୧୨ ଲକ୍ଷ ଟଙ୍କାର ବ୍ରାଉନ୍‌ ସୁଗର ଜବତ, ୩ ଗିରଫ

ଜଳେଶ୍ୱର (ଅଜିତ ଦାସ): ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରୁ ପୁଣି ଜବତ ହେଲା ବ୍ରାଉନ୍‌ ସୁଗର। ଆଜି ଭୋରରେ ଜଳେଶ୍ୱରର ଗାୟତ୍ରୀ ପେଟ୍ରୋଲ୍ ପମ୍ପ ନିକଟରେ ଅବକାରୀ ବିଭାଗ ଏକ କାରରୁ ୧୨୦ ଗ୍ରାମ୍ ବ୍ରାଉନ୍‌ ସୁଗର ଜବତ କରିଛି। ଏହାର ଆନୁମାନିକ ମୂଲ୍ୟ ୧୨ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। ଏହି ଘଟଣାରେ ଅବକାରୀ ବିଭାଗ ତିନି ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ସୁବାସ ଭୋଇ, ଚନ୍ଦନ କୁମାର ଭୋଇ ଓ ଶିବ ପ୍ରସାଦ […]

seized

Jitendra Garnayak
  • Published: Sunday, 31 March 2019
  • , Updated: 31 March 2019, 10:34 AM IST

ଜଳେଶ୍ୱର (ଅଜିତ ଦାସ): ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରୁ ପୁଣି ଜବତ ହେଲା ବ୍ରାଉନ୍‌ ସୁଗର। ଆଜି ଭୋରରେ ଜଳେଶ୍ୱରର ଗାୟତ୍ରୀ ପେଟ୍ରୋଲ୍ ପମ୍ପ ନିକଟରେ ଅବକାରୀ ବିଭାଗ ଏକ କାରରୁ ୧୨୦ ଗ୍ରାମ୍ ବ୍ରାଉନ୍‌ ସୁଗର ଜବତ କରିଛି। ଏହାର ଆନୁମାନିକ ମୂଲ୍ୟ ୧୨ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି।

ଏହି ଘଟଣାରେ ଅବକାରୀ ବିଭାଗ ତିନି ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ସୁବାସ ଭୋଇ, ଚନ୍ଦନ କୁମାର ଭୋଇ ଓ ଶିବ ପ୍ରସାଦ ମହାନ୍ତି।

ସୁବାସ ଓ ଚନ୍ଦନଙ୍କ ଘର ଖୋର୍ଦ୍ଧାର ବାଲିଅନ୍ତା ଅଞ୍ଚଳରେ ହୋଇଥିବା ବେଳେ ଶିବପ୍ରସାଦଙ୍କ ଘର ଜଗତସିଂହପୁରରେ ବୋଲି ଜଳେଶ୍ୱର ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି।

[caption id="attachment_361102" align="aligncenter" width="750"] ଗିରଫ ତିନି ଅଭିଯୁକ୍ତ[/caption]

ତିନି ଅଭିଯୁକ୍ତ ଏକ କାରରେ ପଶ୍ଚିମବଙ୍ଗରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ପୂର୍ବ ସୂଚନା ଅନୁଯାୟୀ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବ୍ରାଉନ୍ ସୁଗର ଜବତ କରାଯାଇଥିଲା। ସେମାନଙ୍କଠାରୁ ୨୮୦୦ ଟଙ୍କା, ୩ଟି ମୋବାଇଲ୍‌ ଓ କାର୍ ଜବତ କରାଯାଇଛି।

Related story