୪ ଜିଲ୍ଲାପାଳଙ୍କ ସମେତ ୧୧ ଆଇଏଏସଙ୍କ ବଦଳି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ଲଢ଼େଇ ମଧ୍ୟରେ ରାଜ୍ୟ ସରକାର ଆଜି ଅଚାନକ ୪ଟି ଜିଲ୍ଲା ଯାଜପୁର, ଅନୁଗୋଳ, ନୂଆପଡ଼ା ଓ ବଲାଙ୍ଗିରର ଜିଲ୍ଲାପାଳଙ୍କ ସମେତ ମୋଟ୍ ୧୨ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ବଦଳି କରିଛନ୍ତି। ଏହି ବଦଳିରେ ମାତ୍ର ଜଣେ ବରିଷ୍ଠ ଓଏଏସ୍ ଅଫିସର ଅଛନ୍ତି।ଗଞ୍ଜାମ ଜିଲ୍ଲାର ଅଧିକାଂଶ ଅଫିସରଙ୍କୁ ଏହି ବଦଳିରେ ପୁରସ୍କୃତ କରାଯାଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ଯାଜପୁର ଜିଲ୍ଲାପାଳ ଆଇଏଏସ ରଞ୍ଜନ କୁମାର […]

ias-1-1

Tapas Behera
  • Published: Wednesday, 09 September 2020
  • , Updated: 15 February 2021, 04:40 PM IST
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ଲଢ଼େଇ ମଧ୍ୟରେ ରାଜ୍ୟ ସରକାର ଆଜି ଅଚାନକ ୪ଟି ଜିଲ୍ଲା ଯାଜପୁର, ଅନୁଗୋଳ, ନୂଆପଡ଼ା ଓ ବଲାଙ୍ଗିରର ଜିଲ୍ଲାପାଳଙ୍କ ସମେତ ମୋଟ୍ ୧୨ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ବଦଳି କରିଛନ୍ତି। ଏହି ବଦଳିରେ ମାତ୍ର ଜଣେ ବରିଷ୍ଠ ଓଏଏସ୍ ଅଫିସର ଅଛନ୍ତି।ଗଞ୍ଜାମ ଜିଲ୍ଲାର ଅଧିକାଂଶ ଅଫିସରଙ୍କୁ ଏହି ବଦଳିରେ ପୁରସ୍କୃତ କରାଯାଇଛି ।
ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ଯାଜପୁର ଜିଲ୍ଲାପାଳ ଆଇଏଏସ ରଞ୍ଜନ କୁମାର ଦାସଙ୍କୁ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଥିବାବେଳେ ବଲାଙ୍ଗିର ଜିଲ୍ଲାପାଳ ଆଇଏଏସ ଅରିନ୍ଦମ ଡାକୁଆଙ୍କୁ ପଂଚାୟତିରାଜ ବିଭାଗ ନିର୍ଦ୍ଦେଶକ(ସ୍ୱତନ୍ତ୍ର ପ୍ରକଳ୍ପ) ଓ ନୂଆପଡ଼ା ଜିଲ୍ଲାପାଳ ମଧୁସ୍ମିତା ସାହୁଙ୍କୁ ଜଳସମ୍ପଦ ବିଭାଗର ଉପସଚିବ ଭାବେ ବଦଳି କରାଯାଇଛି।
ସେହିପରି ମୟୂରଭଞ୍ଜ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଆଇଏଏସ ଚଂଚଳ ରଣାଙ୍କୁ ବଲାଙ୍ଗିର ଜିଲ୍ଲାପାଳ ଭାବେ ଅବସ୍ଥାପିତ କରାଯାଇଥିବାବେଳେ ବ୍ରହ୍ମପୁର ମହାନଗର କମିଶନର ଆଇଏଏସ୍ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କୁ ଯାଜପୁର ଜିଲ୍ଲାପାଳ ଓ ଗଞ୍ଜାମ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଆଇଏଏସ୍ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କୁ ଅନୁଗୁଳ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି।

ସେହିପରି ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲାପାଳ ଆଇଏଏସ୍ ସ୍ୱଧା ଦେବ ସିଂହଙ୍କୁ ନୂଆପଡ଼ା ଜିଲ୍ଲାପାଳ, ଅନୁଗୋଳ ଜିଲ୍ଲାପାଳ ଓଏଏସ୍ ମନୋଜ କୁମାର ମହାନ୍ତିଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗର ଅତିରିକ୍ତ ସଚିବ, ବ୍ରହ୍ମପୁର ଉପଜିଲ୍ଲାପାଳ ଆଇଏଏସ୍ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେଙ୍କୁ ଗଞ୍ଜାମ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ, ଗୁୁଣୁପୁର ଉପଜିଲ୍ଲାପାଳ ଆଇଏଏସ୍ ସିଦ୍ଧେଶ୍ୱର ବଲିରାମ ବୋନ୍ଦରଙ୍କୁ ବ୍ରହ୍ମପୁର ମହାନଗର ନିଗମ କମିଶନର, ଗଞ୍ଜାମରେ କୋଭିଡ୍ ପରିଚାଳନା ପାଇଁ ଓଏସଡି ଭାବେ ନିଯୁକ୍ତି ପାଇଥିବା ଆଇଏଏସ୍ ଭି. କୀର୍ତ୍ତି ଭାସନଙ୍କୁ ବ୍ରହ୍ମପୁର ଉପଜିଲ୍ଲାପାଳ ଓ ଗଜପତିରେ କୋଭିଡ୍ ପରିଚାଳନା ପାଇଁ ଓଏସଡି ଭାବେ ନିଯୁକ୍ତି ପାଇଥିବା ଆଇଏଏସ୍ ଜେ. ସୋନାଲଙ୍କୁ ଗୁଣୁପୁର ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି।

Related story