୧୧ କିରାଣିଙ୍କ ବଦଳି ପ୍ରତିବାଦରେ ରାଜ୍ୟପାଳଙ୍କୁ ଫେରାଦ ହେଲା ବିଜେପି

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହେଲିକପ୍ଟର ଲ୍ୟାଣ୍ଡିଂ ବିବାଦକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। କୋରାପୁଟର ୧୧ କିରାଣିଙ୍କୁ ନିଲମ୍ବନ କରିବା ଓ ପରେ ନିଲମ୍ବନ ଆଦେଶ ଉଠାଯାଇ ବଦଳି କରାଯିବାକୁ ନେଇ ଅମଲା ସଂଘ ଧାରଣାରେ ବସିଛି। କର୍ମଚାରୀମାନଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନକୁ ନେଇ ବିଜେପି ପ୍ରଶ୍ନ ଉଠାଇଛି। ଏପରିକି ଏହି ଘଟଣାରେ ତୃତୀୟ ମହଲାର ସମ୍ପୃକ୍ତି ଅଭିଯୋଗ କରିବା ସହ ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛି। ବିଜେପି ସାଧାରଣ […]

bjp

Rakesh Mallick
  • Published: Wednesday, 01 March 2017
  • , Updated: 01 March 2017, 07:15 PM IST

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହେଲିକପ୍ଟର ଲ୍ୟାଣ୍ଡିଂ ବିବାଦକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। କୋରାପୁଟର ୧୧ କିରାଣିଙ୍କୁ ନିଲମ୍ବନ କରିବା ଓ ପରେ ନିଲମ୍ବନ ଆଦେଶ ଉଠାଯାଇ ବଦଳି କରାଯିବାକୁ ନେଇ ଅମଲା ସଂଘ ଧାରଣାରେ ବସିଛି। କର୍ମଚାରୀମାନଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନକୁ ନେଇ ବିଜେପି ପ୍ରଶ୍ନ ଉଠାଇଛି। ଏପରିକି ଏହି ଘଟଣାରେ ତୃତୀୟ ମହଲାର ସମ୍ପୃକ୍ତି ଅଭିଯୋଗ କରିବା ସହ ବିଜେପିର ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛି।

ବିଜେପି ସାଧାରଣ ସମ୍ପାଦକ ଭୃଗୁ ବକ୍ସପାତ୍ର କହିଛନ୍ତି,“ଏହି ଘଟଣାରେ ହସ୍ତକ୍ଷେପ କରିବାକୁ ଆମେ ରାଜ୍ୟପାଳଙ୍କୁ ନିବେଦନ କରିଛୁ। ଜିଲ୍ଲାପାଳଙ୍କୁ ନିଲମ୍ବନ କରାଯିବା ସହ ତାଙ୍କ ବରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଜିଲ୍ଲାପାଳ କହୁଛନ୍ତି ତୃତୀୟ ମହଲା ଇଙ୍ଗିତରେ ସେ ଏପରି ପଦକ୍ଷେପ ନେଇଛି। ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ଛିଠି ଲେଖି ଏହାର କୈଫତ ତଲବ କରନ୍ତୁ।”

Related story