ହୋଲି ଖେଳ ପରେ କାଠଯୋଡ଼ିରେ ବୁଡ଼ି ଗଲେ ଛାତ୍ର
କଟକ (ଓଡ଼ିଶା ରିପୋର୍ଟର): ହୋଲି ଖେଳିସାରି ଗାଧୋଇବାକୁ ଯାଇଥିବା ବେଳେ ବୁଡ଼ିଯାଇ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। କଟକ ଜିଲ୍ଲା ଗୋପାଳପୁରରେ ଏହି ଘଟଣା ଘଟିଛି। ମୃତ ଛାତ୍ରଙ୍କ ନାଁ ସତୀଶ ସାହୁ (୧୫)। ସେ ଏଥର ମ୍ୟାଟ୍ରିକ୍ ପରୀକ୍ଷା ଦେଇଥିଲେ। ସତୀଶଙ୍କ ଘର ଗୋପାଳପୁର ଅଞ୍ଚଳରେ। ସେ ହୋଲି ଖେଳି ସାରିବା ପରେ କାଠଯୋଡ଼ିକୁ ଗାଧୋଇବାକୁ ଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର […]
କଟକ (ଓଡ଼ିଶା ରିପୋର୍ଟର): ହୋଲି ଖେଳିସାରି ଗାଧୋଇବାକୁ ଯାଇଥିବା ବେଳେ ବୁଡ଼ିଯାଇ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଛି। କଟକ ଜିଲ୍ଲା ଗୋପାଳପୁରରେ ଏହି ଘଟଣା ଘଟିଛି।
ମୃତ ଛାତ୍ରଙ୍କ ନାଁ ସତୀଶ ସାହୁ (୧୫)। ସେ ଏଥର ମ୍ୟାଟ୍ରିକ୍ ପରୀକ୍ଷା ଦେଇଥିଲେ।
ସତୀଶଙ୍କ ଘର ଗୋପାଳପୁର ଅଞ୍ଚଳରେ। ସେ ହୋଲି ଖେଳି ସାରିବା ପରେ କାଠଯୋଡ଼ିକୁ ଗାଧୋଇବାକୁ ଯାଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।