ଯନ୍ତ୍ରଣାରେ ଛଟପଟ ହେଉଥିଲେ ବ୍ୟକ୍ତି, ମୂତ୍ରାଶୟରୁ ବାହାରିଲା ୧୨ଶହ ଗ୍ରାମର ପଥର

ମାଲକାନଗିରି(ଜିତେନ୍ଦ୍ର ବେଉରା): ମୂତ୍ରାଶୟରେ ଅସହ୍ୟ ଯନ୍ତ୍ରଣା ହେତୁ ଛଟପଟ ହେଉଥିଲେ ବ୍ୟକ୍ତି। କିଛି ବି ମେଡିସିନ କାମ ଦେଉ ନ ଥିଲା। ଡାକ୍ତରଙ୍କ ପାଖକୁ ଯିବାରୁ ଏକ ପଥର ଥିବା ଜଣାପଡ଼ିଲା। ଆଉ ଅପରେସନ ପରେ ଯାହା ବାହାରିଲା ତାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ। ଅପରେସନ ପରେ ସମ୍ପୃକ୍ତ  ବ୍ୟକ୍ତିଙ୍କ ମୂତ୍ରାଶୟରୁ ଏକ ପଥର ବାହାରିଥିବା ବେଳେ ତାହାର ଓଜନ ୧୨ଶହ ଗ୍ରାମ ବୋଲି ଜଣାପଡ଼ିଛି। ଏପରି ସଫଳ ଅସ୍ତ୍ରୋପଚାର ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ହୋଇଛି। […]

surgery

Niharika Rout
  • Published: Friday, 20 May 2022
  • , Updated: 20 May 2022, 08:49 AM IST

ମାଲକାନଗିରି(ଜିତେନ୍ଦ୍ର ବେଉରା): ମୂତ୍ରାଶୟରେ ଅସହ୍ୟ ଯନ୍ତ୍ରଣା ହେତୁ ଛଟପଟ ହେଉଥିଲେ ବ୍ୟକ୍ତି। କିଛି ବି ମେଡିସିନ କାମ ଦେଉ ନ ଥିଲା। ଡାକ୍ତରଙ୍କ ପାଖକୁ ଯିବାରୁ ଏକ ପଥର ଥିବା ଜଣାପଡ଼ିଲା। ଆଉ ଅପରେସନ ପରେ ଯାହା ବାହାରିଲା ତାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ।

ଅପରେସନ ପରେ ସମ୍ପୃକ୍ତ  ବ୍ୟକ୍ତିଙ୍କ ମୂତ୍ରାଶୟରୁ ଏକ ପଥର ବାହାରିଥିବା ବେଳେ ତାହାର ଓଜନ ୧୨ଶହ ଗ୍ରାମ ବୋଲି ଜଣାପଡ଼ିଛି। ଏପରି ସଫଳ ଅସ୍ତ୍ରୋପଚାର ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ହୋଇଛି।

ଚିତ୍ରକୋଣ୍ଡା ଅଂଚଳର ଆରଏସି-୩ ଗାଁର ଦଶରଥ ଖିଲ ମୂତ୍ରାଶୟରେ ପ୍ରବଳ ଯନ୍ତ୍ରଣା ଅନୁଭବ କରୁଥିଲେ । ବିଭିନ୍ନ ପ୍ରକାର ଔଷଧ ସେବନ ପରେ ମଧ୍ୟ ସୁସ୍ଥ ହୋଇପାରୁନଥିଲେ  । ପରେ ଦଶରଥ ମାଲକାନଗିରି ଆସି ଡାକ୍ତରଙ୍କ ସହ ପରାମର୍ଶ କରିଥିଲେ । ଡାକ୍ତର ସପନ କୁମାର ଡିଣ୍ଡା ବିଭିନ୍ନ ପରୀକ୍ଷା ପରେ ତାଙ୍କ ମୁତ୍ରାଶୟରେ ଏକ  ପଥର ଥିବା  ଜଣାପଡ଼ିଲା ।  ଏହାକୁ ତୁରନ୍ତ ଅସ୍ତ୍ରୋପଚାର କରିବାକୁ ପଡିବ ବୋଲି ଡାକ୍ତର ପରାମର୍ଶ ଦେଇଥିଲେ।

ଏହାପରେ ଆନାସ୍ଥେସିଆ ଡାକ୍ତର ନିହାର ରଂଜନ ତ୍ରିପାଠୀଙ୍କ ସହ ସପନ କୁମାର ଡିଣ୍ଡା ଗତକାଲି ଏହି ଅପରେସନ୍ କରିଥିଲେ ।  ଅପରେସନ୍ ପରେ ଦଶରଥଙ୍କ ମୂତ୍ରାଶୟରୁ ୧୨୦୦ ଗ୍ରାମର ଏହି ବଡ଼ ପଥର ବାହାରିଥିଲା । ଏବେ ଦଶରଥ ସୁସ୍ଥ ଥିବା  ବେଳେ ତାଙ୍କ ପରିବାର ଲୋକେ ୨ ଡାକ୍ତରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Related story