ବେକରେ ଗୁଡ଼ାଇ ହୋଇଗଲା ଦୋଳି ଦଉଡ଼ି, ଆଖି ବୁଜିଲା କୁନି ଝିଅ

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ଦୋଳିରେ ଝୁଲିବା ହେଲା କାଳ। ଦୋଳିରେ ଝୁଲୁଥିବା ବେଳେ ବେକରେ ଦଉଡ଼ି ଗୁଡ଼େଇ ଯିବାରୁ ଶ୍ୱାସରୁଦ୍ଧ ହୋଇ ଜଣେ ବାଳିକାର ମୃତ୍ୟୁ ଘଟିଛି। ଆଜି ଏପରି ଅଭାବନୀୟ ଘଟଣା ନୟାଗଡ଼ ଟାଉନ ଥାନା ହାଟପଦା ନିକଟ ଏକ ବସ୍ତିରେ ଘଟିଛି। ମହେଶ୍ୱର ସାହୁଙ୍କ ୧୧ ବର୍ଷର ଝିଅ ଲକ୍ଷ୍ମୀପ୍ରିୟା ଆଜି ମଧ୍ୟାହ୍ନରେ ଦୋଳି ଖେଳୁଥିଲେ। ମାତ୍ର ଅସାବଧାନତା ଯୋଗୁ ଦୋଳିର ଦଉଡ଼ି ଲକ୍ଷ୍ମୀପ୍ରିୟାଙ୍କ ବେକରେ ଗୁଡ଼ାଇ ହୋଇଯାଇଥିଲା। ଫଳରେ ଲକ୍ଷ୍ମୀପ୍ରିୟା ଶ୍ୱାସରୁଦ୍ଧ ହୋଇଯାଇଥିଲେ। […]

11-year-old-girl-dies-of-asphyxia-in-a-freak-accident

Tapaswini Nayak
  • Published: Friday, 21 June 2019
  • , Updated: 21 June 2019, 06:04 PM IST

ନୟାଗଡ଼ (ଆର୍ତ୍ତତ୍ରାଣ ପ୍ରଧାନ): ଦୋଳିରେ ଝୁଲିବା ହେଲା କାଳ। ଦୋଳିରେ ଝୁଲୁଥିବା ବେଳେ ବେକରେ ଦଉଡ଼ି ଗୁଡ଼େଇ ଯିବାରୁ ଶ୍ୱାସରୁଦ୍ଧ ହୋଇ ଜଣେ ବାଳିକାର ମୃତ୍ୟୁ ଘଟିଛି। ଆଜି ଏପରି ଅଭାବନୀୟ ଘଟଣା ନୟାଗଡ଼ ଟାଉନ ଥାନା ହାଟପଦା ନିକଟ ଏକ ବସ୍ତିରେ ଘଟିଛି।

ମହେଶ୍ୱର ସାହୁଙ୍କ ୧୧ ବର୍ଷର ଝିଅ ଲକ୍ଷ୍ମୀପ୍ରିୟା ଆଜି ମଧ୍ୟାହ୍ନରେ ଦୋଳି ଖେଳୁଥିଲେ। ମାତ୍ର ଅସାବଧାନତା ଯୋଗୁ ଦୋଳିର ଦଉଡ଼ି ଲକ୍ଷ୍ମୀପ୍ରିୟାଙ୍କ ବେକରେ ଗୁଡ଼ାଇ ହୋଇଯାଇଥିଲା। ଫଳରେ ଲକ୍ଷ୍ମୀପ୍ରିୟା ଶ୍ୱାସରୁଦ୍ଧ ହୋଇଯାଇଥିଲେ। ପରିବାର ଲୋକେ ତାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Related story