ଲଗାଣ ବର୍ଷା : ୨୦ ଜିଲ୍ଲାର ୨୦ ଲକ୍ଷ ଲୋକ ପ୍ରଭାବିତ, ୧୩ ହଜାର ସ୍ଥାନାନ୍ତର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଲଘୁଚାପଜନିତ ଲଗାଣ ବର୍ଷାର ପ୍ରଭାବରେ ୨୦ଟି ଜିଲ୍ଲାର ଧନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଲଗାଣ ବର୍ଷା ଯୋଗୁ ଗତକାଲି ୧୧ଟି ଜିଲ୍ଲା ପ୍ରଭାବିତ ଥିବାବେଳେ ଆଜି ଏହା ୨୦ଟି ଜିଲ୍ଲାକୁ ବୃଦ୍ଧି ପାଇଛି। ୨୦ଟି ଜିଲ୍ଲାର ୨୦.୪୬ଲକ୍ଷ ପ୍ରଭାବିତ ହୋଇଥିବାବେଳେ ୧୩୫୩୪ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ୨୮୭୦ଟି ଘର ଭାଙ୍ଗିଯାଇଥିବାବେଳେ ୪ଜଣଙ୍କ ମୃତ୍ୟୁ ଘଟିଛି। ଆସନ୍ତାକାଲି ମଧ୍ୟ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିବ। ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରୁ […]

Rain fury in Odisha

Rain fury in Odisha

Ordigital Desk
  • Published: Tuesday, 14 September 2021
  • Updated: 14 September 2021, 09:15 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଲଘୁଚାପଜନିତ ଲଗାଣ ବର୍ଷାର ପ୍ରଭାବରେ ୨୦ଟି ଜିଲ୍ଲାର ଧନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଲଗାଣ ବର୍ଷା ଯୋଗୁ ଗତକାଲି ୧୧ଟି ଜିଲ୍ଲା ପ୍ରଭାବିତ ଥିବାବେଳେ ଆଜି ଏହା ୨୦ଟି ଜିଲ୍ଲାକୁ ବୃଦ୍ଧି ପାଇଛି। ୨୦ଟି ଜିଲ୍ଲାର ୨୦.୪୬ଲକ୍ଷ ପ୍ରଭାବିତ ହୋଇଥିବାବେଳେ ୧୩୫୩୪ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ୨୮୭୦ଟି ଘର ଭାଙ୍ଗିଯାଇଥିବାବେଳେ ୪ଜଣଙ୍କ ମୃତ୍ୟୁ ଘଟିଛି। ଆସନ୍ତାକାଲି ମଧ୍ୟ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିବ।

ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁସାରେ, ଲଗାଣ ବର୍ଷା ପ୍ରଭାବରେ ରାଜ୍ୟର ୨୦ଟି ଜିଲ୍ଲାରେ ବିଶେଷ କ୍ଷୟକ୍ଷତି ହୋଇଛି।  ଅନୁଗୋଳ, ବରଗଡ଼, ବାଲେଶ୍ୱର, ବୌଦ୍ଧ, କଟକ, ଦେବଗଡ଼, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ନୟାଗଡ଼, ନୂଆପଡ଼ା, ପୁରୀ ଓ ସୋନପୁର ଜିଲ୍ଲାର ୧୧୧ଟି ବ୍ଲକର ୩୬୯୬ଟି ଗାଁ ଏବଂ ୨୭ଟି ପୌରାଂଚଳରେ ବର୍ଷା ବିପତ୍ତି ଦେଖିବାକୁ ମିଳିଛି । ଏପର୍ଯ୍ୟନ୍ତ ମୋଟ ୪ ଜଣଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ରିପୋର୍ଟରୁ ସୂଚନା ମିଳିଛି। ବର୍ଷା ଯୋଗୁ ତଳିଆ ଅଂଚଳରେ ପାଣି ପଶିଯିବାରୁ ୧୩୫୩୪ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ୨୮୭୦ଟି ଘର ଭାଙ୍ଗି ପଡ଼ିଛି। କାନ୍ଥ ପଡ଼ି କେନ୍ଦ୍ରାପଡ଼ାରେ ୨ଜଣ ଓ ଗଞ୍ଜାମରେ ଜଣେ ଏବଂ ଖୋର୍ଦ୍ଧା ଜିଲ୍ଲାରେ ଜଣେ ପାଣିରେ ବୁଡ଼ି ପ୍ରାଣ ହରାଇଥିବାବେଳେ ଏ ଦିଗରେ ଅଧିକ ତଦନ୍ତ ଜିଲ୍ଲା ପ୍ରଶାସନ ଦ୍ୱାରା ଜାରି ରହିଛି।

