ଆମ୍ୱୁଲାନ୍ସ ଡ୍ରାଇଭଙ୍କ ମହାନତା, ହଜି ଯାଇଥିବା ବ୍ୟାଗ ଫେରାଇଲେ

ବାଲିଗୁଡ଼ା (ଅଜିତ ନାୟକ): ମହାନତା ଦେଖାଇଛନ୍ତି ୧୦୮ ଆମ୍ୱୁଲାନ୍ସ ଡ୍ରାଇଭର୍‌। ହଜିଯାଇଥିବା ବ୍ୟାଗ୍‌କୁ ବୁଢ଼ିଙ୍କୁ ଫେରାଇଛନ୍ତି। ଏପରି ମହାନ କାମ କରି ଚର୍ଚ୍ଚାକୁ ଆସିଛନ୍ତି ୧୦୮ ଆମ୍ୱୁଲାନ୍ସ ଡ୍ରାଇଭର ସୁଭକାନ୍ତ ନାୟକ। ସେ ଏବେ କନ୍ଧମାଳ ଜିଲ୍ଲା କୋଟଗଡ ମେଡିକାଲରେ କାର୍ଯ୍ୟରତ ଅଛନ୍ତି। ଗୁରୁବାର କୋଟଗଡ଼ ବଜାରରୁ ଅଟୋରେ ଘରକୁ ଫେରୁଥିଲେ ଗୁଗୁରମାହା ଗାଁର କମଳା ବିନ୍ଧାଣୀ। ସେହି ସମୟରେ ତାଙ୍କ ପାଖରେ ଥିଲା ବ୍ୟାଗରେ ୧୫ ହଜାର ୫୦୦ ଟଙ୍କା, ଗୋଟିଏ ସୁନାର ମଙ୍ଗଳ ସୂତ୍ର […]

Ambulance-Driver

Ambulance-Driver

Manoranjan Sial
  • Published: Friday, 10 December 2021
  • Updated: 10 December 2021, 08:51 PM IST

Sports

Latest News

ବାଲିଗୁଡ଼ା (ଅଜିତ ନାୟକ): ମହାନତା ଦେଖାଇଛନ୍ତି ୧୦୮ ଆମ୍ୱୁଲାନ୍ସ ଡ୍ରାଇଭର୍‌। ହଜିଯାଇଥିବା ବ୍ୟାଗ୍‌କୁ ବୁଢ଼ିଙ୍କୁ ଫେରାଇଛନ୍ତି। ଏପରି ମହାନ କାମ କରି ଚର୍ଚ୍ଚାକୁ ଆସିଛନ୍ତି ୧୦୮ ଆମ୍ୱୁଲାନ୍ସ ଡ୍ରାଇଭର ସୁଭକାନ୍ତ ନାୟକ। ସେ ଏବେ କନ୍ଧମାଳ ଜିଲ୍ଲା କୋଟଗଡ ମେଡିକାଲରେ କାର୍ଯ୍ୟରତ ଅଛନ୍ତି।

ଗୁରୁବାର କୋଟଗଡ଼ ବଜାରରୁ ଅଟୋରେ ଘରକୁ ଫେରୁଥିଲେ ଗୁଗୁରମାହା ଗାଁର କମଳା ବିନ୍ଧାଣୀ। ସେହି ସମୟରେ ତାଙ୍କ ପାଖରେ ଥିଲା ବ୍ୟାଗରେ ୧୫ ହଜାର ୫୦୦ ଟଙ୍କା, ଗୋଟିଏ ସୁନାର ମଙ୍ଗଳ ସୂତ୍ର ଓ ବ୍ୟାଙ୍କ ପାସବୁକ, ରାସନ କାର୍ଡ, ଜମି ପଟ୍ଟା ଭଳି ଜରୁରୀକାଳୀନ କାଗଜପତ୍ର ଭର୍ତ୍ତି ବ୍ୟାଗ। ତେବେ ଶ୍ରୀରାମପୁର ଘାଟି ରାସ୍ତାରେ ଉକ୍ତ କାଗଜପତ୍ର ଥିବା ବ୍ୟାଗଟି ଖସି ପଡ଼ିଥିଲା। ଅଟୋ ପଛରେ ରୋଗୀ ଧରି ଆସୁଥିବା ଆମ୍ବୁଲାନ୍ସ ଡ୍ରାଇଭର ସୁଭକାନ୍ତ ନାୟକ ଘାଟି ରାସ୍ତାରେ ପଡ଼ିଥିବା ବ୍ୟାଗ ଦେଖି ଉଠାଇ ଆଣିଥିଲେ। ପରେ ଉକ୍ତ ବ୍ୟାଗ ସମ୍ପର୍କରେ ସେ ମେଡ଼ିକାଲରେ କାର୍ଯ୍ୟରତ ଆଶା ଦିଦିଙ୍କୁ ଜଣାଇଥିଲେ।

ସୁଭକାନ୍ତ ନାୟକ ପରେ ବ୍ୟାଗ ଖୋଲି ଦେଖିଲା ବେଳକୁ କାଗଜପତ୍ରରେ କମଳା ବିନ୍ଧାଣୀ ଲେଖାଯାଇଛି। ଏହା ପରେ କମଳା ବିନ୍ଧାଣୀଙ୍କୁ ଶୁଭକାନ୍ତ ନାୟକ କୋଟଗଡ୍‌ ଡକାଇଥିଲେ। ସେ ଆସିବା ପରେ ଟଙ୍କା, ସୁନା ଆଉ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଥିବା ବ୍ୟାଗ ସମସ୍ତଙ୍କ ସମ୍ମୁଖରେ ଫେରାଇଥିଲେ। କମଳା ବିନ୍ଧାଣୀ ହଜି ଯାଇଥିବା ବ୍ୟାଗକୁ ପାଇ ଖୁସି ହେବା ସହ ଶୁଭକାନ୍ତ ନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଅନ୍ୟପଟେ ଆମ୍ବୁଲାନ୍ସ ଡ୍ରାଇଭରଙ୍କ ଏଭଳି ସଚୋଟ ପଣିଆ ଦେଖି କୋଟଗଡ୍‌ ଅଞ୍ଚଳବାସୀଙ୍କ ସମେତ ମେଡ଼ିକାଲ କର୍ମଚାରୀ ସାଧୁବାଦ ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos