ବର୍ଷା ଉଭାନ: ୧୧ଜିଲ୍ଲାରେ ମରୁଡ଼ି ଆଶଙ୍କା !

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଚଳିତ ବର୍ଷ ୧୧ଟି ଜିଲ୍ଲାରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହୋଇଛି। ୧୦ଟି ଜିଲ୍ଲାରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହୋଇଥିବା ବେଳେ ଗୋଟିଏ ଜିଲ୍ଲାରେ ଅତି କମ୍ ବର୍ଷା ହୋଇଛି। ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ପୁରୀ ଜିଲ୍ଲାରେ ସ୍ୱାଭାବିକଠାରୁ ୫୫ ପ୍ରତିଶତ କମ ବର୍ଷା ହୋଇଛି। ବାଲେଶ୍ୱର, ଢେଙ୍କାନାଳ, ସୁବର୍ଣ୍ଣପୁର, ଭଦ୍ରକ, ନୟାଗଡ଼, […]

dddddddddddddd

Tapaswini Nayak
  • Published: Wednesday, 22 July 2020
  • , Updated: 23 July 2020, 10:46 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଚଳିତ ବର୍ଷ ୧୧ଟି ଜିଲ୍ଲାରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହୋଇଛି। ୧୦ଟି ଜିଲ୍ଲାରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହୋଇଥିବା ବେଳେ ଗୋଟିଏ ଜିଲ୍ଲାରେ ଅତି କମ୍ ବର୍ଷା ହୋଇଛି। ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ପୁରୀ ଜିଲ୍ଲାରେ ସ୍ୱାଭାବିକଠାରୁ ୫୫ ପ୍ରତିଶତ କମ ବର୍ଷା ହୋଇଛି। ବାଲେଶ୍ୱର, ଢେଙ୍କାନାଳ, ସୁବର୍ଣ୍ଣପୁର, ଭଦ୍ରକ, ନୟାଗଡ଼, କଟକ, ଯାଜପୁର, ଖୋର୍ଦ୍ଧା, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହୋଇଛି।

ଅନ୍ୟପକ୍ଷରେ ନୂଆପଡ଼ା, ଗଜପତି, ବୌଦ୍ଧ, ମାଲକାନଗିରି, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ରାୟଗଡା, ସମ୍ବଲପୁର, ବଲାଙ୍ଗିର, ବରଗଡ, ଅନୁଗୋଳ, ଦେବଗଡ଼, ନବରଙ୍ଗପୁର, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି।

ଝାରସୁଗୁଡା ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଥିବା ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜଣାପଡ଼ିଛି।

Related story