ଖଣି ପାଇଁ ୧୦ ବର୍ଷରେ ୧୦୬୪ ଆଦିବାସୀ ପରିବାରଙ୍କୁ ବିସ୍ଥାପିତ କରିଛନ୍ତି ଓଡ଼ିଶା ସରକାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ଖଣି ଖନନ କାର୍ଯ୍ୟ ପାଇଁ ବର୍ଷ ବର୍ଷ ଧରି ଜଙ୍ଗଲ ଅଂଚଳରେ ବସବାସ କରି ରହିଥିବା ଗରିବ ଆଦିବାସୀଙ୍କୁ ନିଜ ଭିଟାମାଟି ହରାଇବାକୁ ପଡ଼ିଛି । ଖଣି କମ୍ପାନୀଗୁଡ଼ିକ ଏସବୁ ଖଣିରୁ ମାଲେମାଲ୍ ହେଉଥିବାବେଳେ ଗରିବ ଆଦିବାସୀ ପରିବାର ନିଜର ଭିଟାମାଟି ଛାଡ଼ୁଥିଲେ ମଧ୍ୟ ସେମାନଙ୍କୁ ସର୍ବାଧିକ ପ୍ରାୟ ୧୪ଲକ୍ଷ ଟଙ୍କା ଭିତରେ କ୍ଷତିପୂରଣ ଦେଇ ସରକାର ଚୁପ୍ ବସି ପଡ଼ୁଛନ୍ତି । ଏହି ଆଦିବାସୀ ଗରିବ ପରିବାରମାନେ ଶହ […]

mines-1

mines-1

Jitendra Garnayak
  • Published: Monday, 04 April 2022
  • Updated: 04 April 2022, 09:45 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ଖଣି ଖନନ କାର୍ଯ୍ୟ ପାଇଁ ବର୍ଷ ବର୍ଷ ଧରି ଜଙ୍ଗଲ ଅଂଚଳରେ ବସବାସ କରି ରହିଥିବା ଗରିବ ଆଦିବାସୀଙ୍କୁ ନିଜ ଭିଟାମାଟି ହରାଇବାକୁ ପଡ଼ିଛି । ଖଣି କମ୍ପାନୀଗୁଡ଼ିକ ଏସବୁ ଖଣିରୁ ମାଲେମାଲ୍ ହେଉଥିବାବେଳେ ଗରିବ ଆଦିବାସୀ ପରିବାର ନିଜର ଭିଟାମାଟି ଛାଡ଼ୁଥିଲେ ମଧ୍ୟ ସେମାନଙ୍କୁ ସର୍ବାଧିକ ପ୍ରାୟ ୧୪ଲକ୍ଷ ଟଙ୍କା ଭିତରେ କ୍ଷତିପୂରଣ ଦେଇ ସରକାର ଚୁପ୍ ବସି ପଡ଼ୁଛନ୍ତି । ଏହି ଆଦିବାସୀ ଗରିବ ପରିବାରମାନେ ଶହ ଶହ ବର୍ଷର ଭିଟାମାଟି ଛାଡ଼ୁଥିଲେ ମଧ୍ୟ ସେମାନଙ୍କୁ ସରକାର ଆଶାନୁରୂପ କ୍ଷତିପୂରଣ ଦେଉନଥିବା ଜଣାପଡ଼ିଛି । ଗତ ୧୦ବର୍ଷ ମଧ୍ୟରେ ଓଡ଼ିଶାର ୩ଟି ଜିଲ୍ଲାର ମୋଟ ୧୦୬୪ଟି ଆଦିବାସୀ ପରିବାରକୁ ଏହି ଖଣି ଖନନ ପାଇଁ ବିସ୍ଥାପିତ ହେବାକୁ ପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ ଗତ ୧୦ ବର୍ଷ ମଧ୍ୟରେ ଖଣି ଖନନ ନାଁରେ ଝାରସୁଗୁଡ଼ା ଜିଲ୍ଲାରେ ସର୍ବାଧିକ ୫୨୯ଟି ଆଦିବାସୀ ପରିବାର ବିସ୍ଥାପିତ ହୋଇଛନ୍ତି । ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ଅଂଚଳରେ ମହାନଦୀ କୋଲଫିଲଡ୍‌ସ ଲିଃର ଖନନ କାର୍ଯ୍ୟ ନିମନ୍ତେ ୪୦୬ଟି ଆଦିବାସୀ ପରିବାର ଓ ଆଇବି ଭ୍ୟାଲି ଅଂଚଳରେ ୧୨୩ଟି ପରିବାରକୁ ବିସ୍ଥାପିତ ହେବାକୁ ପଡ଼ିଛି । ସେହିପରି ଗତ ୧୦ବର୍ଷ ମଧ୍ୟରେ ଅନୁଗୋଳ ଜିଲ୍ଲାର ବଳରାମ, କଣିହାଁ, ଅନନ୍ତ, ଭରତପୁର ଓ ଭୁବନେଶ୍ୱରୀ ଖଣି ଅଂଚଳରେ ୧୭୯ଟି ଆଦିବାସୀ ପରିବାର ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ଏନଟିପିସିର ଡୁଲଙ୍ଗ କୋଇଲା ଖଣି ପ୍ରକଳ୍ପ ଓ ଓପିସିଏଲର ମନୋହରପୁର କୋଇଲା ଖଣି ଅଂଚଳରେ ଦୀର୍ଘବର୍ଷ ଧରି ବସବାସ କରୁଥିବା ୩୫୬ଟି ଆଦିବାସୀ ପରିବାରକୁ ବିସ୍ଥାପିତ ହେବାକୁ ପଡ଼ିଛି । ଏହି ସମସ୍ତ ଆଦିବାସୀ ପରିବାରକୁ ଓଡ଼ିଶା ସରକାର ନିଜର ପୁର୍ନବାସ ଓ ଥଇଥାନ ନୀତି-୨୦୦୬ ଅନ୍ତର୍ଗତ କ୍ଷତିପୂରଣ ଦେଇଥିବା କେନ୍ଦ୍ର ସରକାରଙ୍କୁ ଅବଗତ କରାଇଛନ୍ତି ।

