ଧୋକାଦେଲା ୧୦୮ ଆମ୍ୱୁଲାନ୍ସ, ଅଧା ରାସ୍ତାରେ ଫସିଲେ ରୋଗୀ

କଲ୍ୟାଣସିଂହପୁର(ମାଉଡି ବାରିକ): ଅଧା ରାସ୍ତାରେ ଧୋକା ଦେଲା ୧୦୮ ଆମ୍ୱୁଲାନ୍ସ। ଘଣ୍ଟାଏରୁ ଅଧିକ ସମୟ ଧରି ଅଟକି ରହିଲେ ରୋଗୀ। ପରେ ଅନ୍ୟ ଏକ ଆମ୍ୱୁଲାନ୍ସରେ ତାଙ୍କୁ କୋରାପୁଟ୍‌ ସହିଦ୍‌ ଲକ୍ଷ୍ମଣ ନାଏକ ମେଡିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କଲୋନରା ବ୍ଲକର ସହିଦ ଜଗନ୍ନ ଦାସ(୧୬) ଅସୁସ୍ଥ ହୋଇ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କୋରାପୁଟ୍‌ ସହିଦ୍‌ ଲକ୍ଷ୍ମଣ ନାଏକ ମେଡିକାଲ୍‌ କଲେଜ […]

Kalyansinghpur

  • Published: Wednesday, 10 August 2022
  • , Updated: 10 August 2022, 04:15 PM IST

କଲ୍ୟାଣସିଂହପୁର(ମାଉଡି ବାରିକ): ଅଧା ରାସ୍ତାରେ ଧୋକା ଦେଲା ୧୦୮ ଆମ୍ୱୁଲାନ୍ସ। ଘଣ୍ଟାଏରୁ ଅଧିକ ସମୟ ଧରି ଅଟକି ରହିଲେ ରୋଗୀ। ପରେ ଅନ୍ୟ ଏକ ଆମ୍ୱୁଲାନ୍ସରେ ତାଙ୍କୁ କୋରାପୁଟ୍‌ ସହିଦ୍‌ ଲକ୍ଷ୍ମଣ ନାଏକ ମେଡିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

କଲୋନରା ବ୍ଲକର ସହିଦ ଜଗନ୍ନ ଦାସ(୧୬) ଅସୁସ୍ଥ ହୋଇ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କୋରାପୁଟ୍‌ ସହିଦ୍‌ ଲକ୍ଷ୍ମଣ ନାଏକ ମେଡିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରିବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ଏହା ପରେ ସହିଦ୍‌ଜଗନ୍ନ ଦାସଙ୍କୁ ୧୦୮ ଆମ୍ୱୁଲାନ୍ସରେ କୋରାପୁଟ୍‌ ନିଆଯାଉଥିଲା। ହେଲେ ଅଧା ରାସ୍ତାରେ ଧୋକା ଦେଲା ୧୦୮ ଆମ୍ୱୁଲାନ୍ସ।

ରାୟଗଡ଼ା ଜିଲ୍ଲା ଉପକଣ୍ଠ କୋରାପୁଟ ଛକ ନିକଟରେ ହଠାତ୍‌ ଆମ୍ୱୁଲାନ୍ସ ଆଗକୁ ଗଡ଼ି ନଥିଲା। ଆମ୍ୱୁଲାନ୍ସର ଟେକ୍ନିକାଲ୍‌ ଫଲ୍‌ଟ ଦେଖାଦେବାରୁ ଅଧା ରାସ୍ତାରେ ପ୍ରାୟ ଘଣ୍ଟାଏରୁ ଅଧିକ ସମୟ ଅଟକି ରହିଥିଲା। ସେହି ଆମ୍ୱୁଲାନ୍ସ ଭିତରେ ଫସି ରହିଥିଲେ ରୋଗୀ। ପରେ ଅନ୍ୟ ଏକ ଆମ୍ୱୁଲାନ୍ସରେ ତାଙ୍କୁ ସହିଦ୍‌ ଲକ୍ଷ୍ମଣ ନାଏକ ମେଡିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

Related story