ଦୋକାନରୁ ମିଳିଲା ୧୧ ଲକ୍ଷର ଗଞ୍ଜେଇ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀରେ ବଢୁଛି ଗଞ୍ଜେଇ ଚୋରା କାରବାର। ଗୋଟିଏ ପରେ ଗୋଟିଏ ସ୍ଥାନରୁ ଜବତ ହେଉଛି ଲକ୍ଷ ଲକ୍ଷ ଟଙ୍କା ଗଞ୍ଜେଇ। ଆଜି ସକାଳେ ଭୁବନେଶ୍ୱର ଉପକଣ୍ଠ ବାଲିପାଟଣାର ପଦ୍ମପୁର ଅଞ୍ଚଳରୁ ଗୋଟିଏ ଦୋକାନ ଘର ଭିତରୁ ୧୧ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରାଯାଇଛି । ଏହି ଘଟଣାରେ ଅବକାରୀ ବିଭାଗ ଜଣଙ୍କୁ ଗିରଫ କରିବା ସହ ଦୋକାନରୁ ୪୨ ହଜାର ଟଙ୍କା ଜବତ କରିଛି। ଏହି ଗଞ୍ଜେଇ କନ୍ଧମାଳରୁ ଭୁବନେଶ୍ୱରକୁ ଆସିଥିବା […]

ganja

Tapaswini Nayak
  • Published: Friday, 11 September 2020
  • , Updated: 11 September 2020, 02:06 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀରେ ବଢୁଛି ଗଞ୍ଜେଇ ଚୋରା କାରବାର। ଗୋଟିଏ ପରେ ଗୋଟିଏ ସ୍ଥାନରୁ ଜବତ ହେଉଛି ଲକ୍ଷ ଲକ୍ଷ ଟଙ୍କା ଗଞ୍ଜେଇ। ଆଜି ସକାଳେ ଭୁବନେଶ୍ୱର ଉପକଣ୍ଠ ବାଲିପାଟଣାର ପଦ୍ମପୁର ଅଞ୍ଚଳରୁ ଗୋଟିଏ ଦୋକାନ ଘର ଭିତରୁ ୧୧ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରାଯାଇଛି । ଏହି ଘଟଣାରେ ଅବକାରୀ ବିଭାଗ ଜଣଙ୍କୁ ଗିରଫ କରିବା ସହ ଦୋକାନରୁ ୪୨ ହଜାର ଟଙ୍କା ଜବତ କରିଛି। ଏହି ଗଞ୍ଜେଇ କନ୍ଧମାଳରୁ ଭୁବନେଶ୍ୱରକୁ ଆସିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗତକାଲି କର୍ଣ୍ଣାଟକର ଗୁଲବର୍ଗା ଓ ବେଙ୍ଗଲୁରୁ ରାସ୍ତାରୁ ସାଢ଼େ ୧୩ ଲକ୍ଷ ଟଙ୍କା ମୂଲ୍ୟର ୪୬ ବସ୍ତା ଗଞ୍ଜେଇ ଜବତ ହୋଇଥିଲା। ଗୋଟିଏ ପରିବା ବୋଝେଇ ଟ୍ରକର ଡାଲା ତଳେ ଗୋଟିଏ ଚ୍ୟାମ୍ବର କରି ଏହି ଗଞ୍ଜେଇ ବସ୍ତା ରଖାଯାଇଥିଲା। ବେଙ୍ଗଲୁରୁ ପୁଲିସ ଗଞ୍ଜେଇ ଜବତ କରିବା ସହ ୬ ଜଣଙ୍କୁ ଗିରଫ କରିଥିଲା।  ବେଙ୍ଗଲୁରୁରେ ହେଉଥିବା ଗଞ୍ଜେଇ କାରବାର ସହ ଓଡ଼ିଶାର ଲିଙ୍କ ରହିଛି ବୋଲି ବେଙ୍ଗଲୁରୁ ପୁଲିସ କମିଶନର କହିଥିଲେ। ଓଡ଼ିଶାରୁ ତେଲେଙ୍ଗାନା ହୋଇ କର୍ଣ୍ଣାଟକକୁ ଗଞ୍ଜେଇ ଆସୁଛି ବୋଲି ସେ କହିଥିଲେ।

Related story