୧୧ ଜିଲ୍ଲାରେ ଅତିପ୍ରବଳ ବର୍ଷା ହେବ, ରେଡ୍‌ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଡିପ୍‌ ଡିପ୍ରେସନ୍‌ର ରୂପ ନେଇଛି। ଏହାର ପ୍ରଭାବରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ୧୧ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ରାଜ୍ୟ ସରକାର ଗଜପତି, ଗଞ୍ଜାମ, ପୁରୀ, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ବଲାଙ୍ଗିର, ନୂଆପଡ଼ା, ବୌଦ୍ଧ ଓ ସୋନପୁର ପାଇଁ ରେଡ୍‌ ୱାର୍ଣ୍ଣିଂ ଜାରି କରିଛନ୍ତି। ସେହିପରି ୧୦ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ନୟାଗଡ଼, […]

rain

Manoranjan Sial
  • Published: Wednesday, 07 August 2019
  • , Updated: 07 August 2019, 04:57 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଡିପ୍‌ ଡିପ୍ରେସନ୍‌ର ରୂପ ନେଇଛି। ଏହାର ପ୍ରଭାବରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ୧୧ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ରାଜ୍ୟ ସରକାର ଗଜପତି, ଗଞ୍ଜାମ, ପୁରୀ, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ବଲାଙ୍ଗିର, ନୂଆପଡ଼ା, ବୌଦ୍ଧ ଓ ସୋନପୁର ପାଇଁ ରେଡ୍‌ ୱାର୍ଣ୍ଣିଂ ଜାରି କରିଛନ୍ତି।

ସେହିପରି ୧୦ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ନୟାଗଡ଼, ଖୋର୍ଦ୍ଧା, ଜଗତସିଂହପୁର, ବରଗଡ଼, ସମ୍ବଲପୁର, କଟକ, ଢେଙ୍କାନାଳ, ଅନୁଗୋଳ, ଯାଜପୁର ଓ କେନ୍ଦ୍ରାପଡ଼ାକୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

ଲଘୁଚାପ ପ୍ରଭାବରେ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି। ନଦୀଗୁଡ଼ିକ ଫୁଲିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଜିଲ୍ଲାର ପାଙ୍ଗାମ, ଏମ୍‌ଭି -୯୦, କନ୍ୟାଶ୍ରମ, ପଟେରୁ ପୋଲ ଉପରେ ପାଣି ଚାଲୁଛି। ବର୍ତ୍ତମାନ ମାଲକାନଗିରିରୁ ଆନ୍ଧ୍ର, ଛତିଶଗଡ଼ ଓ ଜୟପୁରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଶତାଧିକ ଗାଁ ପାଣି ଘେରରେ ଥିବାରୁ ଜିଲ୍ଲା ପ୍ରଶାସନ ସ୍କୁଲ ଛୁଟି ଘୋଷଣା କରିଛନ୍ତି। କେବଳ ମାଲକାନଗିରି ନୁହେଁ, ବୌଦ୍ଧ ଓ ଗଞ୍ଜାମ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହୋଇଛି।

ବ୍ରହ୍ମପୁର ସହର ଗଜପତି ନଗର, ଗାନ୍ଧି ନଗର, ବ୍ରଜନଗର, ଜୟପ୍ରକାଶ ମେନ ରୋଡ, ପ୍ରେମ୍ ନଗର ଓ ଗେଟ୍‌ ବଜାରରେ ପାଣି ଜମି ରହିଛି। ଘର ଭିତରେ ପଶିଛି ନାଳ ନର୍ଦ୍ଦମା ପାଣି। ଗତକାଲିଠୁ ବର୍ଷା ଲାଗି ରହିଥିବାରୁ ଠପ୍‌ ହୋଇଯାଇଛି ସାଧାରଣ ଜୀବନଯାତ୍ରା। ବର୍ଷା ଯୋଗୁ ଗଞ୍ଜାମ ଜିଲ୍ଲାରେ ସବୁ ସରକାରୀ, ବେସରକାରୀ ସ୍କୁଲ ଓ ଅଙ୍ଗନବାଡି କେନ୍ଦ୍ର ଗୁଡିକୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ।

ଗୋପାଳପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଭୈରବୀ ନିକଟରେ ଭୁଶୁଡି ପଡିଛି ନିର୍ମାଣାଧୀନ ବିଜୁ କୃଷକ ବଜାର। ଏଠାରେ ନିର୍ମାଣ ଚାଲିଥିବା ୧୦ଟି ଘର ମଧ୍ୟରୁ ୭ଟି ଭୁଶୁଡି ପଡିଛି।
ଲଗାଣ ବର୍ଷା ଯୋଗୁ ରାୟଗଡ଼ା ଜିଲ୍ଲାର ଗୁଡାରୀ ସହର ଜଳବନ୍ଦୀ ହୋଇଛି। ଜଳ ନିଷ୍କାସନ ହୋଇ ନ ପାରି ଅନେକ ସ୍ଥାନରେ ପାଣି ଜମି ରହିଛି। ବଂଶଧାରା ନଦୀର ଜଳସ୍ତର ବଢିବାରେ ଲାଗିଛି। ଫଳରେ ନଦୀକୂଳିଆ ଲୋକେ ଆତଙ୍କିତ ହୋଇପଡିଛନ୍ତି।

ମଙ୍ଗଳବାର ରାତିରୁ ବର୍ଷା ଲାଗି ରହିଥିବା ଦ୍ୱୈତ୍ୟନଗରୀ ଅବସ୍ଥା ନକହିବା ଭଲ। ଭୁବନେଶ୍ୱର ଓ କଟକ ସହର ସମେତ ତଳିଆ ଅଞ୍ଚଳ ଗୁଡିକରେ ପାଣି ଜମିଛି। ସେପଟେ ଆହୁରି ୨୪ ଘଣ୍ଟା ଏଭଳି ବର୍ଷା ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

Related story