ଖାଲି ପଡ଼ିଛି ୧୧୪୫୬ଟି ପୁଲିସ ପଦ; ସେଥିରେ ଅଛନ୍ତି ଡିଆଇଜି, ଏସ୍‌ପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଅଗଷ୍ଟ ୧ ତାରିଖ ସୁଦ୍ଧା ୧୧୪୫୬ଟି ପୁଲିସ ପଦ ଖାଲି ପଡ଼ିଛି। ବିଧାନସଭାରେ ବିଧାୟକ ଗଣେଶ ରାମ ଖୁଣ୍ଟିଆଙ୍କ ପ୍ରଶ୍ନରେ ଏହି ତଥ୍ୟ ଦେଇଛନ୍ତି ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ସେ କହିଛନ୍ତି ଯେ ବର୍ତ୍ତମାନ ରାଜ୍ୟରେ ୧୩ଟି ଡିଆଇଜି, ୧୫ଟି ଏସ୍‌ପି, ୨୪୮ଟି ଇନସ୍ପପେକ୍ଟର ପଦବୀ ଖାଲି ପଡ଼ିଛି। ସେପଟେ ରାଜ୍ୟରେ ନୂଆ ପୁଲିସ ଷ୍ଟେସନ ଖୋଲିବା ପ୍ରସଙ୍ଗରରେ ବିଧାନସଭାରେ ଉଦ୍‌ବେଗ ପ୍ରକାଶ ପାଇଛି। ୬୮ଟି ନୂଆ ଥାନା, ୧୦୩ଟି ଫାଣ୍ଡି […]

Police

Manoranjan Sial
  • Published: Monday, 06 September 2021
  • , Updated: 06 September 2021, 03:35 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଅଗଷ୍ଟ ୧ ତାରିଖ ସୁଦ୍ଧା ୧୧୪୫୬ଟି ପୁଲିସ ପଦ ଖାଲି ପଡ଼ିଛି। ବିଧାନସଭାରେ ବିଧାୟକ ଗଣେଶ ରାମ ଖୁଣ୍ଟିଆଙ୍କ ପ୍ରଶ୍ନରେ ଏହି ତଥ୍ୟ ଦେଇଛନ୍ତି ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ସେ କହିଛନ୍ତି ଯେ ବର୍ତ୍ତମାନ ରାଜ୍ୟରେ ୧୩ଟି ଡିଆଇଜି, ୧୫ଟି ଏସ୍‌ପି, ୨୪୮ଟି ଇନସ୍ପପେକ୍ଟର ପଦବୀ ଖାଲି ପଡ଼ିଛି।

ସେପଟେ ରାଜ୍ୟରେ ନୂଆ ପୁଲିସ ଷ୍ଟେସନ ଖୋଲିବା ପ୍ରସଙ୍ଗରରେ ବିଧାନସଭାରେ ଉଦ୍‌ବେଗ ପ୍ରକାଶ ପାଇଛି। ୬୮ଟି ନୂଆ ଥାନା, ୧୦୩ଟି ଫାଣ୍ଡି ଓ ୩ ଥାନାର ଅପ୍‌ଗ୍ରେଡ୍‌ କରିବା ପାଇଁ ୬୦ ଜଣ ବିଧାୟକ ପ୍ରସ୍ତାବ ଦେଇଥିଲେ। ବାଚସ୍ପତିଙ୍କ ରୁଲିଂ ଓ ବିଧାୟକମାନଙ୍କ ପ୍ରସ୍ତାବ ପରେ ମଧ୍ୟ ଏହା କାର୍ଯ୍ୟକାରୀ ହେଉ ନଥିବାରୁ ଗୃହରେ ଉଦବେଗ ପ୍ରକାଶ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର।

ସେପଟେ ନୟାଗଡ଼ ଜିଲ୍ଲା ରଣପୁରର ଶାସକ ଦଳ ବିଧାୟକ ସତ୍ୟ ନାରାୟଣ ପ୍ରଧାନ ମଧ୍ୟ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ନେଇ ଉଦବେଗ ପ୍ରକାଶ କରିଛନ୍ତି। ପ୍ରଶ୍ନକାଳରେ ସେ କହିଛନ୍ତି, ରାଜ୍ୟରେ ଅଗଷ୍ଟ ପହିଲା ସୁଦ୍ଧା ୧୧ ହଜାର ୪୫୬ ପୁଲିସ ପଦବୀ ଖାଲି ରହିଛି। ସେଥିରୁ ୧୩ ଡିଆଇଜି, ୧୫ ଏସ୍‌ପି ଓ ୨୪୮ ଇନ୍ସପେକ୍ଟର ପଦବୀ ଖାଲି ରହିଛି। ରାଜ୍ୟରେ ଥାନା ଓ ଫାଣ୍ଡି ଖୋଲିବା ନେଇ ଗୃହରେ ୪୦ ବିଧାୟକଙ୍କ ଉଦ୍‌ବେଗକୁ ଦେଖି ବାଚସ୍ପତି ରୁଲିଂ ଦେଇଛନ୍ତି। ପୁଲିସ ଡିଜି, ଡିଆଜି କ୍ରାଇମବ୍ରାଞ୍ଚ ଓ ଗୃହ ସଚିବଙ୍କୁ ଡାକି ଆଲୋଚନା କରିବାକୁ ଗୃହରାଷ୍ଟ୍ର ମନ୍ତ୍ରୀଙ୍କୁ ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି। ପ୍ରଶ୍ନକାଳ ସରିବା ପରେ ବୈଠକ କରି ଗୃହରେ ଏକ ବିବୃତି ରଖନ୍ତୁ ବୋଲି ବାଚସ୍ପତି ନିର୍ଦ୍ଦେଶ ଦେଇଛନ୍ତି।

 

Related story