ଖୁବ୍‌ ଶୀଘ୍ର ଦେଶରେ ହେବ ୧୦ ହଜାର ଅକ୍ସିିଜେନ ସଂଯୁକ୍ତ ଶଯ୍ୟା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାରିଆଡ଼େ ଅକ୍ସିିଜେନ ପାଇଁ ହାହାକାର ପରିସ୍ଥିତି। ଅକ୍ସିଜେନ ନ ପାଇ ରାସ୍ତାଘାଟରେ ଛଟପଟ ହୋଇ ମରି ଯାଉଛନ୍ତି ଲୋକ। ଦେଶରେ ଏପରି ସଙ୍କଟ ସମୟରେ ଏକ ଆଶ୍ୱସ୍ତିକର ଖବର ମିଳିଛି। ଖୁବ୍‌ ଶୀଘ୍ର ଷ୍ଟିଲ ଉଦ୍ୟୋଗ ଦ୍ୱାରା ଦେଶରେ ୧୦ ହଜାର ଅକ୍ସିଜେନ ସଂଯୁକ୍ତ ଶଯ୍ୟା ପ୍ରତିଷ୍ଠା ହେଉଛି ବୋଲି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଇସ୍ପାତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ସେଲ୍, ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡ୍ RINL, ନ୍ୟାସନାଲ ମିନେରାଲ ଡେଭଲପମେଣ୍ଟ […]

Dharmendra-Pradhan

Niharika Rout
  • Published: Saturday, 01 May 2021
  • , Updated: 01 May 2021, 02:24 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚାରିଆଡ଼େ ଅକ୍ସିିଜେନ ପାଇଁ ହାହାକାର ପରିସ୍ଥିତି। ଅକ୍ସିଜେନ ନ ପାଇ ରାସ୍ତାଘାଟରେ ଛଟପଟ ହୋଇ ମରି ଯାଉଛନ୍ତି ଲୋକ। ଦେଶରେ ଏପରି ସଙ୍କଟ ସମୟରେ ଏକ ଆଶ୍ୱସ୍ତିକର ଖବର ମିଳିଛି। ଖୁବ୍‌ ଶୀଘ୍ର ଷ୍ଟିଲ ଉଦ୍ୟୋଗ ଦ୍ୱାରା ଦେଶରେ ୧୦ ହଜାର ଅକ୍ସିଜେନ ସଂଯୁକ୍ତ ଶଯ୍ୟା ପ୍ରତିଷ୍ଠା ହେଉଛି ବୋଲି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଇସ୍ପାତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ସେଲ୍, ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡ୍ RINL, ନ୍ୟାସନାଲ ମିନେରାଲ ଡେଭଲପମେଣ୍ଟ କର୍ପୋରେସନ୍-NMDC, ମୋଏଲ ଦ୍ୱାରା କୋଭିଡ ସଂକ୍ରମିତଙ୍କ ପାଇଁ ୫ ହଜାର ଅକ୍ସିଜେନ୍ ସଂଯୁକ୍ତ ଶଯ୍ୟା ପ୍ରତିଷ୍ଠା କରାଯାଉଛି ।

ଗତକାଲି ସରକାରୀ ଓ ଘରୋଇ ଇସ୍ପାତ ଶିଳ୍ପର ମୁଖ୍ୟ ଓ ଅଧିକାରୀମାନଙ୍କ ସହ କେନ୍ଦ୍ରମନ୍ତ୍ରୀ ବୈଠକ କରିଥିଲେ । ବୈଠକ ପରେ ଧର୍ମେନ୍ଦ୍ର କହିଛନ୍ତି ଯେ, ଟାଟା ଷ୍ଟିଲ, ଆର୍ସେଲର୍ ମିତ୍ତଲ ନିପ୍ପନ ଷ୍ଟିଲ, ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ, ଜିନ୍ଦଲ ଷ୍ଟିଲ୍ ଦ୍ୱାରା ଗ୍ୟାସ ଅକ୍ସିଜେନ୍ ସଂଯୁକ୍ତ ୫ ହଜାର ଶଯ୍ୟା ଏଭଳି ଭାବେ ମୋଟ ୧୦ ହଜାର ଶଯ୍ୟା ପ୍ରତିଷ୍ଠା ହେବ ।

ଅକ୍ସିଜେନ୍ ସଂଯୁକ୍ତ ଶଯ୍ୟା ସହ ବୃହତ କୋଭିଡ କେୟାର ସୁବିଧା ନିର୍ମାଣ କରିବା ପାଇଁ ଧର୍ମେନ୍ଦ୍ର ଏହି ବୈଠକ ଅବସରରେ ସମସ୍ତଙ୍କୁ ଆହ୍ୱାନ  ଦେଇଥିଲେ ।

Related story