ବନ୍ଧୁକ ମୁନରେ ଲୁଟ୍&zwnj;। ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ଗଂଗରାମ ଛକରେ ଥିବା ଏକ ସିମେଣ୍ଟ ଦୋକାନରୁ ୧୦ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଆଜି ଭୋର ପ୍ରାୟ ସାଢ଼େ ୪ଟାରେ ମହେଶ ଅଗ୍ରୱାଲ ନିଜ ସିମେଣ୍ଟ ଦୋକାନ ଖୋଲି ବସିଥିଲେ। ଏହି ସମୟରେ ଦୁଇଟି ବାଇକରେ ଚାରି ଜଣ ଦୁର୍ବୃତ୍ତ ଆସି ମହେଶଙ୍କୁ ପିସ୍ତଲ ଦେଖାଇ ଭୟଭୀତ କରିଥିଲେ। ପରେ ୧୦ ଲକ୍ଷ ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ। ଏନେଇ ମହେଶ ଆଠମଲ୍ଲିକ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାର ତଦନ୍ତ କରୁଛି।</p>

Related story