ଜଳେଶ୍ୱର(ଅଜିତ ଦାସ): ହାଇଦ୍ରାବାଦରୁ ଚୋରି ହୋଇଥିବା ୧୦୦ ସାଇକେଲ ଓଡ଼ିଶାରେ ଧରାପଡ଼ିଲା। ବାଲେଶ୍ୱ ଜିଲ୍ଲା କମର୍ଦ୍ଦା ଥାନା ଅଞ୍ଚଳ କଟିସାହି ଗାଁରୁ ୧୦୦ରୁ ଅଧିକ ହାଇଦ୍ରାବାଦରୁ ଚୋରି ହୋଇଥିବା ସାଇକେଲକୁ କମର୍ଦ୍ଦା ଓ ତେଲେଙ୍ଗାନା ପୁଲିସ୍ ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି।
ସୂଚନା ଅନୁସାରେ, କମର୍ଦ୍ଦା ଅଞ୍ଚଳର ବାଟଗାଁର ଦୀପକ ଜେନା ହାଇଦ୍ରାବାଦର ଏକ ସାଇକେଲ ଦୋକାନରେ କାମ କରୁଥିଲେ। ହେଲେ ଦୋକାନ ମାଲିକ ତାଙ୍କୁ ଶହେଟି ସାଇକେଲ ଟ୍ରାନ୍ସପୋର୍ଟ କରିବାକୁ କହିଥିଲେ। ତେବେ ଦୀପକ ଏହି ସାଇକେଲକୁ ଟ୍ରାନ୍ପପୋର୍ଟ ନ କରି ଓଡ଼ିଶାକୁ ଏକ ପିକ୍ଅପ୍ ଭ୍ୟାନ୍ ଯୋଗେ ଆଣିଥିଲେ।
ଏନେଇ ଦୋକାନ ମାଲିକ ଅଭିଯୋଗ ଅନୁସାରେ ତେଲେଙ୍ଗାନା ପୁଲିସ୍ ଓ କମର୍ଦ୍ଦା ପୁଲିସ୍ ଦୀପକ ଜେନାଙ୍କୁ ଗିରଫ କରିଛି।
ତେଲେଙ୍ଗାନାର ଏକ ଚାରିଜଣିଆ ଟିମ୍ ଘଟଣାର ତଦନ୍ତ ଜାରି ରଖିଛନ୍ତି।