ଢୁ ଢୁ ବର୍ଷାରେ ତିନ୍ତି ୧୦ ହଜାର ଠିକା କର୍ମଚାରୀଙ୍କ ଆନ୍ଦୋଳନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ନିଯୁକ୍ତି ନିୟମାବଳୀ ବିରୋଧରେ ଠିକା କର୍ମଚାରୀ ସଂଘର ବଡ଼ ଧରଣର ଆନ୍ଦୋଳନ। ଆଜି ପ୍ରାୟ ୧୦ ହଜାର ଠିକା କର୍ମଚାରୀ ପ୍ରବଳ ବର୍ଷା ସତ୍ତ୍ୱେ ଭୁବନେଶ୍ୱରର ଲୋୟର ପିଏମ୍‌ଜିରେ ବିକ୍ଷୋଭ କରୁଛନ୍ତି। ସରକାରଙ୍କ କର୍ମଚାରୀ ମାରଣ ନୀତି ଉଚ୍ଛେଦ ସହିତ ସମାନ କାମକୁ ସମାନ ଦରମା ଦାବିରେ ଏହି ଆନ୍ଦୋଳନ ଚାଲିଛି। ରାଜ୍ୟ ସରକାରଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ଗୃହ ଭଳି ବିଭିନ୍ନ ବିଭାଗର ଠିକା କର୍ମଚାରୀ ଏହି ଆନ୍ଦୋଳନରେ ବସିଛନ୍ତି। ଆନ୍ଦୋଳନକାରୀ […]

teacher

teacher

Niranjan Mishra
  • Published: Sunday, 11 September 2022
  • Updated: 12 September 2022, 02:32 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ନିଯୁକ୍ତି ନିୟମାବଳୀ ବିରୋଧରେ ଠିକା କର୍ମଚାରୀ ସଂଘର ବଡ଼ ଧରଣର ଆନ୍ଦୋଳନ। ଆଜି ପ୍ରାୟ ୧୦ ହଜାର ଠିକା କର୍ମଚାରୀ ପ୍ରବଳ ବର୍ଷା ସତ୍ତ୍ୱେ ଭୁବନେଶ୍ୱରର ଲୋୟର ପିଏମ୍‌ଜିରେ ବିକ୍ଷୋଭ କରୁଛନ୍ତି। ସରକାରଙ୍କ କର୍ମଚାରୀ ମାରଣ ନୀତି ଉଚ୍ଛେଦ ସହିତ ସମାନ କାମକୁ ସମାନ ଦରମା ଦାବିରେ ଏହି ଆନ୍ଦୋଳନ ଚାଲିଛି।

ରାଜ୍ୟ ସରକାରଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ଗୃହ ଭଳି ବିଭିନ୍ନ ବିଭାଗର ଠିକା କର୍ମଚାରୀ ଏହି ଆନ୍ଦୋଳନରେ ବସିଛନ୍ତି। ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି ଯେ, ୨୦୧୩ରେ ରାଜ୍ୟ ସରକାରଙ୍କ ନୂଆ ଠିକା ନିଯୁକ୍ତି ଆଇନ ପ୍ରଚଳନ କରିଥିଲେ। ଏହି ଆଇନରେ ବ୍ୟବସ୍ଥା ଥିଲା ଯେ, ନିୟମିତ କର୍ମଚାରୀଙ୍କ ଭଳି ଚାକିରୀ ଆଶାୟୀ ଓପିଏସ୍‌ ପରୀକ୍ଷା ଦେବେ। ସାକ୍ଷାତକାରର ସାମନା କରିବେ। ଆଉ ତାହା ପରେ ଯାଇ ୬ ବର୍ଷିୟା ଠିକାରେ ନିଯୁକ୍ତି ପାଇବେ। ସେମାନଙ୍କର ଦରମା ୨୩ ହଜାର, ୧୩ ହଜାର ଓ ୧୨ ହଜାର ରଖାଯାଇଥିଲା।

ଏହାପରେ ସେମାନଙ୍କୁ ନିୟମିତ କରାଗଲେ, ଠିକା ସମୟର ୬ ବର୍ଷକୁ ସେଥିରେ ମିଶାଯିବାର ବ୍ୟବସ୍ଥା ନଥିଲା। ଏହି ପଦ୍ଧତିରେ ନିଯୁକ୍ତି ପାଇଥିବା କର୍ମଚାରୀମାନେ ପଦୋନ୍ନତିରେ ସମସ୍ୟା ଭୋଗିଛନ୍ତି। ସେହିପରି ଅବସରକାଳୀନ ସୁବିଧା, ମହଙ୍ଗା ଭତ୍ତା, ଘରଭଡ଼ା ଆଦି ପାଇବାର ବ୍ୟବସ୍ଥା ନଥିଲା। ଏଣୁ ଏହାକୁ ବିରୋଧ କରି ଆଜି କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

ସେପଟେ ଏହାକୁ ନେଇ ପ୍ରତିକ୍ରିୟା ରଖିଛି ବିଜେଡି। ସରକାର ପର୍ଯ୍ୟାୟକ୍ରମେ ସ୍ଥାୟୀ ନିଯୁକ୍ତ ଦେଉଛନ୍ତି ବୋଲି କହିଛନ୍ତି ବିଜେଡି ବିଧାୟକ ରାଜକିଶୋର ଦାସ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos