କାନ୍ଥପଡ଼ି ଭାଇଭଉଣୀ ମୃତ

ଉଦଳା(ଓଡ଼ିଶା ରିପୋର୍ଟର): କାନ୍ଥ ପଡ଼ି ଚାଲିଗଲା ଭାଇଭଉଣୀଙ୍କ ଜୀବନ। ଏଭଳି ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ରାଇଡାହି ଗାଁରେ। ମୃତ ଶିଶୁ ଦ୍ୱୟ ହେଲେ ପୁଅ ଜ୍ୟୋତି ଶଙ୍କର ସିଂ ଓ ଯଶୋଦା ସିଂ। ଜ୍ୟୋତିଙ୍କୁ ୬ବର୍ଷ ହୋଇଥିବାବେଳେ ଯଶୋଦାକୁ୧୦ ବର୍ଷ ହୋଇଥିଲା। ଗତକାଲି ରାତିରେ ମା’ ସହ ତିନି ଛୁଆ ଘରେ ଶୋଇଥିଲେ। ହଠାତ୍ ବିଳମ୍ବିତ ରାତିରେ କାନ୍ଥଟି ୩ ଛୁଆଙ୍କ ଉପରେ ପଡ଼ିଯାଇଥିଲା।  ମା’ ସାନ ପୁଅକୁ ଉଦ୍ଧାର […]

house collapses

  • Published: Tuesday, 23 August 2022
  • , Updated: 23 August 2022, 02:07 PM IST

ଉଦଳା(ଓଡ଼ିଶା ରିପୋର୍ଟର): କାନ୍ଥ ପଡ଼ି ଚାଲିଗଲା ଭାଇଭଉଣୀଙ୍କ ଜୀବନ। ଏଭଳି ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ରାଇଡାହି ଗାଁରେ। ମୃତ ଶିଶୁ ଦ୍ୱୟ ହେଲେ ପୁଅ ଜ୍ୟୋତି ଶଙ୍କର ସିଂ ଓ ଯଶୋଦା ସିଂ। ଜ୍ୟୋତିଙ୍କୁ ୬ବର୍ଷ ହୋଇଥିବାବେଳେ ଯଶୋଦାକୁ୧୦ ବର୍ଷ ହୋଇଥିଲା।

ଗତକାଲି ରାତିରେ ମା’ ସହ ତିନି ଛୁଆ ଘରେ ଶୋଇଥିଲେ। ହଠାତ୍ ବିଳମ୍ବିତ ରାତିରେ କାନ୍ଥଟି ୩ ଛୁଆଙ୍କ ଉପରେ ପଡ଼ିଯାଇଥିଲା।  ମା’ ସାନ ପୁଅକୁ ଉଦ୍ଧାର କରିଥିବା ବେଳେ ବଡ଼ ଝିଅ ଓ ମଝିଆ ପୁଅ ମାଟି ତଳେ ଚାପି ହୋଇ ମୃତ୍ୟୁ ଘଟିଥିଲା। ପରେ ଗାଁଲୋକେ ଆସି ୨ପିଲାଙ୍କୁ ସେଠାରୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଡାକ୍ତର ସେଠାରେ ୨ ଶିଶୁଙ୍କୁ ମୃତ ଘୋଷଣା କରିଥିଲେ।

ରାଜ୍ୟରେ ଲଘୁଚାପ ଜନିତ  ବର୍ଷା ଲାଗି ରହିଥିଲା। ଏଥିପାଇଁ ମାଟି କାନ୍ଥଟି ଓଦା ହେବା ଯୋଗୁ ଭୁଶୁଡ଼ି ପଡ଼ିଥିବା ଅଭିଯୋଗ ହୋଇଛି।

Related story