ଜାପାନରେ ଫସିଥିଲେ, ସ୍ୱଦେଶ ଫେରିଲେ ଶିବାଶିଷଙ୍କ ସମେତ ୧୧୯ ଭାରତୀୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଆକ୍ରାନ୍ତ ସନ୍ଦେହରେ ଜାପାନର ୟୋକୋହମା ବନ୍ଦରରେ ଫସି ରହିଥିବା ୧୧୯ ଜଣ ଭାରତୀୟ ଆଜି ସ୍ୱଦେଶ ଫେରିଛନ୍ତି । ସେମାନଙ୍କୁ ଏୟାର ଇଣ୍ଡିଆ ବିମାନରେ ଟୋକିଓରୁ ଦିଲ୍ଲୀକୁ ଅଣାଯାଇଛି। ସେମାନଙ୍କ ମଧ୍ୟରେ ଓଡ଼ିଶାର ଶିବାଶିଷ ନାୟକ ମଧ୍ୟ ସ୍ୱଦେଶ ଫେରିଥିବା ଜଣାଯାଇଛି। ପୁଅ ଫେରିବା ଖବର ପାଇ ଶିବାଶିଷଙ୍କ ବାପା ଲିଙ୍ଗରାଜ ନାୟକ ଖୁବ୍‌ ଆଶ୍ୱସ୍ତ ଥିବା କହିଛନ୍ତି। ଆଜି ସକାଳ ୫ଟାରେ ପୁଅ ବିମାନରେ ଭାରତ ଫେରୁଥିବା ବେଳେ ସେ କଥା […]

sibasis-1--1

sibasis-1--1

Niharika Rout
  • Published: Thursday, 27 February 2020
  • Updated: 27 February 2020, 11:44 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ଆକ୍ରାନ୍ତ ସନ୍ଦେହରେ ଜାପାନର ୟୋକୋହମା ବନ୍ଦରରେ ଫସି ରହିଥିବା ୧୧୯ ଜଣ ଭାରତୀୟ ଆଜି ସ୍ୱଦେଶ ଫେରିଛନ୍ତି । ସେମାନଙ୍କୁ ଏୟାର ଇଣ୍ଡିଆ ବିମାନରେ ଟୋକିଓରୁ ଦିଲ୍ଲୀକୁ ଅଣାଯାଇଛି। ସେମାନଙ୍କ ମଧ୍ୟରେ ଓଡ଼ିଶାର ଶିବାଶିଷ ନାୟକ ମଧ୍ୟ ସ୍ୱଦେଶ ଫେରିଥିବା ଜଣାଯାଇଛି।

ପୁଅ ଫେରିବା ଖବର ପାଇ ଶିବାଶିଷଙ୍କ ବାପା ଲିଙ୍ଗରାଜ ନାୟକ ଖୁବ୍‌ ଆଶ୍ୱସ୍ତ ଥିବା କହିଛନ୍ତି। ଆଜି ସକାଳ ୫ଟାରେ ପୁଅ ବିମାନରେ ଭାରତ ଫେରୁଥିବା ବେଳେ ସେ କଥା ହୋଇଥିଲେ। ଜାପାନରେ ପୁଅର କରୋନା ଟେଷ୍ଟ ନେଭେଟିଭ୍ ଆସିଛି । କିନ୍ତୁ ଭାରତ ଫେରିବା ପରେ ଅନ୍ୟମାନଙ୍କ ସମେତ ପୁଅକୁ ମଧ୍ୟ ସ୍ୱତନ୍ତ୍ର ଭାବେ ରଖାଯାଇ ବିଭିନ୍ନ ପରୀକ୍ଷା କରାଯିବ। ତେଣୁ ଘରକୁ ଫେରିବାରେ ପୁଅର ବିଳମ୍ବ ହେବ ବୋଲି ସେ ଗଣମାଧ୍ୟମକୁ ଜଣାଇଛନ୍ତି।

 

ଉଲ୍ଲେଖଯୋଗ୍ୟ,  ଭାରତୀୟ ଯାତ୍ରୀଙ୍କ ସହ ଶ୍ରୀଲଙ୍କା, ନେପାଳ, ଦକ୍ଷିଣ ଆଫ୍ରିକା ଓ ପେରୁର ୫ଜଣ ଯାତ୍ରୀ ଏହି ବିମାନରେ ଫେରିଛନ୍ତି । କରୋନା ଆକ୍ରାନ୍ତ ସନ୍ଦେହରେ ଏହି ଯାତ୍ରୀମାନଙ୍କୁ ୟୋକୋହମା ବନ୍ଦରରେ ସ୍ୱତନ୍ତ୍ର ଭାବେ ରଖାଯାଇଥିଲା। ଡାଇମଣ୍ଡ ପ୍ରିନସେସ୍ ଜାହାଜରେ ସେମାନଙ୍କୁ ଅଲଗା ରଖାଯାଇଥିଲା। ଯାତ୍ରୀମାନଙ୍କ ଫେରିବା ପାଇଁ ଜାପାନ ଅଧିକାରୀଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଥିବାରୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର କୃତଜ୍ଞତା ଜଣାଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos