‘୨୦୨୦ ସୁଦ୍ଧା ରାଜ୍ୟରେ ୧୦୦୦ ଷ୍ଟାର୍ଟ-ଅପ୍ କାର୍ଯ୍ୟକ୍ଷମ କରାଯିବ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୨୦ ସୁଦ୍ଧା ରାଜ୍ୟରେ ଏକ ହଜାର ଷ୍ଟାର୍ଟ-ଅପ୍ କାର୍ଯ୍ୟକ୍ଷମ କରିବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର। ଏହି ଅବସରରେ ଆଜି ସଚିବାଳୟରୁ ଷ୍ଟାର୍ଟ-ଅପ୍ ଯାତ୍ରାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଷ୍ଟାର୍ଟ-ଅପ୍ ଭ୍ୟାନ୍‌ଟି ୧୬ଟି ଜିଲ୍ଲାର ୬୦ଟି ଅନୁଷ୍ଠାନକୁ ଯାତ୍ରା କରିବ। ଯାତ୍ରା ସମୟରେ ଯୁବଗୋଷ୍ଠୀଙ୍କ ମଧ୍ୟରେ ଷ୍ଟାର୍ଟ-ଅପ୍ ନେଇ ସଚେତନତା ସୃଷ୍ଟି କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବିଶେଷକରି ରାଜ୍ୟରେ ଥିବା ଟୁ ଓ ଥ୍ରୀ ଟାୟାର ସିଟି ଗୁଡ଼ିକରେ […]

2020 stat up planed

Rakesh Mallick
  • Published: Tuesday, 30 January 2018
  • , Updated: 30 January 2018, 08:26 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୨୦ ସୁଦ୍ଧା ରାଜ୍ୟରେ ଏକ ହଜାର ଷ୍ଟାର୍ଟ-ଅପ୍ କାର୍ଯ୍ୟକ୍ଷମ କରିବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର। ଏହି ଅବସରରେ ଆଜି ସଚିବାଳୟରୁ ଷ୍ଟାର୍ଟ-ଅପ୍ ଯାତ୍ରାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଷ୍ଟାର୍ଟ-ଅପ୍ ଭ୍ୟାନ୍‌ଟି ୧୬ଟି ଜିଲ୍ଲାର ୬୦ଟି ଅନୁଷ୍ଠାନକୁ ଯାତ୍ରା କରିବ। ଯାତ୍ରା ସମୟରେ ଯୁବଗୋଷ୍ଠୀଙ୍କ ମଧ୍ୟରେ ଷ୍ଟାର୍ଟ-ଅପ୍ ନେଇ ସଚେତନତା ସୃଷ୍ଟି କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ବିଶେଷକରି ରାଜ୍ୟରେ ଥିବା ଟୁ ଓ ଥ୍ରୀ ଟାୟାର ସିଟି ଗୁଡ଼ିକରେ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି ଯାତ୍ରା କରାଯାଉଛି। ଏହି ଯାତ୍ରା ମାଧ୍ୟମରେ ୫୦ଟି ବେଷ୍ଟ ଷ୍ଟାର୍ଟ-ଅପ୍‌କୁ ଚୟନ କରାଯିବ ଓ ସେମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି।

Related story