ପାଚେରି କାମକୁ ବିରୋଧ, ନାଲକୋ ଖଣି ଅଞ୍ଚଳରେ ୧୪୪ ଧାରା

କୋରାପୁଟ: କୋରାପୁଟ ଜିଲ୍ଲା ଦାମନଯୋଡ଼ି ନାଲକୋ ଖଣି ଅଞ୍ଚଳରେ ପାଚେରି କାମକୁ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁଁ ୧୪୪ ଧାରା ଜାରି କରାଯାଇଛି।  ପାଚେରି କାମକୁ ଆମ୍ବଅଗାଁ ଲୋକ ବିରୋଧ କରିଆସୁଛନ୍ତି। ତେଣୁ ଆଜି ନିର୍ମାଣ କାମ ଚାଲିଥିବାରୁ ଗଣ୍ଡଗୋଳ ଆଶଙ୍କାରେ ୧୪୪ ଜାରି ସହ ଘଟଣାସ୍ଥଳରେ ୪ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି।  ଏହା ସତ୍ତ୍ୱେ ଶତାଧିକ ଲୋକଙ୍କ ଆନ୍ଦୋଳନ ଯୋଗୁଁ କାମ ଅଧାରେ ଅଟକି ଥିଲା। ପାଚେରୀ ନିର୍ମାଣ କାମ  ଆନ୍ଦୋଳନରେ ସ୍କୁଲ ଛାତ୍ରଛାତ୍ରୀ […]

Rakesh Mallick
  • Published: Saturday, 07 October 2017
  • , Updated: 07 October 2017, 02:11 PM IST

କୋରାପୁଟ: କୋରାପୁଟ ଜିଲ୍ଲା ଦାମନଯୋଡ଼ି ନାଲକୋ ଖଣି ଅଞ୍ଚଳରେ ପାଚେରି କାମକୁ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁଁ ୧୪୪ ଧାରା ଜାରି କରାଯାଇଛି।  ପାଚେରି କାମକୁ ଆମ୍ବଅଗାଁ ଲୋକ ବିରୋଧ କରିଆସୁଛନ୍ତି। ତେଣୁ ଆଜି ନିର୍ମାଣ କାମ ଚାଲିଥିବାରୁ ଗଣ୍ଡଗୋଳ ଆଶଙ୍କାରେ ୧୪୪ ଜାରି ସହ ଘଟଣାସ୍ଥଳରେ ୪ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି।  ଏହା ସତ୍ତ୍ୱେ ଶତାଧିକ ଲୋକଙ୍କ ଆନ୍ଦୋଳନ ଯୋଗୁଁ କାମ ଅଧାରେ ଅଟକି ଥିଲା। ପାଚେରୀ ନିର୍ମାଣ କାମ  ଆନ୍ଦୋଳନରେ ସ୍କୁଲ ଛାତ୍ରଛାତ୍ରୀ ମଧ୍ୟ ସାମିଲ ହୋଇଥିଲେ।  ନାଲକୋରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି, ଚାଷୀଙ୍କୁ କ୍ଷତିପୂରଣ, ଗୋଚାରଣ ଜମି ନଥିବାରୁ ପଶୁ ଖାଦ୍ୟ ଯୋଗାଣ, ଗାଁର ଉନ୍ନତି ଲାଗି ବର୍ଷକୁ ୫ ଲକ୍ଷ ଟଙ୍କା ଆଦି ଦାବି ରଖିଛନ୍ତି ସ୍ଥାନୀୟ ବାସିନ୍ଦା।

 

Related story