ଦାଦନ ଖଟିବାକୁ ଯାଉଥିଲେ, ଉଦ୍ଧାର ହେଲେ ୧୧ ଶ୍ରମିକ

କୋରାପୁଟ(ସୂର୍ଯ୍ୟ ପଣ୍ଡା): ଦାଦନ ଚାଲାଣ ରୋକିବାକୁ ସରକାରଙ୍କ ବିଭିନ୍ନ ପଦକ୍ଷେପ ସତ୍ତ୍ୱେ ଏହା କମିବା ନାଁ ଧରୁନି। ୨ ଦିନ ପୂର୍ବେ ରାଇଘର ଅଞ୍ଚଳର ୧୭ଜଣଙ୍କୁ ଜୟପୁର ପୁଲିସ୍‌ ଉଦ୍ଧାର କରିଥିଲା । ଏହାପରେ କୋରାପୁଟ ପୁଲିସ୍‌ ଦ୍ୱାରା ୧୧ ଦାଦନ ଶ୍ରମିକ ଉଦ୍ଧାର ହୋଇଛନ୍ତି। ଉଦ୍ଧାର  ଦାଦନ ଶ୍ରମିକ ଏକ ବସ୍‌ରେ ରାଇଘରରୁ ବିଶାଖାପାଟଣା ଯାଉଥିଲେ । ସେମାନେ ନବରଙ୍ଗପୁର ଜିଲ୍ଲା ରାଇଘର ଅଞ୍ଚଳର ବୋଲି ଜଣାପଡିଛି । ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ୫ଜଣ ନାବାଳକ […]

koraput-1

Niharika Rout
  • Published: Monday, 04 November 2019
  • , Updated: 04 November 2019, 10:05 AM IST

କୋରାପୁଟ(ସୂର୍ଯ୍ୟ ପଣ୍ଡା): ଦାଦନ ଚାଲାଣ ରୋକିବାକୁ ସରକାରଙ୍କ ବିଭିନ୍ନ ପଦକ୍ଷେପ ସତ୍ତ୍ୱେ ଏହା କମିବା ନାଁ ଧରୁନି। ୨ ଦିନ ପୂର୍ବେ ରାଇଘର ଅଞ୍ଚଳର ୧୭ଜଣଙ୍କୁ ଜୟପୁର ପୁଲିସ୍‌ ଉଦ୍ଧାର କରିଥିଲା । ଏହାପରେ କୋରାପୁଟ ପୁଲିସ୍‌ ଦ୍ୱାରା ୧୧ ଦାଦନ ଶ୍ରମିକ ଉଦ୍ଧାର ହୋଇଛନ୍ତି।

ଉଦ୍ଧାର  ଦାଦନ ଶ୍ରମିକ ଏକ ବସ୍‌ରେ ରାଇଘରରୁ ବିଶାଖାପାଟଣା ଯାଉଥିଲେ । ସେମାନେ ନବରଙ୍ଗପୁର ଜିଲ୍ଲା ରାଇଘର ଅଞ୍ଚଳର ବୋଲି ଜଣାପଡିଛି । ଉଦ୍ଧାର ଶ୍ରମିକଙ୍କ ମଧ୍ୟରେ ୫ଜଣ ନାବାଳକ ଅଛନ୍ତି।

କୌଣସି ସୂତ୍ରରୁ କୋରାପୁଟ ପୁଲିସ୍‌ ଖବର ପାଇ ବସ୍‌ଷ୍ଟାଣ୍ଡରୁ ସମସ୍ତଙ୍କୁ ଉଦ୍ଧାର କରିଥିଲା ଏହାପରେ ସେମାନଙ୍କୁ ଶ୍ରମ ବିଭାଗକୁ ହସ୍ତାନ୍ତର କରାଯାଇଥିଲା। ଘଟଣାରେ ପୁଲିସ୍‌ ସଂପୃକ୍ତ ଦଲାଲକୁ ଗିରଫ କରିଛି ।

Related story