ମିଳିଲାନି ମହାପ୍ରୟାଣ ଗାଡ଼ି, ଝିଅର ଶବକୁ ଜଗି ରହିଲା ମାଆ

ପାଲଲହଡ଼ା (ରବିନାରାୟଣ ପ୍ରଧାନ): ଯାହାକୁ ଜନ୍ମ ଦେବାକୁ ସେ ଦୀର୍ଘ ୯ ମାସ ଗର୍ଭଯନ୍ତ୍ରଣା ସହିଥିଲେ, ସେଇ ଝିଅର ମୃତଦେହ ଘରକୁ ନେବେ ବୋଲି ରାତି ଅନିଦ୍ରା ହୋଇ ବିତେଇଦେଲେ ୯ ଘଣ୍ଟା। କେତେ କାହାକୁ ଗୁହାରି କଲେ। ହେଲେ କେହି ଶୁଣିଲେ ନାହିଁ। ଆଜି ସକାଳେ କେତେକ ସ୍ୱେଚ୍ଛାସେବୀଙ୍କ ହସ୍ତକ୍ଷେପ ପରେ ଶେଷରେ ଗାଁକୁ ଗଲା ମୃତଦେହ। ଆଜି ଏପରି ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି ଅନୁଗୋଳରେ। ଚଷାଗୁରୁଜାଙ୍ଗ ପଞ୍ଚାୟତ ଶୁଶବ ଗାଁର ଗରିବ ମହିଳା […]

14 years child death in palahada medical

Rakesh Mallick
  • Published: Friday, 06 July 2018
  • Updated: 06 July 2018, 04:41 PM IST

ପାଲଲହଡ଼ା (ରବିନାରାୟଣ ପ୍ରଧାନ): ଯାହାକୁ ଜନ୍ମ ଦେବାକୁ ସେ ଦୀର୍ଘ ୯ ମାସ ଗର୍ଭଯନ୍ତ୍ରଣା ସହିଥିଲେ, ସେଇ ଝିଅର ମୃତଦେହ ଘରକୁ ନେବେ ବୋଲି ରାତି ଅନିଦ୍ରା ହୋଇ ବିତେଇଦେଲେ ୯ ଘଣ୍ଟା। କେତେ କାହାକୁ ଗୁହାରି କଲେ। ହେଲେ କେହି ଶୁଣିଲେ ନାହିଁ। ଆଜି ସକାଳେ କେତେକ ସ୍ୱେଚ୍ଛାସେବୀଙ୍କ ହସ୍ତକ୍ଷେପ ପରେ ଶେଷରେ ଗାଁକୁ ଗଲା ମୃତଦେହ। ଆଜି ଏପରି ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି ଅନୁଗୋଳରେ।

ଚଷାଗୁରୁଜାଙ୍ଗ ପଞ୍ଚାୟତ ଶୁଶବ ଗାଁର ଗରିବ ମହିଳା ଅମୃତି କିଶାନ। ବଡ଼ କଷ୍ଟରେ କାମଦାମ କରି ପରିବାର ଭରଣପୋଷଣ କରନ୍ତି ଅମୃତି। ଗୁରୁବାର ତାଙ୍କର ୧୪ ବର୍ଷର ଝିଅ ଝରଣା ଅସୁସ୍ଥ ହୋଇପଡ଼ିଥିଲେ। ଝିଅର ଅସୁସ୍ଥତା ବଢ଼ିବାରୁ ମାଆ ବିଚଳିତ ହୋଇପଡ଼ିଥିଲେ। ଧାର ଉଧାର କରି ଝିଅକୁ ପାଲଲହଡା ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ଅମୃତି। ଚିକିତ୍ସାଧୀନ ଅବସ୍ଥାରେ ରାତି ୧୨ଟା ବେଳେ ଝରଣା ଆରପାରିକୁ ଚାଲିଗଲା। ଝରଣା ମ୍ୟାଲେରିଆରେ ପୀଡ଼ିତ ଥିବା ଅଭିଯୋଗ ହୋଇଛି।

ଅମୃତି କିଶାନ ଜଣେ ଗରିବ ମହିଳା ହୋଇଥିବାରୁ ୧୨ କିମି ଦୂର ନିଜ ଗାଁକୁ ଝିଅର ମୃତଦେହ ନେବାକୁ ଅସମର୍ଥ ହୋଇଥିଲେ। ତେଣୁ ମହାପ୍ରୟାଣ ଗାଡ଼ି ଯୋଗାଡ଼ କରିବାକୁ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ। ମାତ୍ର ଉପଖଣ୍ଡ ଡାକ୍ତରଖାନାରେ ‘ମହାପ୍ରୟାଣ’ ଗାଡ଼ି ମିଳିନଥିବାରୁ ଡାକ୍ତରଖାନା କର୍ତ୍ତୃପକ୍ଷ ଅସହାୟତା ପ୍ରକାଶ କରିଥିଲେ। ସେଥିପାଇଁ ଅମୃତି ରାତିସାରା ଝିଅର ମୃତଦେହକୁ ଜଗି ରହିଥିଲେ।

ଆଜି ସକାଳେ ଏହି ଖବର ବିଦ୍ୟୁତ ବେଗରେ ପ୍ରଚାରିତ ହୋଇଥିଲା। କିଛି ସ୍ୱେଚ୍ଛାସେବୀ ସଙ୍ଗଠନ ମହିଳାଙ୍କୁ ସହାୟତାରେ ହାତ ବଢ଼ାଇ ଥିଲେ। ରୋଗୀ କଲ୍ୟାଣ ସମିତି ପାଣ୍ଠିରୁ ଅର୍ଥ ମଞ୍ଜୁର କରି ଏକ ଗାଡ଼ିରେ ମୃତଦେହକୁ ଗାଁକୁ ପଠାଇଥିଲେ।

ଶବକୁ ସମ୍ମାନ ଦେବା ପାଇଁ ରାଜ୍ୟ ସରକାର ‘ମହାପ୍ରୟାଣ’ ଗାଡ଼ିର ବ୍ୟବସ୍ଥା କରିଛନ୍ତି। କୌଣସି ଗରିବ ବା ଅସହାୟ ବ୍ୟକ୍ତିଙ୍କ ମୃତ୍ୟୁ ହେଲେ ମୃତଦେହକୁ ଏହି ଗାଡ଼ିରେ ନିଜ ଗାଁକୁ ପଠାଇବାର ବ୍ୟବସ୍ଥା ରହିଛି। ମାତ୍ର ପାଲଲହଡ଼ା ପରି ବଣପାହାଡ଼ ଘେରା ଓ ଅନୁନ୍ନତ ଉପଖଣ୍ଡକୁ ଆଜି ପର୍ଯ୍ୟନ୍ତ ‘ମହାପ୍ରୟାଣ’ ଗାଡ଼ି ମିଳିପାରି ନାହିଁ। ଫଳରେ ମୃତଦେହକୁ ପଠାଇବାରେ ବହୁ ଅସୁବିଧା ହେଉଛି। ସେଥିପାଇଁ ମେଡିକାଲ କର୍ତ୍ତୃପକ୍ଷଙ୍କୁ ପ୍ରାଇଭେଟ୍‌ ଗାଡ଼ି ଉପରେ ନିର୍ଭର କରିବାକୁ ପଡ଼ୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story