ଜଳେଶ୍ୱର (ଅଜିତ କୁମାର ଦାସ): ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ଦିଘାରେ ୧୨୧ଟି ମାଛ ୨ କୋଟି ଟଙ୍କାରେ ବିକ୍ରି ହୋଇଛି। ତେବେ ଏହାକୁ କେହି ସାଧାରଣ ଲୋକ କିଣି ନାହାନ୍ତି। ଏହି ମାଛ ଗୁଡ଼ିକୁ କୋଲକାତାର ଏକ ଔଷଧ ତିଆରି କରୁଥିବା କମ୍ପାନୀ କିଣି ନେଇଛି। ଏହି ମାଛର ବିଭିନ୍ନ ଅଂଶକୁ ଔଷଧ ତିଆରିରେ ବ୍ୟବହାର କରାଯାଏ।
ଏହି ମାଛର ନାଁ ‘ତେଲିଆ ଭୋଲା’। ଧରାଯାଇଥିବା ୧୨୧ଟି ‘ତେଲିଆ ଭଲା’ ମାଛରୁ ଗୋଟିଏ ଗୋଟିଏର ଓଜନ ୧୮ କେଜି ଥିଲା। ଦିଘା ମତ୍ସ୍ୟଜୀବୀ ଓ ମତ୍ସ୍ୟ ବ୍ୟବସାୟୀ ସଂଘ ପକ୍ଷରୁ ଏହି ମାଛ ଗୁଡ଼ିକୁ ନିଲାମ କରିବା ପାଇଁ ବ୍ୟବସ୍ଥା କରାଯାଇଥିଲା।
ମିଳିଥିବା ସୂଚନା ଅନୁଯାୟୀ, ଦୁଇ ଦିନ ତଳେ କିଛି ମତ୍ସ୍ୟଜୀବୀଙ୍କ ଜାଲରେ ଏହି ମାଛ ଗୁଡ଼ିକ ପଡ଼ିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ହଂସିକା-ଅନୀଲ୍ଙ୍କ ଠକାମିର ପୋଲ୍ ଖୋଲିଲେ ତାଙ୍କ ପୂର୍ବତନ କର୍ମଚାରୀ!
ହଂସିକା-ଅନୀଲଙ୍କ ଅଫିସ୍ରେ କାମ କରୁଥିବା ପୂର୍ବତନ କର୍ମଚାରୀ Mr X ପୁଲିସ୍କୁ ଦେଇଥିବା ବୟାନରେ ଲେଖିଛନ୍ତି, ଦୁଇ ବର୍ଷ ତଳେ କଟକରେ ଅନୀଲ ମହାନ୍ତିଙ୍କ ଜନ୍ମଦିନ ପାର୍ଟିରେ ହଂସିକା ଅଭିଲିପ୍ସାଙ୍କ ସହିତ ମୋର ଦେଖା ହୋଇଥିଲା।
Guest Column
ଫେରନ୍ତା ପ୍ରବାସୀଙ୍କୁ ଖୋଲାପତ୍ର
ଏ ରାଜ୍ୟ ଗୋଟିଏ ଚାଷୀ ପ୍ରଧାନ ରାଜ୍ୟ। କିନ୍ତୁ ଏହାର କୃଷକ ପରିବାରର ଆୟ ଏ ପର୍ଯ୍ୟନ୍ତ ମାସିକ ୧୦ ହଜାର ଟଙ୍କା ଛୁଇଁନାହିଁ। ସେହିପରି ଆଦିବାସୀ ପରିବାରର ମାସିକ ଆୟ ୩ ହଜାର ଟଙ୍କା ମଧ୍ୟ ଛୁଇଁନାହିଁ। ଆପଣମାନେ ବିଭିନ୍ନ ଭାବରେ ଅତିଥି ହୋଇ ଆସିଥିଲେ। ଏଣୁ ଏଠାକାର ଆତିଥ୍ୟ ସଂପର୍କରେ ଆପଣଙ୍କୁ ବେଶି କିଛି ଜଣାନଥିବ।
Crime
ନିଜ ନିଜ ଘରେ ଝୁଲି ପଡ଼ିଲେ ପ୍ରେମୀ ଯୁଗଳ!
ବାଙ୍କୀ ଥାନା ଅନ୍ତର୍ଗତ ଅନୁଆରୀ ପଞ୍ଚାୟତ କୁରୁମଚଇନି ଗାଁର ରଞ୍ଜନ ସେଠ ବାଇଗଣୀ ଗ୍ରାମ କଲ୍ୟାଣୀ ମାଝୀଙ୍କୁ ପ୍ରେମ କରୁଥିଲେ। କଲ୍ୟାଣୀ ମଧ୍ୟ ରଞ୍ଜନଙ୍କୁ ଭଲ ପାଉଥିଲେ। ଉଭୟ ବାହା ହେବା ପାଇଁ କେତେ ସପନ ଦେଖୁଥିଲେ।
Crime
କାଲି ଘରୁ ବାହାରିଥିଲା ପୁଅ, ଆଜି ମିଳିଲା ମୃତଦେହ
କାଲି ରାତିରେ ଘରୁ ବାହାରିଥିଲେ ଯୁବକ। ହେଲେ ଆଉ ଘରକୁ ଫେରିଲେ ନାହିଁ। ଆଜି ସକାଳୁ ଗାଁ ନିକଟରୁ ମିଳିଲା ତାଙ୍କ ରକ୍ତାକ୍ତ ମୃତଦେହ ।
Politics
ମକର ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ, ସୁରକ୍ଷା କଡ଼ାକଡ଼ି
ଆଜି ପବିତ୍ର ମକର ସଂକ୍ରାନ୍ତି। କେନ୍ଦୁଝର ଜିଲ୍ଲାର ଗଣପର୍ବ ହେଉଛି ମକର ସଂକ୍ରାନ୍ତି। ଏହି ଅବସରରେ କେନ୍ଦୁଝର ଜିଲ୍ଲା ପାଟଣାରେ ପହଞ୍ଚି ବୈତରଣୀ ନଦୀରେ ବୁଡ଼ ପକାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।