ଖୋର୍ଦ୍ଧା ଓ ଯାଜପୁର ଜିଲ୍ଲାର ସର୍ବାଧିକ ୧୦ଟି ଲେଖାଏ ବ୍ଲକ ପ୍ରଭାବିତ ହୋଇଥିବାବେଳେ ଜଗତସିଂହପୁର ଜିଲ୍ଲାର ସର୍ବାଧିକ ୧୩୨୧ଟି ଗାଁ ବର୍ଷା ଜଳଘେରରେ ରହିଛି। କେନ୍ଦ୍ରାପଡ଼ାରେ ୮୧୧ଟି ଓ ଯାଜପୁର ଜିଲ୍ଲାରେ ୫୧୫ଟି ଗାଁ ଜଳବନ୍ଦୀ ରହିଛି। ଜଗତସିଂହପୁର ଜିଲ୍ଲାର ମୋଟ ୧୧ଲକ୍ଷ ୩୬ହଜାର ୯୭୧ଜଣ ଓ କେନ୍ଦ୍ରାପଡ଼ା ଜିଲ୍ଲାର ମୋଟ ୭.୭୯ଲକ୍ଷ ଲୋକ ବର୍ଷା ଯୋଗୁ ପ୍ରଭାବିତ ହୋଇଛନ୍ତି। ସେହିପରି ପୁରୀ ଜିଲ୍ଲାର ୩୪୬୧ଜଣ, ଜଗତସିଂହପୁର ଜିଲ୍ଲାର ୩୫୬୪, କେନ୍ଦ୍ରାପଡ଼ା ଜିଲ୍ଲାର ୫୩୨ଜଣ, କଟକ ଜିଲ୍ଲାର ୫୬୮୩ଜଣ, ଢେଙ୍କାନାଳ ଜିଲ୍ଲାର ୨୨୦ଜଣ ଓ କନ୍ଧମାଳ ଜିଲ୍ଲାର ୨୪ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଏସବୁ ଜିଲ୍ଲାରେ ମାଗଣା ରନ୍ଧା ଖାଦ୍ୟ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଉଛି ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି।

ବର୍ଷା ଯୋଗୁ ରାଜ୍ୟର ପ୍ରମୁଖ ନଦୀଗୁଡ଼ିକରେ ଜଳସ୍ତର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଲଗାଣ ବର୍ଷା ଯୋଗୁ ପ୍ରାୟତଃ ଅଧିକାଂଶ ଜିଲ୍ଲାରେ ଗମନାଗମନ ପ୍ରଭାବିତ ହୋଇଛି। ରାସ୍ତାଗୁଡ଼ିକରେ ପାଣି ଚାଲୁଥିବାରୁ ତାହା ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। କେବଳ ଜଗତସିଂହପୁର ଜିଲ୍ଲାରେ ୬୧୯୧୪ ହେକ୍ଟର ଜମିରେ ଫସଲ ପ୍ରଭାବିତ ହୋଇଛି। ଏହି ସମସ୍ତ ୨୦ ଜିଲ୍ଲାର ପ୍ରାୟ ୧ଲକ୍ଷ ହେକ୍ଟରରୁ ଅଧିକ ଜମିରେ ପାଣି ପଶିଯାଇଥିବାରୁ ଫସଲ ନଷ୍ଟ ହୋଇଥିବା ପ୍ରାରମ୍ଭିକ ଆକଳନରୁ ଜଣାପଡ଼ିଛି। କେତେକ ଜିଲ୍ଲାରେ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଡଙ୍ଗା ନିୟୋଜିତ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story