ଗୁଟ୍‌ଖା କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ୨୫ ଆହତ

ସମ୍ବଲପୁର( ଓଡ଼ିଶା ରିପୋର୍ଟର): ସମ୍ବଲପୁରର ଶରଧାପାଲିରେ ଥିବା ଏକ ଗୁଟ୍‌ଖା କାରଖାନାରେ ସୋମବାର ଘଟିଛି ଭୟାବହ ଅଗ୍ନିକାଣ୍ଡ। ଏଥିରେ ୨୫ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ସେମାନଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଛି।    ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି  ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି। ସେମାନେ କାରଖାନା ଭିତରେ ଫସି ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରିଥିଲେ। କାରଖାନା ଭିତରଟି ପ୍ରବଳ […]

Factory

Tapaswini Nayak
  • Published: Monday, 20 December 2021
  • , Updated: 20 December 2021, 02:06 PM IST

ସମ୍ବଲପୁର( ଓଡ଼ିଶା ରିପୋର୍ଟର): ସମ୍ବଲପୁରର ଶରଧାପାଲିରେ ଥିବା ଏକ ଗୁଟ୍‌ଖା କାରଖାନାରେ ସୋମବାର ଘଟିଛି ଭୟାବହ ଅଗ୍ନିକାଣ୍ଡ। ଏଥିରେ ୨୫ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ସେମାନଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଛି। 

 

ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି  ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି। ସେମାନେ କାରଖାନା ଭିତରେ ଫସି ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରିଥିଲେ। କାରଖାନା ଭିତରଟି ପ୍ରବଳ ଧୂଆଁରେ ଭର୍ତ୍ତି ହୋଇଯାଇଥିବା ଯୋଗୁ ଉଦ୍ଧାର କାର୍ଯ୍ୟରେ ସସମ୍ୟା ଉପୁଜି ଥିଲା। କାରଖାନାର ବଏଲର ଫାଟି ଯାଇ ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। 

 

ସମ୍ବଲପୁର ଏସ୍‌ପି ବି. ଗଙ୍ଗାଧର ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଛନ୍ତି। ଏସ୍‌ପି କହିଛନ୍ତି, ଅଗ୍ନିକାଣ୍ଡ କେମିତି ଘଟିଲା ତା’ର ତଦନ୍ତ କରାଯିବ। ତା’ସହିତ କାରଖାନାରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଥିଲା କି ନାହିଁ, ତା’ର ମଧ୍ୟ ତଦନ୍ତ କରାଯିବ।

Related story