ଲୋକସଭାରେ ଆଜି କେନ୍ଦ୍ର ଆଦିବାସୀ ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡ଼ୁ ଏକ ଲିଖିତ ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ, ଖଣି ମନ୍ତ୍ରଣାଳୟରୁ ମିଳିଥିବା ତଥ୍ୟ ଅନୁସାରେ ଏମଏମଡିଆର ଆକ୍ଟ-୧୯୫୭ର ପ୍ରାବଧାନ ଅନୁସାରେ ରାଜ୍ୟ ସରକାରଙ୍କ ଦ୍ୱାରା ଖଣିର ସୀମା ନିର୍ଦ୍ଧାରଣ ଓ ମିନେରାଲ କନସେସନ୍ ପ୍ରଦାନ କରାଯାଇଥାଏ । ତେଣୁ ଖଣି ଯୋଗୁ ଆଦିବାସୀମାନେ ବିସ୍ଥାପିତ ହେବାର ସୂଚନା କେନ୍ଦ୍ର ସରକାର ରଖନ୍ତି ନାହିଁ । ଭୂସମ୍ପଦ ବିଭାଗ ମଧ୍ୟ ଏହି ତଥ୍ୟ ରଖିନ୍ତି ନାହିଁ ବୋଲି କହିଛନ୍ତି । କାରଣ ରାଜ୍ୟ ସରକାର ଦ୍ୱାରା ଜମି ଅଧିଗହଣ ଓ ପୁନର୍ବାସ କାର୍ଯ୍ୟ କରାଯାଇଥାଏ ।

ଖଣି ଖନନ ପାଇଁ ବିସ୍ଥାପିତ ହେଉଥିବା ଆଦିବାସୀ ପରିବାରକୁ ରୋଜଗାର ବାବଦରେ(ସମସ୍ତ କୃଷି ଜମି ହରାଇଥିବା ପରିବାର)କୁ ସର୍ବାଧିକ ୯.୧୦ଲକ୍ଷ ଟଙ୍କା, ବାସଘର ନିମନ୍ତେ ଅଢ଼େଇ ଗୁଣ୍ଠ ଜାଗା ନଚେତ୍ ୯୧ହଜାର ଟଙ୍କା, ଗୃହ ନିର୍ମାଣ ପାଇଁ ୨.୭୩ଲକ୍ଷ ଟଙ୍କା ଅବା ବିସ୍ଥାପିତ କଲୋନୀରେ ରହିବା, ଅସ୍ଥାୟୀ ବାସଗୃହ ପାଇଁ ୧୮୨୦୦ଟଙ୍କା, ଘରର ଆସବାବପତ୍ର ସ୍ଥାନାନ୍ତର ପାଇଁ ୩୬୪୦ଟଙ୍କା ଓ ଜିଲ୍ଲାପାଳଙ୍କ ଦ୍ୱାରା ଚୟନିତ ଆଦିବାସୀ ପରିବାରକୁ ପ୍ରତି ମାସରେ ୩୬୪୦ଟଙ୍କା ସହାୟତା ମିଳିଥାଏ । ରାଜ୍ୟ ସରକାରଙ୍କ ପୁନର୍ବାସ ଓ ଥଇଥାନ ନୀତି-୨୦୦୬ ଅନ୍ତର୍ଗତ ଏହି କ୍ଷତିପୂରଣ ଦିଆଯାଇଥାଏ ।
ତେବେ ପ୍ରଶ୍ନ ଉଠୁଛି, ଦୀର୍ଘ ବର୍ଷ ଧରି ନିଜର ବାସଘରୁ ବିସ୍ଥାପିତ ହେଉଥିବା ନିରୀହ ଆଦିବାସୀ ପରିବାରଗୁଡ଼ିକ ପାଇଁ ଏହି ପ୍ୟାକେଜ୍ କ’ଣ ସତରେ ପର୍ଯ୍ୟାପ୍ତ । ରାଜ୍ୟ ସରକାର ମାନବିକତା ଦୃଷ୍ଟିକୋଣରୁ ଏଦିଗରେ ବିଚାର କରିବା କଥା ନୁହେଁ କି?

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story