୧୪ରୁ ଆରମ୍ଭ ହେବ ବରଗଡ଼ ଧନୁଯାତ୍ରା

ବରଗଡ଼: ଆସନ୍ତା ୧୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବରଗଡ଼ର ପ୍ରସିଦ୍ଧ ଧନୁଯାତ୍ରା। ୧୧ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଯାତ୍ରା ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଗଲାଣି। ଧନୁଯାତ୍ରାରେ ବିଭିନ୍ନ ପୌରାଣିକ ଚରିତ୍ରରେ ଅଭିନୟ କରିବା ପାଇଁ କଳାକାରମାନେ ନିଜକୁ ପ୍ରସ୍ତୁତ କରିବା ସହ ଅଭ୍ୟାସ ଆରମ୍ଭ କରିଦେଲେଣି। ସଂଳାପ, ଅଙ୍ଗଭଙ୍ଗୀ ଓ ରଣ କୌଶଳ ଆଦି କ୍ଷେତ୍ରରେ କଳାକାରମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି ଦୀର୍ଘ ୭ବର୍ଷ   ଯାତ୍ରାର ନିର୍ଦ୍ଦେଶନା ଦେଇ ଆସୁଥିବା ଯୁବ […]

bargrah

Rakesh Mallick
  • Published: Sunday, 03 January 2016
  • , Updated: 03 January 2016, 01:59 AM IST

ବରଗଡ଼: ଆସନ୍ତା ୧୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବରଗଡ଼ର ପ୍ରସିଦ୍ଧ ଧନୁଯାତ୍ରା। ୧୧ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଯାତ୍ରା ପାଇଁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଗଲାଣି। ଧନୁଯାତ୍ରାରେ ବିଭିନ୍ନ ପୌରାଣିକ ଚରିତ୍ରରେ ଅଭିନୟ କରିବା ପାଇଁ କଳାକାରମାନେ ନିଜକୁ ପ୍ରସ୍ତୁତ କରିବା ସହ ଅଭ୍ୟାସ ଆରମ୍ଭ କରିଦେଲେଣି। ସଂଳାପ, ଅଙ୍ଗଭଙ୍ଗୀ ଓ ରଣ କୌଶଳ ଆଦି କ୍ଷେତ୍ରରେ କଳାକାରମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି ଦୀର୍ଘ ୭ବର୍ଷ   ଯାତ୍ରାର ନିର୍ଦ୍ଦେଶନା ଦେଇ ଆସୁଥିବା ଯୁବ ନିର୍ଦ୍ଦେଶକ ଅଶୋକ କୁମାର ବେହେରା । ଚଳିତ ବର୍ଷ ବରଗଡ଼ ଧନୁଯାତ୍ରା ୬୭ତମ ବର୍ଷରେ ପଦାର୍ପଣ କରିବ। ୧୨ ତାରିଖରୁ ପ୍ରସିଦ୍ଧ ଶୂଳିଆ ଯାତ୍ରା ଆରମ୍ଭ ହେଉଛି।

Related story