୧୦ ଲକ୍ଷ ପକ୍କାଘରକୁ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ବିଜୁ ପଟ୍ଟନାୟକ ଜନ୍ମଶତବାର୍ଷିକୀ ପାଳନ ତଥା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅଶୀବର୍ଷ ପୂର୍ତ୍ତି ଅବସରରେ ଆଜି ଜୟଦେବ ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚାୟତରାଜ ବିଭାଗ ଦ୍ୱାରା ଗ୍ରାମଞ୍ଚଳରେ ନିର୍ମାଣ କରାଯାଇଥିବା ୧୦ ଲକ୍ଷ ପକ୍କା ଘରକୁ ହିତାଧିକାରଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି,“ଗ୍ରାମାଞ୍ଚଳରେ ଥିବା ୧୦ ଲକ୍ଷ ହିତାଧିକାରୀଙ୍କୁ ପକ୍କାଘର ପ୍ରଦାନ କରାଯିବ। ଆମ ସରକାର ଏହି ସଫଳତା ପାଇଛି। ଏହା ସାରା ଦେଶରେ ଏକ ରେକର୍ଡ […]

biju pakka ghara

Rakesh Mallick
  • Published: Wednesday, 18 May 2016
  • , Updated: 18 May 2016, 02:49 PM IST

ଭୁବନେଶ୍ୱର:ବିଜୁ ପଟ୍ଟନାୟକ ଜନ୍ମଶତବାର୍ଷିକୀ ପାଳନ ତଥା ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅଶୀବର୍ଷ ପୂର୍ତ୍ତି ଅବସରରେ ଆଜି ଜୟଦେବ ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଞ୍ଚାୟତରାଜ ବିଭାଗ ଦ୍ୱାରା ଗ୍ରାମଞ୍ଚଳରେ ନିର୍ମାଣ କରାଯାଇଥିବା ୧୦ ଲକ୍ଷ ପକ୍କା ଘରକୁ ହିତାଧିକାରଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି,“ଗ୍ରାମାଞ୍ଚଳରେ ଥିବା ୧୦ ଲକ୍ଷ ହିତାଧିକାରୀଙ୍କୁ ପକ୍କାଘର ପ୍ରଦାନ କରାଯିବ। ଆମ ସରକାର ଏହି ସଫଳତା ପାଇଛି। ଏହା ସାରା ଦେଶରେ ଏକ ରେକର୍ଡ ସୃଷ୍ଟି କରିଛି। ମୋ ସରକାର ନିର୍ବାଚନରେ ଦେଇଥିବା ପ୍ରତିଶ୍ରୁତି ମୁତାବକ ସବୁ କଚ୍ଚା ଘରକୁ ଖୁବ୍‌  ଶୀଘ୍ର ପକ୍କାଘରରେ ପରିଣତ କରିବ।”

ବିଜେପିର ଉପସଭାପତି ସମୀର ମହାନ୍ତି କହିଛନ୍ତି,“ବିଜୁ ପକ୍କା ଘର ଓ ଇନ୍ଦିରା ଆବାସ ଯୋଜନାରେ ଏଥିରେ ୧୯ ଭାଗ ଘର ରାଜ୍ୟ ସରକାରଙ୍କର ହୋଇଥିବା ବେଳେ ୮୧ ଭାଗ କେନ୍ଦ୍ର ସରକାରଙ୍କର ଅର୍ଥରେ ନିର୍ମିତ ହେଉଛି। ଏନେଇ ମୁଁ ରାଜ୍ୟବାସୀଙ୍କ ପକ୍ଷରୁ ପ୍ରଧାନମସନ୍ତ୍ରୀଙ୍କୁ ଧନ୍ୟବାଦ ଦେଉଛି। କିନ୍ତୁ ବିଧାନସଭା ଅଧିବେଶନ କାଳରେ ପଞ୍ଚାୟତିରାଜ ମନ୍ତ୍ରୀ ଅରୁଣ ସାହୁ ବିଗତ ୩ ବର୍ଷରେ ୩,୦୨,୩୩୩ଟି ଘର ତିଆରି କରିଥିବା ଲିଖିତ ଉତ୍ତର ଦେଇଥିଲେ, ତାହା ବିଭ୍ରାନ୍ତିକରଣ। ପକ୍କାଘର ଯୋଜନାରେ ସେ ରାଜ୍ୟବାସୀଙ୍କୁ ସେ ଭୁଲ ତଥ୍ୟ ଦେଇଛନ୍ତି। ”

Related story