ଗୁମର ଖୋଲିଦେଲେ ଗଜପତି: ଏବେ କି ଉତ୍ତର ଦେବେ ସରକାର?

ଓଡ଼ିଶାର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦାୟିତ୍ୱ ରାଜ୍ୟ ସରକାରଙ୍କ ହାତରେ। ଉପରୁ ତଳ ଖଞ୍ଜା ହୋଇଛନ୍ତି ମୋଟା ଦରମା ନିଆ ଅଫିସର। କିନ୍ତୁ ଏମାନଙ୍କ ଦାୟିତ୍ୱବୋଧ ଏମିତିଯେ, ମହାପ୍ରଭୁଙ୍କ ରତ୍ନଭଣ୍ଡାରର ଚାବି ହଜି ଯାଉଛି, ଏମାନେ ପାଉନାହାଁନ୍ତି। କାହା ପାଖରେ ଅଛି ତା ବି କାହାକୁ ଜଣାନାହିଁ। ଏହା ଜଣାପଡ଼ିବା ପରେ ବଦନାମ ହେବା ଭୟରେ ସମସ୍ତେ ଅନ୍ୟ ଉପରକୁ ଦୋଷ ଠେଲୁଛନ୍ତି। ସେବାୟତ ଓ ବିଜେଡି ନେତା କହୁଛନ୍ତି ଗଜପତିଙ୍କ ପାଖରେ ଚାବି ଅଛି, […]

sahe

Ordigital Desk
  • Published: Thursday, 07 June 2018
  • , Updated: 07 June 2018, 08:36 PM IST

ଓଡ଼ିଶାର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦାୟିତ୍ୱ ରାଜ୍ୟ ସରକାରଙ୍କ ହାତରେ। ଉପରୁ ତଳ ଖଞ୍ଜା ହୋଇଛନ୍ତି ମୋଟା ଦରମା ନିଆ ଅଫିସର। କିନ୍ତୁ ଏମାନଙ୍କ ଦାୟିତ୍ୱବୋଧ ଏମିତିଯେ, ମହାପ୍ରଭୁଙ୍କ ରତ୍ନଭଣ୍ଡାରର ଚାବି ହଜି ଯାଉଛି, ଏମାନେ ପାଉନାହାଁନ୍ତି। କାହା ପାଖରେ ଅଛି ତା ବି କାହାକୁ ଜଣାନାହିଁ। ଏହା ଜଣାପଡ଼ିବା ପରେ ବଦନାମ ହେବା ଭୟରେ ସମସ୍ତେ ଅନ୍ୟ ଉପରକୁ ଦୋଷ ଠେଲୁଛନ୍ତି। ସେବାୟତ ଓ ବିଜେଡି ନେତା କହୁଛନ୍ତି ଗଜପତିଙ୍କ ପାଖରେ ଚାବି ଅଛି, ସେ ଜାଣିଥିବେ। କିନ୍ତୁ ଗଜପତି ମହାରାଜ ଆଜି ମୁହଁ ଖୋଲିବା ପରେ ରାଜ୍ୟ ସରକାର ଲଙ୍ଗଳା ହୋଇଯାଇଛନ୍ତି। ଏବେ କାହା ମୁଣ୍ଡରେ ଅଠା ବୋଳିବେ ବିଜେଡି ନେତା? ଏହା ସ୍ପଷ୍ଟ ହୋଇଗଲାଣି ଯେ, ସରକାରଙ୍କ ଅପାରଗତା ଧରାପଡ଼ିବ। ଚୋର ଏହି ସରକାରରେ ହିଁ ଅଛି। ଏ ବିଜେଡି ନେତା ଓ ସରକାର ଏମିତି ଯେ, ଗଜପତିଙ୍କୁ ବି ଛାଡୁନାହାଁନ୍ତି। ଏବେ ଉତ୍ତର ଦିଅନ୍ତୁ।

Related story