୨୦୧୫ ଶିଳ୍ପନୀତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ୨୦୧୫ ଶିଳ୍ପନୀତି ଲାଗୁ ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ୧୧ଟି ଶିଳ୍ପ ସଂସ୍ଥାର ଷ୍ଟାଟର୍ସ ଉପରେ ସମୀକ୍ଷା କରିଥିଲେ। ଏହି କଂପାନୀଗୁଡ଼ିକର ବର୍ତ୍ତମାନର ସ୍ଥିତି, ଏଥିରେ କ’ଣ ଭାଲ୍ୟୁ ଆଡିସନ କରାଯାଇପାରିବ ତଥା ଏହି ଶିଳ୍ପ ସଂସ୍ଥାଗୁଡ଼ିକ ଦ୍ୱାରା ହେବାକୁଥିବା ନିଯୁକ୍ତି ଆଦି ଦିଗ ଉପରେ ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ। ଆଦିତ୍ୟ ଆଲୁମୀନାର ଅନୁଗୁଳ ଓ କାଂଶବାହାଳ ପ୍ଲାଣ୍ଟ, ସେସା ଷ୍ଟିଲ୍, ଲାନକୋ, […]

debimishra

Rakesh Mallick
  • Published: Saturday, 23 May 2015
  • , Updated: 23 May 2015, 08:38 AM IST

ଭୁବନେଶ୍ୱର: ୨୦୧୫ ଶିଳ୍ପନୀତି ଲାଗୁ ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ୧୧ଟି ଶିଳ୍ପ ସଂସ୍ଥାର ଷ୍ଟାଟର୍ସ ଉପରେ ସମୀକ୍ଷା କରିଥିଲେ। ଏହି କଂପାନୀଗୁଡ଼ିକର ବର୍ତ୍ତମାନର ସ୍ଥିତି, ଏଥିରେ କ’ଣ ଭାଲ୍ୟୁ ଆଡିସନ କରାଯାଇପାରିବ ତଥା ଏହି ଶିଳ୍ପ ସଂସ୍ଥାଗୁଡ଼ିକ ଦ୍ୱାରା ହେବାକୁଥିବା ନିଯୁକ୍ତି ଆଦି ଦିଗ ଉପରେ ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ। ଆଦିତ୍ୟ ଆଲୁମୀନାର ଅନୁଗୁଳ ଓ କାଂଶବାହାଳ ପ୍ଲାଣ୍ଟ, ସେସା ଷ୍ଟିଲ୍, ଲାନକୋ, ଗୋପାଳପୁର ଟାଟା, ଜିନ୍ଦଲ ଷ୍ଟିଲ ଆଣ୍ଡ୍ ପାୱାର ଲିମିଟେଡ୍, ପିସିପିଏଲ ଓ ସିମେଣ୍ଟ ଇଣ୍ଡିଆ ଆଦି କଂପାନୀ ସଂପର୍କରେ ସେ ସମୀକ୍ଷା କରିଥିଲେ। ତେବେ ପୋସ୍କୋ ଉପରେ ଏଥିରେ ଆଲୋଚନ ହୋଇନଥିଲା। ଏହି ସମୀକ୍ଷା ବୈଠକରେ ଶିଳ୍ପ ମନ୍ତ୍ରୀ ଦେବୀ ମିଶ୍ର, ଖଣି ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ଓ ଶକ୍ତି ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ସହିତ ବିଭାଗୀୟ ସଚିବମାନେ ମଧ୍ୟ ଉପସ୍ଥିତ ଥିଲେ।

ବୈଠକ ପରେ ଶିଳ୍ପ ମନ୍ତ୍ରୀ ଦେବୀ ମିଶ୍ର କହିଥିଲେ ଯେ ଶିଳ୍ପ ନୀତି ନେଇ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଥିଲେ। ପ୍ରତି ମାସରେ ଶିଳ୍ପ ପ୍ରସଙ୍ଗରେ ପ୍ରତି ମାସରେ ଆଲୋଚନା ହେବ। ଏହା ସହିତ ଶିଳ୍ପ ସହିତ ଜଡ଼ିତ ଲ୍ୟାଣ୍ଡ୍ ବ୍ୟାଙ୍କ, ପରିବେଶ ଅନୁମତି ଆଦି ସଂପର୍କରେ ମଧ୍ୟ ଆଲୋଚନା ହୋଇଥିଲା।

Related story